News18 Odia Digital
India vs New Zealand Series: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (IND vs NZ ODI Series) ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଏହି ନୂଆ ବର୍ଷ ଶ୍ରେୟସ ଆୟରଙ୍କ ପାଇଁ ଭଲ ନାହିଁ । ଆହତ କାରଣରୁ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର (Shreyas Iyer) ସିରିଜ (India vs New Zealand Series) ରୁ ବାଦ ପଡିଛନ୍ତି ।
ଟିମ ଇଣ୍ଡିଆର ଜଣେ ସଫଳ ଅଧିନାୟକ କିନ୍ତୁ ରୁହନ୍ତି ଏଭଳି ଘରେ; ଆପଣ ବି କରିବେନି ବିଶ୍ୱାସ
ଶ୍ରେୟସ ଆୟରଙ୍କ ସ୍ଥାନରେ ରଜତ ପାଟିଦାର (Rajat Patidar) ଙ୍କୁ ଦଳରେ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ବର୍ତ୍ତମାନ ଶ୍ରେୟସ୍ ଆୟରଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) କୁ ପଠାଯାଇଛି ।
Team India: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ଓ ଟି -୨୦ ସିରିଜରୁ ବାଦ ପଡ଼ିଲେ ଶିଖର ଧୱନ
ଶ୍ରେୟସ ଆୟର ଚଳିତ ବର୍ଷ ତିନୋଟି ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ତିନୋଟି ମ୍ୟାଚରେ ଶ୍ରେୟସ ଆୟର ୨୮, ୨୮ ଓ ୩୮ ରନର ଇନିଂସ ଖେଳିଥିଲେ । ୨୦୨୨ର ଶେଷରେ ଶ୍ରେୟସ୍ ଆୟର ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥିରେ ଦୁଇ ଅର୍ଦ୍ଧ ଶତକ ଇନିଂସ ଖେଳିଥିଲେ । ଶ୍ରେୟସ୍ ଆୟର ୨୦୨୨ ପରି ଚଳିତ ବର୍ଷ ନିଜ ଜଳୱା ଦେଖାଇବାରେ ସକ୍ଷମ ହୋଇପାରି ନାହାଁନ୍ତି । ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବାହାର ହୋଇଛନ୍ତି ।
ନ୍ୟୁଜିଲାଣ୍ଡ ପାଇଁ ଭାରତୀୟ ଟିମ୍- ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପ୍ଟେନ୍), ସୂର୍ଯ୍ୟକୁମାର ଯାଦବ(ଉପଅଧିନାୟକ), ଇଶାନ କିଶନ(ୱିକେଟ କିପର), ଋତୁରାଜ ଗାୟକ୍ୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା(ୱିକେଟ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲୀକ, ଶିବମ ମାଭି, ପ୍ରଥୃୀ ଶ, ମୁକେଶ କୁମାର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।