India vs west indies: ୱେଷ୍ଟଇଣ୍ଡିଜ୍ ମାଟିରେ ଇତିହାସ ରଚିଲେ ଶିଖର ଧାୱନ

 ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ ଆଗୁଆ ସହ ସିରିଜି ଜିତିଛି। ଏହି ସିରିଜରେ ଦଳର ଅଧିନାୟକ ଥିବା ଶିଖର ଧାୱନ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

india vs west indies: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ ଆଗୁଆ ସହ ସିରିଜି ଜିତିଛି। ଏହି ସିରିଜରେ ଦଳର ଅଧିନାୟକ ଥିବା ଶିଖର ଧାୱନ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି। ଶିଖର ଧାୱନ ହେଉଛନ୍ତି ଭାରତର ୫ମ ଅଧିନାୟକ, ଯାହାର ନେତୃତ୍ୱରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ମାଟିରେ ସିରିଜ୍ ଜିତିଛି ।

ତେବେ ୱେଷ୍ଟଇଣ୍ଡିଜ ମାଟିରେ ଭାରତର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବିରାଟ କୋହଲିଙ୍କ ନେତୃତ୍ୱରେ ଦୁଇଥର ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ଦିନିକିଆ ସିରିଜ୍ ଜିତିବାରେ ସଫଳ ହୋଇଛନ୍ତି। ତେବେ ୱେଷ୍ଟଇଣ୍ଡିଜ୍‌ରେ ଓଡିଆଇ ସିରିଜରେ ବିଜୟ ଧାରା ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ୨୦୦୨ ରେ ୱେଷ୍ଟଇଣ୍ଡିଜ୍ ରେ ପ୍ରଥମ ଓଡିଆଇ ସିରିଜରେ ସୌରଭ ଗାଙ୍ଗୁଲି ଭାରତକୁ ବିଜୟୀ କରାଇଥିଲେ |

ଏହା ପରେ ମହେନ୍ଦ୍ର ସିଂ ଧୋନି ବିଜୟ କ୍ରମକୁ ଆଗକୁ ନେଇଥିଲେ। ଧୋନି କିନ୍ତୁ ୱେଷ୍ଟଇଣ୍ଡିଜରେ କେବଳ ଥରେ ଭାରତକୁ ବିଜୟ କରିବାରେ ସଫଳ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ମାଟିରେ ଚାଲିଥିବା ଦିନିକିଆ ସିରିଜରେ ସୁରେଶ ରାଇନା ମଧ୍ୟ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ବର୍ତ୍ତମାନ ଶିଖର ଧାୱନଙ୍କ ନାମ ମଧ୍ୟ ଅଧିନାୟକ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ଯେଉଁମାନେ ଭାରତକୁ ୱେଷ୍ଟଇଣ୍ଡିଜ ମାଟିରେ ବିଜୟୀ କରାଇଥିଲେ ।
Published by:Sujit Swain
First published: