News18 Odia Digital
ନୂଆ ଦିଲ୍ଲୀ: ଆଇ.ପି.ଏଲ୍. ୨୦୨୧ର (IPL 2021) କ୍ୱାଲିଫାୟର୍-୨ ଖେଳାଯିବାକୁ ଅଛି । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କେ.କେ.ଆର.କୁ ଭେଟୁଛି । ଦିଲ୍ଲୀ ଏ ପର୍ଯ୍ୟନ୍ତ ଆଇ.ପି.ଏଲ୍. ଟାଇଟଲ୍ ଜିତି ନାହିଁ । ଅନ୍ୟ ପକ୍ଷରେ କେ.କେ.ଆର୍. ଦଳ ଦୁଇ ଥର ଚାମ୍ପିୟନ ହୋଇଛି । ଚଳିତ ସିଜନରେ ଦିଲ୍ଲୀର ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (Shikhar Dhawan) ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୫୫୧ ରନ୍ ସଂଗ୍ରହ କରିଛନ୍ତି ।
ଯଦି ଶିଖର ଧାୱନ ଆଉ ୬୮ ରନ୍ ସ୍କୋର କରନ୍ତି ତେବେ ସେ ଆଇ.ପି.ଏଲ୍.ର ଗୋଟିଏ ସିଜନରେ ନିଜ ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ । ସେ ଗତ ସିଜନରେ ସର୍ବାଧିକ ୬୧୮ ରନ୍ ସ୍କୋର୍ କରିଥିଲେ । ତା’ ପୂର୍ବରୁ ଧାୱନ ଗୋଟିଏ ସିଜିନରେ ୬୦୦ରୁ ଅଧିକ ରନ୍ ସ୍କୋର୍ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଟି-୨୦ ବିଶ୍ୱ କପ ୨୦୨୧ (T20 World cup) ପାଇଁ ଧାୱନ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଚୟନକର୍ତ୍ତାଙ୍କୁ ନିଜ ପ୍ରଦର୍ଶନ ସହିତ ଜବାବ ଦେବାକୁ ଚାହାଁନ୍ତି ।
ଏହା ବି ପଢ଼ନ୍ତୁ | କଟକରୁ ଦେବୀ ଦୁର୍ଗାଙ୍କ ପ୍ରତି ଦିନର ବେଶର ଡିଜିଟାଲ୍ ଦର୍ଶନ ସୁବିଧା ଏବେ Jio Newsରେ ମିଳୁଛି; ଦେଖନ୍ତୁଆଇ.ପି.ଏଲ୍.ର ଚଳିତ ସିଜନରେ ସର୍ବାଧିକ ରନ୍ ସ୍କୋର କରିବାରେ ଶିଖର ଧାୱନ ତୃତୀୟ ସ୍ଥାନରେ ଅଛନ୍ତି । ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍. ରାହୁଲ ସର୍ବାଧିକ ୬୨୬ ରନ୍ ସ୍କୋର୍ କରିଛନ୍ତି । ତେବେ ତାଙ୍କ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରକୁ ଯାଇସାରିଛି । CSKର ଯୁବ ଓପନର୍ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡ଼ ୬୦୩ ରନ୍ ସ୍କୋର୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ ଖୋଲିବ; ତାଙ୍କ ୩ ସାଙ୍ଗ ଏବେ ପୋଲିସ କବଜାରେ; କାର୍ ମାଲିକ ଏବେ ବି ଫେରାର୍ଶିଖର୍ ଧାୱନ ୧୫ଟି ମ୍ୟାଚ୍ ଖେଳି ହାରାହାରି ୩୯ ରନ୍ ହିସାବରେ ମୋ’ଟ ୫୫୧ ରନ୍ ସଂଗ୍ରହ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ତିନିଟି ଅର୍ଦ୍ଧଶତକ ବି ହାସଲ କରିଛନ୍ତି । ସେ ୯୨ ରନର ସର୍ବୋଚ୍ଚ ଇନିଂସ ବି ଖେଳିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ହେଉଛି ୧୨୮ ।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘକ୍ରମାଗତ ଦ୍ୱିତୀୟ ସିଜନରେ ଦିଲ୍ଲୀ ଟିମ୍ ଫାଇନାଲରେ ପହଞ୍ଚିବାକୁ ଚାହୁଁଛି । ଗତ ସିଜନରେ ବି ଏହି ଦଳ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଫାଇନାଲରେ ସେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇଥିଲା । ଲିଗ୍ ରାଉଣ୍ଡ ପରେ ଦଳର ଯୁବ ଅଧିନାୟକ ଋଷଭ ପନ୍ତ ଦଳକୁ ଶୀର୍ଷକୁ ନେଇଥିଲେ । କିନ୍ତୁ ଦଳ କ୍ୱାଲିଫାୟର୍-୧ରେ CSKଠାରୁ ହାରିଯାଇଥିଲା । CSK ତିନି ଥର ଟି-୨୦ ଲିଗ୍ ଟାଇଟଲ୍ ଜିତିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।