News 18 Odia Digital
ନୂଆଦିଲ୍ଲୀ : ଏମଆଇ ଏମିରେଟ୍ସ ଶନିବାର ଅନ୍ତର୍ଜାତୀୟ ଲିଗ୍ ଟି -୨୦ର ଉଦଘାଟନୀ ମ୍ୟାଚ ପାଇଁ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳୀ ସେନ ବଣ୍ଡଙ୍କୁ ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଭାବରେ ଘୋଷଣା କରିଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍ ହେଉଛନ୍ତି ସେନ ବଣ୍ଡ । ବ୍ୟାଟିଂ କୋଚ୍ ଭାବରେ ପାର୍ଥିବ ପଟେଲ,ବୋଲିଂ କୋଚ୍ ଭାବରେ ବିନୟ କୁମାର ଏବଂ ଫିଲ୍ଡିଂ କୋଚ୍ ଭାବରେ ପୂର୍ବତନ ଏମଆଇ ଅଲରାଉଣ୍ଡର ଜେମ୍ସ ଫ୍ରାଙ୍କଲିନ୍ ନାମ ଘୋଷଣା କରାଯାଇଛି । ଏଥିସହ ରବିନ୍ ସିଂ ଜେନେରାଲ୍ ମ୍ୟାନେଜର ରହିବେ ।
ସେନ ବଣ୍ଡ କହିଛନ୍ତି,"ଏମଆଇ ଏମିରେଟ୍ସର ହେଡ କୋଚ ଭାବରେ ନିଯୁକ୍ତ ହେବା ଏହା ଏକ ସୌଭାଗ୍ୟର ବିଷୟ । ଏକ ନୂତନ ଟିମ୍ ତିଆରି କରିବା ସର୍ବଦା ଉତ୍ସାହଜନକ ହୋଇଥାଏ ଏବଂ ମୁଁ ଏମଆଇକୁ ଆଗକୁ ବଢ଼ାଇବାକୁ ଚେଷ୍ଟା ଜାରି ରଖିବି । "
୨୦୧୫ରେ ସେନ ବଣ୍ଡ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ଏବଂ ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ଟାଇଟଲ ଜିତିଛି ଏବଂ ଏହି ପ୍ରକ୍ରିୟାରେ ଏକ ଶକ୍ତିଶାଳୀ କାର୍ଯ୍ୟ ଶୈଳୀ ନିର୍ମାଣ କରି ବୋଲରମାନଙ୍କୁ ବିଶ୍ୱ ସ୍ତରରେ ସେମାନଙ୍କର ସାମର୍ଥ୍ୟକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରିଛନ୍ତି । ରବିନ୍ ସିଂ ୨୦୧୦ ରେ ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଦଳରେ ଯୋଗ ଦେଇଥିଲେ ଏବଂ ସେହି ଦିନଠାରୁ ସେ ୫ ଟି ଆଇପିଏଲ୍ ଏବଂ ୨ ଟି ଚାମ୍ପିଅନ୍ସ ଲିଗ୍ ଅଭିଯାନରେ ରହିଛନ୍ତି ଏବଂ ବଣ୍ଡଙ୍କ ସହ ମଧ୍ୟ ଘନିଷ୍ଠ ଭାବରେ କାର୍ଯ୍ୟ କରିଛନ୍ତି ।
ପାର୍ଥିବ ପଟେଲ ଅତୀତରେ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତିନିଧିତ୍ୱ କରିଛନ୍ତି ଏବଂ ୨୦୨୦ ପରଠାରୁ ପ୍ରତିଭା ସ୍କାଉଟିଙ୍ଗ ଦଳର ଏକ ଅଂଶ ରହିଆସିଛନ୍ତି ଏବଂ ବିନୟ କୁମାର, ଯିଏକି ପୂର୍ବତନ ଏମଆଇ ଖେଳାଳି ମଧ୍ୟ ୨୦୨୧ ମସିହାରେ ସ୍କାଉଟିଙ୍ଗ ଦଳରେ ଯୋଗ ଦେଇଥିଲେ। ଉଭୟ ପାର୍ଥିବ ଏବଂ ବିନୟ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ଥିଲେ । ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ତଥା କୋଚ୍ ଜେମ୍ସ ଫ୍ରାଙ୍କଲିନ୍ ମଧ୍ୟ ଫିଲ୍ଡିଂ କୋଚ୍ ଭାବରେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସରେ ଯୋଗ ଦେଇଛନ୍ତି ।
ରିଲାଏନ୍ସ ଜିଓର ଇନଫୋକୋମ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି, "ମୁଁ ଏମଆଇ ଏମିରେଟ୍ସରେ ବଣ୍ଡ, ରବିନ୍, ପାର୍ଥିବ, ବିନୟ ଏବଂ ଜେମ୍ସଙ୍କୁ ସେମାନଙ୍କର ନୂତନ ଭୂମିକାରେ ପାଇଁ ସ୍ୱାଗତ କରୁଛି । ବିଭିନ୍ନ ସମୟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ କୋଚିଂ ଦଳ ପାଇଁ ସହାୟକ ହେବେ । ମୁଁ ନିଶ୍ଚିତ ଯେ ସେମାନେ ଏକ ଭଲ ଟିମ୍ ଭାବରେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସ ଗଠନ କରିବାରେ ସମର୍ଥ ହେବେ ଯାହା ଉତ୍ସାହୀ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କୁ ଆକର୍ଷିତ କରିବ । "
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।