ରାଗରେ ଲାଲ୍ ସକିବ୍ ଉଲ୍ ହାସନ୍: ଫ୍ୟାନଙ୍କୁ ପିଟିଲେ !

ପ୍ରଶଂସକଙ୍କୁ ପିଟିଲେ ବାଂଲାଦେଶର ଅଲରାଉଣ୍ଡର କ୍ରିକେଟର୍ । ଏକ କ୍ରିକେଟ ମ୍ୟାଚ ପରେ ଏପରି ଏକ ଖବର ସାମ୍ନାକୁ ଆସିଛି ।

ରାଗରେ ଲାଲ୍ ସକିବ୍ ଉଲ୍ ହାସନ୍: ଫ୍ୟାନଙ୍କୁ ପିଟିଲେ !

ରାଗରେ ଲାଲ୍ ସକିବ୍ ଉଲ୍ ହାସନ୍: ଫ୍ୟାନଙ୍କୁ ପିଟିଲେ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ରାଗିଗଲେ ସକିବ ଉଲ୍ ହାସନ୍ (shakib al hasan) । ପ୍ରଶଂସକଙ୍କୁ ପିଟିଲେ ବାଂଲାଦେଶର ଅଲରାଉଣ୍ଡର କ୍ରିକେଟର୍ । ଅନେକ ସମୟରେ ନିଜର ଏଙ୍ଗ୍ରି ଅବତାର ପାଇଁ ଚର୍ଚ୍ଚାରେ ଥାଆନ୍ତି ବାଂଲାଦେଶର (Bangladesh) ଅଭିଜ୍ଞ କ୍ରିକେଟର୍ (cricketer) ସକିବ ଉଲ୍ ହାସନ୍ । ଏବେ ପୁଣି ଥରେ ସେ ତାଙ୍କର ରାଗ କିଛି ପ୍ରଶଂସକଙ୍କ ଉପରେ ଝାଡ଼ିଛନ୍ତି । ଏଭଳିକି ଫ୍ୟାନମାନଙ୍କୁ ମାରିବାକୁ ପଛାଇ ନାହାନ୍ତି ସକିବ ଉଲ୍ ହାସନ୍ । ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ (t20 match) ପରେ ଦେଖିବାକୁ ମିଳିଥିଲା ଏଭଳି କିଛି ଚିତ୍ର ।

ଇଂଲଣ୍ଡ ବିରୋଧରେ ପ୍ରଥମ ଟି-୨୦ ପରେ ଇଭେଣ୍ଚ ପ୍ରମୋସନ୍ ପାଇଁ ବାହାରକୁ ଆସିଥିଲେ ସକିବ ଉଲ୍ ହାସନ୍ । ଏହି ଅବସରରେ ବାହାରେ ପ୍ରଶଂସକଙ୍କ ଖଚାଖଚ୍ ଭିଡ଼ ଲାଗି ରହିଥିଲା । ଏଭଳିକି ସକିବ୍ ଯିବା ପାଇଁ ମଧ୍ୟ ବାଟ ନଥିଲା, ସୁରକ୍ଷାକର୍ମୀମାନେ ସକିବ ଉଲ୍ ହାସନଙ୍କୁ ଆଗକୁ ବାଟ କଢେଇ ନେଉଥିଲେ । ଭିଡ଼ ଏଭଳି ଥିଲା ଏହି ସମୟରେ ଜଣେ ଫ୍ୟାନ୍ ହଠାତ୍ ସକିବଙ୍କୁ ଦେଖି ଖୁସି ଜାହିର୍ କରିଥିଲେ ଓ ସକିବ୍ ପିନ୍ଧିଥିବା କ୍ୟାପ୍ ନେବା ପାଇଁ ପ୍ରୟାସ କରିଥିଲେ । ଏଭଳିକି ସକିବଙ୍କ ମୁଣ୍ଡରୁ କ୍ୟାପ୍ ନେବା ପାଇଁ ଆଗେଇ ଆସିଥିଲେ ସଂପୃକ୍ତ ଯୁବକ । ସଙ୍ଗେ ସଙ୍ଗେ ଯୁବକଙ୍କ ଉପରେ ପଡ଼ିଥିଲା ସକିବଙ୍କ ନଜର । ଆଉ ସକିବ କ୍ୟାପରେ ଯୁବକଙ୍କୁ ପିଟିବାକୁ ଲାଗିଥିଲେ, ଏହି ଅବସରରେ କିଛି ସମୟ ପାଇଁ ହୋ ହଲ୍ଲା ହୋଇଥିଲା, ହେଲେ ଆଗକୁ ବଢିଥିଲେ ସକିବ ଉଲ୍ ହାସନ୍ । ଜଣେ ଅଭିଜ୍ଞ କ୍ରିକେଟରଙ୍କ ଏଭଳି ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସକିବ ଉଲ୍ ହାସନଙ୍କ ଏହି ଭିଡ଼ିଓ ।

ବାଂଲାଦେଶ କ୍ରିକେଟ୍ ଲିଗରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବାକୁ ପଛାଇ ନଥିଲେ ସକିବ ଉଲ୍ ହାସନ୍ । ପୂର୍ବରୁ ମଧ୍ୟ ସକିବ ଅନେକ ସମୟରେ ନିଜର ସାଥୀ ଖେଳାଳି ଓ ବିପକ୍ଷ ଖେଳାଳିଙ୍କ ସହ ଝଗଡ଼ା କରୁଥିବା ଚିତ୍ର ସାମ୍ନାକୁ ଆସିଥାଏ । ଏବେ କ୍ରିକେଟ୍ ମୈଦାନ ବାହାରେ ନିଜର ରାଗ ଝାଡ଼ିଛନ୍ତି ସକିବ ଉଲ୍ ହାସନ୍ ।

ଏହି ଖବର ପଢ଼ନ୍ତୁ - http://ବକ୍ସ ଅଫିସରେ 'ତୁ ଝୁଠି ମେଁ ମକ୍କାର'ର କମାଲ: ଧମାଲ କରୁଛି ରଣବୀର-ଶ୍ରଦ୍ଧାଙ୍କ ଯୋଡ଼ି

ବାଂଲାଦେଶ ଟିମ୍‌ର ଜଣେ ଆଗ ଧାଡ଼ିର କ୍ରିକେଟର ହେଉଛନ୍ତି ସକିବ ଉଲ୍ ହାସନ୍ । ଅନେକ ସମୟରେ ସକିବ ତାଙ୍କର ଆଚରଣକୁ ନେଇ ଚର୍ଚ୍ଚାରେ ଥିବାବେଳେ ଅଲରାଉଣ୍ଡର ପ୍ରଦର୍ଶନ ଅନେକଙ୍କୁ ପ୍ରଭାବିତ କରିଥାଏ । ସକିବ ଦିନିକିଆରେ ୬୦୦୦ ରନ୍ କରିବା ସହ ୩୦୦ଟି ଓ୍ବିକେଟ୍ ହାସଲ କରିଛନ୍ତି । କ୍ରିକେଟ୍ ଦୁନିଆରେ ତୃତୀୟ ଅଲରାଉଣ୍ଡର ହେଉଛନ୍ତି ସକିବ ଉଲ୍ ହାସନ୍, ଯାହାଙ୍କ ନାମରେ ରହିଛି ଅନେକ ରେକର୍ଡ ।
Published by:Soubhagya Mishra
First published: