News 18 Odia Digital
ନୂଆଦିଲ୍ଲୀ; ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ'ର ପ୍ରମୋସନରେ କୌଣସି ପଥ ଛାଡି ନାହାଁନ୍ତି । ରବିବାର ଦିନ ଶାହାରୁଖ ଫୁଟବଲ ବିଶ୍ୱକପ ଫାଇନାଲରେ 'ପଠାନ'କୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଥିଲା । ଫିଫା ବିଶ୍ୱକପ ୨୦୨୨ର ଫାଇନାଲରେ ଶାହରୁଖ ଲାଇଭ ସୋ’ରେ ନଜର ଆସିଥିଲେ, ଯେଉଁଥିରେ ତାଙ୍କ ସହ ଇଂରାଜୀ ଫୁଟବଲର୍ ୱେନ ରୁନି ମଧ୍ୟ ଥିଲେ । ଶାହାରୁଖ ମଧ୍ୟ ରୁନିଙ୍କ ସହ ଦୁଇ ହାତ ବିସ୍ତାର ବାଲା ଆଇକନିକ୍ ପୋଜ୍ କରିଥିଲେ । ଶୋ’ରେ ଉଭୟଙ୍କ ମଧ୍ୟରେ ଏକ ମଜାଳିଆ ବାର୍ତ୍ତାଳାପ ମଧ୍ୟ ହୋଇଥିଲା ।
ରୁନି ପଚାରିଥିଲେ 'ପଠାନ୍ କିଏ?'ଲାଇଭ୍ ସୋ’ରେ ବାର୍ତ୍ତାଳାପରେ ଫୁଟବଲର୍ ୱେନ ରୁନି ମଧ୍ୟ ଶାହାରୁଖଙ୍କ ସହ ତାଙ୍କ ଫିଲ୍ମ ବିଷୟରେ କଥା ହୋଇଥିଲେ । ସେ ପଚାରିଥିଲେ, ପଠାନ କିଏ ? ସେ ଫୁଟବଲରେ କାହା ପରି? ' ନିଜର ପ୍ରତିକ୍ରିୟାରେ ଶାହାରୁଖ ମଜାଳିଆ ଶୈଳୀରେ କହିଥିଲେ, 'ମୁଁଏଥିପାଇଁ କହୁ ନାହିଁ କାରଣ ଆପଣ ଏଠାରେ ଅଛନ୍ତି । ମୁଁ ତୁମକୁ ସଚ୍ଚୋଟ ଭାବରେ କହୁଛି ପଠାନ୍ କିଏ । ପଠାନ୍ ସେହି ବ୍ୟକ୍ତି ଯାହାକୁ ଆପଣ ଶେଷ ମୁହୂର୍ତ୍ତରେ ଡାକିଥାନ୍ତି, ଏବେ ଆପଣ ସଂପୂର୍ଣ୍ଣ ଫସି ଯାଇଛନ୍ତି ଏବଂ ଆପଣ ଏହାର କୌଣସି ସମାଧାନ ପାଉନାହାନ୍ତି।
ଶାହାରୁଖ କହିଛନ୍ତି ଯେ ତାଙ୍କର ଆକ୍ସନ୍ ଭରା ଚରିତ୍ର ପଠାନ୍ ବହୁତ ଟପ ଏବଂ ରୁନିଙ୍କ ସହିତ ସମାନ । ସେ ରୁନିଙ୍କୁ କହିଥିଲେ, 'ଯଦି ଆପଣ ମୋର ଏହା କହିବାରେ ଅଦ୍ୟୋ ଆପତ୍ତି କରୁନାହାନ୍ତି ତ, ମୋ ପାଇଁ ଯଦି ପଠାନ ସହ ସମାନ ଦୁନିଆର କୌଣସି ଫୁଟବଲରଙ୍କ ସହିତ କରିବାକୁ ପଡେ , ପୂର୍ବରୁ କିମ୍ବା ପରେ କେବେ ବି , ତ ସେ ହେଉଛନ୍ତି ଆପଣ । ଆପଣ ଟପ୍ ଜଣେ ବ୍ୟକ୍ତି।
ରୁନିଙ୍କ ଶାହାରୁଖଙ୍କ ଫିଲ୍ମ ସହ ସଂଯୋଗସୋ’ରେ ୱେନ ରୁନିଙ୍କ କିଛି ଆଇକନିକ ସେଲିବ୍ରେଶନ ମଧ୍ୟ ଦେଖାଯାଇଥିଲା । ଏସବୁକୁ ଦେଖି ଶାହରୁଖ କହିଛନ୍ତି, ସେ ତାଙ୍କ ଚଳଚ୍ଚିତ୍ର 'ଦିଲୱାଲେ ଦୁଲହାନିଆ ଲେ ଯାୟେଙ୍ଗେ' ପାଇଁ ରଗବୀ ମ୍ୟାଚ୍ ଖେଳୁଥିବାବେଳେ ରୁନିଙ୍କ କିଛି ସେଲିବ୍ରେଶନ ଶୈଳୀକୁ ମଧ୍ୟ ଟ୍ରାଏ କରିଥିଲେ । ତେବେ କିଛି ପ୍ରଶଂସକ ସୋସିଆଲ ମିଡିଆରେ କହୁଛନ୍ତି ଯେ ଶାହାରୁଖ ଏଠାରେ କିଛି ଅଧିକ କହିଛନ୍ତି । କାରଣ ୧୯୯୫ରେ 'ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ' ମୁକ୍ତିଲାଭ କରିଥିଲା । ଯେତେବେଳେ କି ରୁନିଙ୍କ କ୍ୟାରିଅର୍ ୨୦୦୨ ରେ ଆରମ୍ଭ ହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।