CWG 2022:ସାତ୍ୱିକ୍ ସାଇରାଜ ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ସୃଷ୍ଟି କଲେ ଇତିହାସ; ପୁରୁଷ ଡବଲ୍ସରେ ଜିତିଲେ ସ୍ୱର୍ଣ୍ଣ
News 18 Odia Digital
ନୂଆଦିଲ୍ଲୀ; ସୋମବାର କମନୱେଲଥ ଗେମ୍ସ -୨୦୨୨ରେ ଭାରତୀୟ ଯୋଡି ସାତ୍ୱିକ୍ ସାଇରାଜ ରାଙ୍କେରେଡି ଏବଂ ଚିରାଗ ଶେଟ୍ଟୀ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବର୍ମିଂହାମ୍ରେ ହୋଇଥିବା ଏହି ଇଭେଣ୍ଟର ଫାଇନାଲରେ ସାତ୍ୱିକ୍ ଏବଂ ଚିରାଗ ଇଂଲଣ୍ଡ ଯୋଡି ବେନ ଲେନ ଏବଂ ସଚିନ ୱେଣ୍ଡିଙ୍କ ବିପକ୍ଷରେ କ୍ରମାଗତ ଖେଳରେ ଜିତ୍ ହାସଲ କରିଛନ୍ତି । ଭାରତୀୟ ଯୋଡି ୨୧-୧୫, ୨୧-୧୩ରେ ମ୍ୟାଚ୍ ଜିତିଛନ୍ତି । ଏହା ସହିତ କମନୱେଲଥ୍ ଗେମ୍ସରେ ପୁରୁଷ ଡବଲ୍ସରେ ସ୍ଵର୍ଣ୍ଣ ଜିତିବାରେ ସାତ୍ୱିକ୍ ଏବଂ ଚିରାଗ ମଧ୍ୟ ପ୍ରଥମ ଖେଳାଳି ହୋଇଛନ୍ତି ।
ସୋମବାର ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ସେମାନଙ୍କର ତିନୋଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପି.ଭି ସିନ୍ଧୁ ଏବଂ ଲକ୍ଷ୍ମୀ ସେନ୍ ଯଥାକ୍ରମେ ମହିଳା ଏବଂ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଡବଲ୍ସରେ ସାତ୍ୱିକ୍ ଏବଂ ଚିରାଗ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।