- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଯୁବ ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଭାରତ ପାଇଁ ଖେଳିବାର କମ ସୁଯୋଗ ମିଳୁଛି । କେତେବେଳେ ଟିମରେ ତାଙ୍କୁ ସ୍ଥାନ ମିଳୁଛି ତ କେତେବେଳେ ବେଞ୍ଚରେ ବସାଇ ଦିଆଯାଉଛି । କେରଳର ସାମସନ ୨୦୧୫ରେ ଭାରତ ପାଇଁ ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଥିଲେ । ପ୍ରାୟ ୭ ବର୍ଷର ଦୀର୍ଘ କ୍ୟାରିୟରରେ ତାଙ୍କୁ କେବଳ ୨୭ ମ୍ୟାଚ ଖେଳିବାକୁ ସୁଯୋଗ ଦିଆଯାଇଛି । ଚଳିତ ବର୍ଷ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଯୋଗୁଁ ଏହି ବର୍ଷ ଟିକେ ଅଧିକ ସୁଯୋଗ ମିଳିଛି, କିନ୍ତୁ ପୁଣି ବାହାର କରି ଦିଆଯାଇଛି ।
ଭାରତୀୟ ଟିମରେ ଅଣଦେଖା କରାଯାଉଥିବା ସଞ୍ଜୁ ସାମସନଙ୍କୁ ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ଖେଳିବାର ଅଫର ଦେଇଛି । ମିଡିଆ ରିପୋର୍ଟ ଅନୁସାରେ ଆୟର୍ଲାଣ୍ଡ ବୋର୍ଡ ସଞ୍ଜୁ ସାମସନଙ୍କ ସହ ଯୋଗାଯୋଗ କରିଥିଲା । ଏହାସହ ଟିମ ପାଇଁ ସେ ସବୁ ଇଣ୍ଟରନ୍ୟାସନାଲ ମ୍ୟାଚର ସଦସ୍ୟ ରହିବେ ବୋଲି ତାଙ୍କୁ ଗ୍ୟାରେଣ୍ଟି ଦିଆଯାଇଛି ।
ତେବେ ସଞ୍ଜୁ ସାମସନ କଥିତ ରୂପେ ଏହି ଅଫରକୁ ଅସ୍ୱୀକାର କରିଛନ୍ତି । ତେବେ ଏହି ପ୍ରସ୍ତାବ ପାଇଁ ସେ ଆୟର୍ଲାଣ୍ଡ ବୋର୍ଡକୁ କୃତଜ୍ଞତା ଜଣାଇଛନ୍ତି । ସାମସନ କହିଛନ୍ତି ଯେ ସେ କେବଳ ଭାରତ ପାଇଁ ଖେଳିବେ ଏବଂ କେବେ ବି ଅନ୍ୟ ଦେଶର ପ୍ରତିନିଧିତ୍ୱ କରି ଖେଳିବାର କଳ୍ପନା ମଧ୍ୟ କରିପାରିବେ ନାହିଁ । ତେବେ ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପକ୍ଷରୁ ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।