News 18 Odia Digital
ନୂଆଦିଲ୍ଲୀ: ସାନିଆ ମିର୍ଜା ୨୦୦୩ରୁ ପ୍ରୋ-ଟେନିସ୍ ଖେଳିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଭାରତୀୟ ଟେନିସ୍ ତାରକା ଅବସର ନେବାକୁ ମନସ୍ଥ କରିଛନ୍ତି ଏବଂ ତାଙ୍କର ଶେଷ ଟୁର୍ନାମେଣ୍ଟ ମଧ୍ୟ ସ୍ଥିର କରିଛନ୍ତି। ସେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ବର୍ତ୍ତମାନ ଭଲରେ ଚାଲିନାହିଁ। ଫେବୃଆରୀରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା WTA 1000 ଟୁର୍ନାମେଣ୍ଟ ପରେ ସାନିଆ, ୩୬ବର୍ଷରେ ଅବସର ନେବାକୁ ଯାଉଛନ୍ତି।
ସାନିଆ ମିର୍ଜା କାଜାଖସ୍ତାନର ଆନା ଡାନିଲିନାଙ୍କ ସହ ଖେଳିବେ। ଏହା ତାଙ୍କର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ହେବ। ଗତ ବର୍ଷ ଆଘାତ ହେତୁ ସେ ଖେଳିପାରିନଥିଲେ। ସାନିଆ କହିଛନ୍ତି, ସତ କହିବାକୁ ଗଲେ ମୁଁ ସେହି ବ୍ୟକ୍ତି ଯିଏ ମୋ ନିଜ ସର୍ତ୍ତରେ ବଞ୍ଚିବାକୁ ପସନ୍ଦ କରେ। ସେଥିପାଇଁ ମୁଁ ଆଘାତ ହେତୁ ଏଡ଼ାଇବାକୁ ଚାହେଁ ନାହିଁ।
ଦୁବାଇ ଟେନିସ୍ ଚାମ୍ପିଅନସିପ୍ ୧୯ ଫେବୃଆରୀରୁ ଆରମ୍ଭ ହେବ। ଡବଲ୍ସରେ ମାନ୍ୟତା ହାସଲ କରିବା ବ୍ୟତୀତ ସାନିଆ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟ ଜିତିଛନ୍ତି। ୨୦୧୦ ମସିହାରେ ଟେନିସ୍ ଖେଳାଳି ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଥିଲେ। ଏହି ସମୟରେ ସେ ମଧ୍ୟ ନିଜ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଥିଲେ।
ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କୁ ବିବାହ ପରେ, ୩୦ ଅକ୍ଟୋବର ୨୦୧୮ ରେ, ଏକ ସୁନ୍ଦର ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ସାନିଆ। ସେମାନଙ୍କ ଜୀବନରେ ସବୁକିଛି ବହୁତ ଭଲରେ ଚାଲିଥିଲା, କିନ୍ତୁ କିଛି ଦିନ ପରେ ସେମାନଙ୍କ ଅଲଗା ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଲା।
ସୋନିଆ ମିର୍ଜା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ଜୀବନର ସମସ୍ୟା ବିଷୟରେ ବାରମ୍ବାର ଉଲ୍ଲେଖ କରିଛନ୍ତି। ନଭେମ୍ବର ୮ରେ, ସାନିଆ ତାଙ୍କ ଇନଷ୍ଟା କାହାଣୀରେ ଏକ କୋଟ୍ (quote) ସେୟାର କରିଥିଲେ ଯେଉଁଥିରେ ହୃଦୟ ବିଦାରକ ବିଷୟରେ ଆଲୋଚନା ହୋଇଥିଲା। କିଛି ସମୟ ପରେ, ସେ ସେହି ଷ୍ଟୋରୀକୁ ଡିଲିଟ କରିଦେଲେ। ସେଥିରେ ଲେଖାଥିଲା ଯେ ଭଙ୍ଗା ହୃଦୟ ନେଇ କୁଆଡେ ଯିବ?
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।