News18 Odia Digital
ଦୁବାଇ: ଭାରତୀୟ କ୍ରିକେଟ୍ ଫ୍ୟାନମାନଙ୍କ ହୃଦୟରେ ପାକିସ୍ତାନୀ ଖେଳାଳି ଶୋଏବ ମଲିକ୍ (Shoaib Malik) ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କ୍ରିକେଟ୍ ପଡ଼ିଆରେ ଆମେ ତାଙ୍କ ଦକ୍ଷତା ଉପରେ ସନ୍ଦେହ କରୁନାହୁଁ । ତାଙ୍କ ପାଇଁ ଏହି ବିଶେଷ ପ୍ରେମ ପଛରେ ଥିବା ବଡ଼ କାରଣ ହେଉଛନ୍ତି ତାଙ୍କ ପତ୍ନୀ ଟେନିସ୍ ତାରକା ସାନିଆ ମିର୍ଜା (Sania Mirza) ।
ରବିବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଆଇସିସି ଟି-୨୦ କ୍ରିକେଟ୍ ବିଶ୍ୱ କପ୍ (ICC T20 World Cup) ମ୍ୟାଚ ସମୟରେ ଯେତେବେଳେ ସୋଏବ୍ ମଲିକ ବାଉଣ୍ଡରୀ ଲାଇନ୍ ନିକଟରେ ଫିଲ୍ଡିଂ କରୁଥିଲେ, ତାଙ୍କ ଫ୍ୟାନମାନେ ତାଙ୍କୁ ‘ଜିଜାଜୀ’ (ଭିଣୋଇ) ବୋଲି ବଡ଼ ପାଟିରେ ଡାକି ଉତ୍ସାହିତ କରିଥିଲେ (Shoaib Malik Sania Mirza)।
ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲାଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ ପ୍ରଶଂସକମାନେ ବଡ଼ ପାଟିରେ ‘ଜିଜାଜୀ’ ବୋଲି ବାରମ୍ବାର ଡାକି ପାକିସ୍ତାନ ଅଲରାଉଣ୍ଡର୍ ଶୋଏବ୍ ମଲିକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ମଲିକ୍ କିଛି ସମୟ ପାଇଁ ସେମାନଙ୍କ ଆଡ଼େ ଅନାଉଛନ୍ତି ମଧ୍ୟ । ସେତିକି ବେଳେ ପ୍ରଶଂସକମାନଙ୍କ ଆନନ୍ଦ ଆହୁରି ବଢ଼ିଯାଉଛି ଓ ସେମାନେ ଆହୁରି ଜେରରେ ‘ଜିଜାଜୀ’ ବୋଲି କହି ଚିଲ୍ଲାଉଛନ୍ତି । ଏହି ଭିଡିଓଟି ସାନିଆ ମିର୍ଜାଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେ ଏହାକୁ ହସ ଓ ହୃଦୟ ଇମୋଜି ଲଗାଇ ଟ୍ୱିଟରରେ ଶେୟାର୍ କରିଛନ୍ତି (Shoaib Malik video)।

ସାନିଆ ମିର୍ଜା (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲାଶୋଏବ୍ ମଲିକ୍ ପାକିସ୍ତାନ୍ ଟିମରେ ସବୁଠୁ ଅଭିଜ୍ଞ ଖେଳାଳି, ହେଲେ ସେ ଭାରତ ବିପକ୍ଷରେ ଏହି ବିଶ୍ୱ କପ୍ ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ । ପାକିସ୍ତାନର ଦୁଇ ଓପନର୍ – ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ – ମିଶି ତାଙ୍କ ଦଳକୁ ଜିତାଇ ଦେଇଥିଲେ । ଭାରତ ଏହି ମ୍ୟାଚ୍ ୧୦ ୱିକେଟରେ ହାରିଯାଇଥିଲା ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା: ହୋଟେଲରେ ନାଚୁଥିଲେ କନେଷ୍ଟବଳ, ନିଲମ୍ବିତ ହେଲେ; ବଦଳିଲେ ଥାନା ଅଧିକାରୀଟସ୍ ଜିତି ପାକିସ୍ତାନ ଭାରତକୁ ପ୍ରଥମେ ବ୍ୟାଟିଂରେ କରିବାକୁ ଦେଇଥିଲା । ପାକିସ୍ତାନୀ ବୋଲରମାନେ ଭଲ ପ୍ରଦର୍ଶନ କରି ତିନୋଟି ଦ୍ରୁତ ୱିକେଟ୍ ନେଇଥିଲେ । ଭାରତୀୟ ଅଧିନାୟକ ବିରାଟ କୋହଲି (୪୯ଟି ବଲରୁ ୫୭ ରନ୍) ଓ ଋଷଭ ପନ୍ତଙ୍କ (୩୦ଟି ବଲରୁ ୩୯ ରନ୍) ଇନିଂସ ଭାରତୀୟ ପ୍ରଶଂସକଙ୍କୁ କିଛି ଆଶା ଦେଇଥିବା ବେଳେ ଭାରତୀୟ ଖେଳାଳିମାନେ ମୋ’ଟ ୨୦ ଓଭରରେ ମାତ୍ର ୧୫୧ ରନ୍ କରିପାରିଥିଲେ । ତା’ ପରେ ପାକ୍ସିତାନ ବ୍ୟାଟିଂ କରିବାକୁ ଆସି ମାତ୍ର ୧୭.୫ ଓଭରରେ ଗୋଟିଏ ବି ୱିକେଟ୍ ନ ହରାଇ ସହଜରେ ଏହି ଟାର୍ଗେଟକୁ ହାସଲ କରିନେଇଥିଲା ।
ଏହା ବି ପଢ଼ନ୍ତୁ | କଟକରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେଲା; ପୋଲିସ ଲାଠି ଚାର୍ଜ କଲା; ୫ ପୋଲିସ କର୍ମୀ ଆହତପାକିସ୍ତାନର ଏହି ବିଜୟ ବିଶ୍ୱ କପ ମ୍ୟାଚରେ ତା’ ବିପକ୍ଷରେ ଭାରତର ଅପରାଜିତ ବିଜୟ ଧାରାକୁ ଭାଙ୍ଗି ଦେଇଛି । ରବିବାର ପୂର୍ବରୁ ଭାରତ ବିଶ୍ୱ କପରେ ପାକିସ୍ତାନ ବିପକ୍ଷରେ ସାତୋଟି ଦିନିକିଆ ଓ ପାଞ୍ଚ ଟି-୨୦ ପ୍ରତିଯୋଗିତାରେ ଜିତିଥିଲା । ପାକିସ୍ତାନର ୧୦ ୱିକେଟରେ ଏହି ବିଜୟ ପ୍ରଥମ ଥର ପାଇଁ ସୀମିତ ଓଭର କ୍ରିକେଟରେ ଏତେ ବଡ଼ ବ୍ୟବଧାନରେ ଭାରତକୁ ପରାସ୍ତ କରିବା ଘଟଣା ଥିଲା ।
ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲାଚଳିତ ବର୍ଷର ଟି-୨୦ ବିଶ୍ୱ କପରେ ଫେଭରାଇଟ୍ ଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ବିଜୟ ହାସଲ କରିବ ବୋଲି ଆଶା ରହିଛି । ଯଦିଓ ତାହା ଭାରତ ପାଇଁ ସହଜ ହେବ ନାହିଁ, ବିରାଟ କୋହଲିଙ୍କ ଦଳ ଅକ୍ଟୋବର ୩୧ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଖେଳିବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।