News18 Odia Digital
Sania Mirza: ରବିବାର ଦିନ ନିଜ ଟେନିସ କ୍ୟାରିୟରକୁ ସବୁ ଦିନ ପାଇଁ ବାଏ ବାଏ କରିଦେଇଛନ୍ତି ଫେମସ ଟେନିସ ତାରକା ସାନିଆ ମିର୍ଜା।
ଲାଲ ବାହାଦୂର ଟେନିସ୍ ଷ୍ଟାଡିୟମରେ ନିଜର ଚମତ୍କାର କ୍ୟାରିୟର ସହିତ ରବିବାର ଦିନ ବିଦାୟ ନେଇଛନ୍ତି। ବିଶେଷ କଥା ହେଲା ଯେ ଦିନେ ଯେଉଁଠାରେ ସେ ନିଜର ଖେଳ ଆରମ୍ଭ କରିଥିଲେ ରବିବାର ଦିନ ସେହି ସ୍ଥାନରେ ଖେଳି ତାଙ୍କର ଟେନିସ୍ କ୍ୟାରିୟର ଶେଷ କରିଥିଲେ।
ରୋହନ ବୋପାନ୍ନା, ଯୁବରାଜ ସିଂ ଏବଂ ତାଙ୍କର ବେଷ୍ଟ ଯୁଗଳ ପାର୍ଟନର ବେଥାନି ମେଟେକ୍ ସାଣ୍ଡସଙ୍କ ସହିତ ପ୍ରଦର୍ଶନୀ ମ୍ୟାଚ୍ ଖେଳି ସାନିଆ ଶେଷରେ ଲାଲ ବାହାଦୂର ଟେନିସ୍ ଷ୍ଟାଡିୟମରେ ନିଜର ଚମତ୍କାର କ୍ୟାରିୟରକୁ ବିଦାୟ ଜଣାଇଥିଲେ।
ଯେଉଁଠାରେ ସେ ଏକ ଐତିହାସିକ ବଡ଼ ମଞ୍ଚରେ ପହଞ୍ଚିବାର ସଙ୍କେତ ଦେଇଥିଲେ। ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଡବ୍ଲ୍ୟୁଟଏ ସିଙ୍ଗଲ ଟାଇଟେଲ୍ରେ ବିଜୟୀ ହୋଇଛନ୍ତି ସାନିଆ।
ଏହି ମ୍ୟାଚ୍ ସମୟରେ ବହୁ ଜଣାଶୁଣା ଲୋକ ଉପସ୍ଥିତ ଥିଲେ। କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ, ପୂର୍ବତନ କ୍ରିକେଟର ତଥା ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ୍ ଏହି ସମୟରେ ଉପସ୍ଥିତ ଥିଲେ।
ସେହିପରି ବିଦାୟ ଭାଷଣ ଦେବା ବେଳେ ବେଶ୍ ଭାବବିହ୍ବଳ ହୋଇପଡ଼ିଥିବା ସାନିଆ କହିଥିଲେ ଯେ ତାଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନ ହେଉଛି ୨୦ ବର୍ଷ ଧରି ଦେଶ ପାଇଁ ଖେଳିବା। ସେହିପରି ୬ ଥର ଗ୍ରାଣ୍ଡ ସ୍ଲାମ ବିଜେତା (ମହିଳା ଡବଲ୍ସରେ ତିନି ଏବଂ ମିଶ୍ରିତ ଡବଲ୍ସରେ ତିନି) ମ୍ୟାଚ୍ ଜିତିଥିଲେ ସେ।
ପୂର୍ବତନ କେନ୍ଦ୍ର କ୍ରିଡ଼ାମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଆଇନ୍ ମନ୍ତ୍ରୀ ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଆଉ କହିଥିଲେ,‘‘ସାନିଆ ମିର୍ଜାଙ୍କ ବିଦାୟ ମ୍ୟାଚ୍ ପାଇଁ ମୁଁ ହାଇଦ୍ରାବାଦକୁ ଆସିଛି। ଅନେକ ଲୋକ ଏଥିପାଇଁ ଆସୁଥିବା ଦେଖି ମୁଁ ଆନନ୍ଦିତ। ସାନିଆ ମିର୍ଜା କେବଳ ଭାରତୀୟ ଟେନିସ୍ ପାଇଁ ନୁହେଁ ବରଂ ଭାରତ ଖେଳ ପାଇଁ ମଧ୍ୟ ଏକ ପ୍ରେରଣା ସାଜିଛନ୍ତି। ତାହା କାହାଣୀ ଅନେକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ।’’
ପଢ଼ନ୍ତୁ ପୂରା ଖବର:
ଦେଶର ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ ମହିଳା ପ୍ରିମିୟର ଲିଗ: ନୀତା ଅମ୍ବାନୀଆହୁରି ମଧ୍ୟ ସେ କହିଥିଲେ, ‘‘ଯେତେବେଳେ ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲି, ମୁଁ ସାନିଆଙ୍କ ସହ ଯୋଗାଯୋଗରେ ରହୁଥିଲି। ଭବିଷ୍ୟତର ପ୍ରୟାସ ପାଇଁ ମୁଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।