RR vs CSK: ଗାୟକୱାଡ଼ ଓ ଦୁବେଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ହାରିଲା ଚେନ୍ନାଇ

RR vs CSK ଗାୟକୱାଡ଼ ଓ ଦୁବେଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ଠାରୁ ୩୨ ରନ୍‌ରେ ହାରିଲା ଚେନ୍ନାଇ ।

IPL 2023

IPL 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

RR vs CSK Live Score, IPL 2023:  ଆଇପିଏଲ୍ ୨୦୨୩ ର ୩୭ ତମ ମ୍ୟାଚ୍ ୨୭ ଏପ୍ରିଲରେ ସଓ୍ବାଇ ମାଧୋସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ଆୟୋଜକ ଦଳ ରାଜସ୍ଥାନ ଏହି ମ୍ୟାଚ୍ ଜିତିଛି। ଚଳିତ ସିଜନରେ ଖେଳାଯାଇଥିବା ଉଭୟ ମ୍ୟାଚରେ ସଞ୍ଜୁ ସାମସନଙ୍କ ଦଳ ଚେନ୍ନାଇକୁ ପରାସ୍ତ କରିଛି। ମ୍ୟାଚରେ ୩୨ ରନରେ ଜିତିବାରେ RR ସଫଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୫ ୱିକେଟ୍ ହରାଇ ବୋର୍ଡରେ ୨୦୨ ରନ୍ କରିଥିଲା।

ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ମଧ୍ୟ ବହୁତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆରଆର ୨୦ ଓଭରରେ ପାଞ୍ଚ ୱିକେଟ୍ ପାଇଁ ୨୦୨ ରନ୍ ସଂଗ୍ରହ କରିଥିଲା।  ଦଳ ପକ୍ଷରୁ ଜଶସ୍ବୀ ଜୟସ୍ବାଲ ୭୭ରନ କରିଥିବାବେଳେ ଜସ ବଟଲର ୨୭ରନ କରିଥିଲେ । ସେହିପରି ଧ୍ରୁବ ଜୁରେଲ୍ ୩୪ ରନ କରିଥିବାବେଳେ ଦେବଦତ୍ତ ପଡ଼ିକଲ୍ଲ ୨୩ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ୧୭ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିବାବେଳେ ମହିସ ତିକସନା ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚ​ଳିତ ଆଇପିଏଲରେ ଚେନ୍ନାଇ ୭ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଛି ଓ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ, ରାଜସ୍ଥାନ ରୟାଲ୍ସ ୭ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଛି।
Published by:Soumya Das
First published: