- News18 Odia
- Last Updated :
- New Delhi, India
News 18 Odia Digital
Ronaldo- Messi: ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ଫିଫା ବିଶ୍ୱକପ ପରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସେ ଲିଓନେଲ ମେସିଙ୍କ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ ବିପକ୍ଷରେ ଏକ ମ୍ୟାଚ୍ ଖେଳିବେ ଏବଂ PSG ବିପକ୍ଷରେ ଅଲ ନାସର ଏବଂ ଅଲ ହିଲାଲ ଖେଳାଳିଙ୍କ ମିଶ୍ରିତ ଦଳ ଖେଳିବେ। ଏହି ମ୍ୟାଚରେ ବର୍ତ୍ତମାନର ଦୁଇଜଣ ଶ୍ରେଷ୍ଠ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି ମୁହାଁମୁହିଁ ହେବେ। ଏହା ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ହୋଇପାରେ, ଏହି ମ୍ୟାଚ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।
ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ସାଉଦି ଆରବ ବ୍ୟବସାୟୀ ଏହି ମ୍ୟାଚ୍ ଟିକେଟ୍ ପାଇଁ ୨.୬ ମିଲିୟନ୍ ଡଲାର (୨୧.୨କୋଟି ଟଙ୍କା) ଟେଣ୍ଡର କରିଛନ୍ତି। ଅଧିକାରୀ କହିଛନ୍ତି ଯେ ରିୟାଦରେ ଗୁରୁବାର ମ୍ୟାଚ୍ ପାଇଁ ସାଉଦି ଆରବର ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ୨୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଲ ନାସ୍ରଙ୍କ ସହ ଚୁକ୍ତି କରିବା ପରେ ରୋନାଲଡୋ ପ୍ରଥମ ଥର ସାଉଦି ଆରବରେ ଏକ ମ୍ୟାଚ୍ ଖେଳିବେ। ରୋନାଲ୍ଡୋ ୨୦୨୫ ପର୍ଯ୍ୟନ୍ତ ଅଲ ନାସ୍ର ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ରୟାଲ କୋର୍ଟର ପରାମର୍ଶଦାତା ତଥା ସାଉଦି ଆରବର ଜେନେରାଲ ଏଣ୍ଟରଟେନମେଣ୍ଟ ଅଥରିଟିର ମୁଖ୍ୟ ତୁର୍କୀ ଅଲ-ଶେଖ ଗୁରୁବାର ମ୍ୟାଚ ପାଇଁ ଏକ ସ୍ୱତନ୍ତ୍ର ଟିକେଟ ପାଇଁ ନିଲାମ ଘୋଷଣା କରିଛନ୍ତି। ଏହି ଟିକେଟ୍ କିଣୁଥିବା ପ୍ରଶଂସକମାନେ ଖେଳାଳିଙ୍କ ସହ ଫଟୋ ଉଠାଇବା ଏବଂ ଲକର ରୁମରେ ସେମାନଙ୍କ ସହିତ ସମୟ ବିତାଇବାର ସୁଯୋଗ ପାଇବେ। ଏହି ଟିକେଟ୍ ପାଇଁ ୨୧ କୋଟିରୁ ଅଧିକ ଟଙ୍କା ଟେଣ୍ଡର ହୋଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।