Viral Video: ଇଶାନ କିଷାନଙ୍କ ଉପରେ ରାଗିଲେ ରୋହିତ; ମାରିବାକୁ ଉଠାଇଲେ ହାତ

Viral Video: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଇଶାନଙ୍କୁ ହାତ ଉଠାଇଲେ ରୋହିତ

ଇଶାନଙ୍କୁ ହାତ ଉଠାଇଲେ ରୋହିତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Viral Video: ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ (IND vs AUS) ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳା ଯାଉଛି। ଗୁରୁବାର ଏହି ମ୍ୟାଚ ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଭାଇରାଲ ହୋଇଥିବା ଭିଡିଓ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପାନୀୟ ବିରତି ସମୟରେ ପଡ଼ିଆକୁ ଆସିଥିବା ଇଶାନ କିଷାନଙ୍କୁ (-Ishaan Kishan) ହାତ ଉଠାଇ ବାଡ଼େଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ।

ଯଦିଓ ରୋହିତ ଇଶାନଙ୍କ ସହ ଥଟ୍ଟାରେ ଏମିତି କରିଥିଲେ ହେଲେ ସେପଟେ ଫ୍ୟାନ୍ସଙ୍କୁ କିନ୍ତୁ ରୋହିତଙ୍କ ଏହି ବ୍ୟବହାର ଆଦୌ ପସନ୍ଦ ଆସିନାହିଁ।

କଥାଟି ହେଲା ଯେ ଯେତେବେଳେ ଇଶାନ କିଷାନ ପାଣି ଆଣି ଆସିଥିଲେ ଆଉ ଠିକ ସେତିକିବେଳେ ବିରତି ଶେଷରେ ଦୌଡ଼ିବାକୁ ଲାଗିଲେ, ଆଉ ହଠାତ୍ ତାଙ୍କ ହାତରୁ ଏକ ବୋତଲ ଖସି ତଳେ ପଡ଼ିଯାଇଥିଲା, ଯାହା ପରେ ପାଖରେ ଠିଆ ହୋଇଥିବା ରୋହିତ ଶର୍ମା ଥଟ୍ଟା କରି ତାଙ୍କୁ ବାଡ଼େଇବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା।



ପ୍ରକାଶ ଥାଉକି ଗତ କାଲିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟି କରିବାକୁ ନିଷ୍ପତ୍ତି ନେଇଥିଲା। ସେହିପରି କଙ୍ଗାରୁ ଦଳ ୨୨୫ ରନରେ ୪ ୱିକେଟ ହରାଇଛି।

ସେହିପରି ପୂର୍ବରୁ ଖେଳାଯାଇଥିବା ସିରିଜର ତିନୋଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିଲା ​​ଏବଂ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ ଜିତିଥିଲା। ଏହିପରି ସିରିଜ୍ ୨-୧ ବ୍ୟବଧାନରେ ରହିଛି। ଏହି ଟେଷ୍ଟ ମ୍ୟାଚର ଫଳାଫଳ ମଧ୍ୟ ସିରିଜର ଫଳାଫଳ ସ୍ଥିର କରିବ। ଯଦି ଭାରତୀୟ ଦଳ ଏହି ମ୍ୟାଚରେ ଜିତେ, ତେବେ ଏହି ସିରିଜକୁ ୩-୧- ବିଜୟୀ ହେବ। ଯଦି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତେ ତେବେ ସିରିଜ୍ ୨-୨ ହେବ।
Published by:Lipina Das
First published: