News18 Odia Digital
India vs New Zealand, 2nd ODI: ଅଧିନାୟକ ରୋହିତ ଶର୍ମାଙ୍କ ଏକ ବିରାଟ ଭୁଲ ପ୍ରଥମ ODIରେ ଟିମ୍ ଇଣ୍ଡିଆ ଉପରେ ଭାରୀ ପଡ଼ିଥିଲା, ଏହା ପରେ ହିଟମ୍ୟାନ୍ ନିଜେ ତାଙ୍କର ଜଣେ ଖେଳାଳିଙ୍କୁ ଆସନ୍ତା କାଲି ଅର୍ଥାତ୍ ଶନିବାର ଦିନ ରାୟପୁରରେ ଦ୍ୱିତୀୟ ODIରେ ଖେଳାଯିବାକୁ ଥିବା ପ୍ଲେଇଙ୍ଗ ଇଲେଭେନରୁ ବାଦ ଦେବାକୁ ଯାଉଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି। ଆଉ ଏଥିପାଇଁ ଅଧିକାଂଶ କ୍ରିକେଟ୍ ଫ୍ୟାନ୍ସ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନରୁ ବାହାରେ ଦେଖିବାକୁ ଚାହୁଁଛନ୍ତି।
ରୋହିତଙ୍କ ଏହି ଭୁଲ ପୂରା ଦଳ ଉପରେ ଭାରୀ ପଡ଼ିଛିନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଏହି ଖେଳାଳି ଟିମ୍ ଇଣ୍ଡିଆକୁ ମ୍ୟାଚ୍ ହରାଇବା ପାଇଁ କୌଣସି ସୁଯୋଗ ଛାଡ଼ି ନଥିଲେ, କିନ୍ତୁ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ କୌଣସି ପ୍ରକାରେ ମ୍ୟାଚକୁ ୧୨ ରନରେ ଜିତି ଏକ ଲଜ୍ଜାଜନକ ପରାଜୟକୁ ଏଡ଼ାଇବାରେ ସଫଳ ହୋଇଥିଲା।
ଆଜ୍ଞା ହଁ, ଏଠାରେ ଆମେ କଥା ହେଉଛୁ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ବିଷୟରେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ODIରେ ଶାମିଙ୍କୁ ସୁଯୋଗ ଦେଇ କ୍ୟାପଟେନ ରୋହିତ ଶର୍ମା ନିଜ ଗୋଡ଼ରେ କୁରାଢୀ ମାରିବା ପରି କାମ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ନିଜର ସବୁଠାରୁ ବଡ଼ ଭୁଲକୁ ସଂଶୋଧନ କରି ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଟିମ୍ ଇଣ୍ଡିଆର ଖେଳୁଥିବା ପ୍ଲେଇଙ୍ଗ ଇଲେଭେନରୁ ଡ୍ରପ୍ କରିବାକୁ ଚିନ୍ତା କରିଛନ୍ତି ଏବଂ ତାଙ୍କ ସ୍ଥାନରେ ଫେମସ ଦ୍ରୁତ ବୋଲର ଉମରାନ ମଲିକଙ୍କୁ ସ୍ଥାନ ଦେବେ।
ବର୍ତ୍ତମାନ ଅଧିନାୟକ ଦ୍ୱିତୀୟ ODIରେ ଶାମିଙ୍କୁ ବାହାରେ ବସାଇ ଦେବାର ପ୍ଲାନିଂ କରିଛନ୍ତିକ୍ୟାପଟେନ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଖେଳୁଥିବା ପ୍ଲେଇଙ୍ଗ ଇଲେଭେନରୁ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଡ୍ରପ କରିପାରନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ODIରେ ଶାମି ୧୦ ଓଭରରେ ୬୯ ଦେଇଥିଲେ।
ଏହି ସମୟରେ ଶାମି କେବଳ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଶାମିଙ୍କ ଇକନୋମି ରେଟ ମଧ୍ୟ ୬.୯୦ ରହିଛି। ରାୟପୁର ODIରେ ତାଙ୍କର ଖରାପ ପ୍ରଦର୍ଶନ ଦେଖି ରୋହିତ ତାଙ୍କୁ ଆଗାମୀ ମ୍ୟାଚରେ ସ୍ଥାନ ନଦେବାକୁ ସ୍ଥିର କରିଛନ୍ତି।
ମଇଦାନକୁ ଓହ୍ଲାଇବେ ଏହି ଖେଳାଳି!ଉମରନ ମଲିକ କ୍ରମାଗତ ଭାବରେ ୧୫୦ kmphରୁ ଅଧିକ ବେଗରେ ଦ୍ରୁତ ବୋଲିଂରେ ମାହିର ଏବଂ ସେ ଦ୍ୱିତୀୟ ODIରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।
ଟିମ୍ ଇଣ୍ଡିଆ ପାଇଁ ଉମରନ୍ ମଲିକ ୭ଟି ODI ଏବଂ ୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୭ଟି ODIରେ ୧୨ଟି ୱିକେଟ୍ ଏବଂ ୬ଟି ଟି-୨୦ ମ୍ୟାଚରେ ୯ ୱିକେଟ୍ ନେଇଛନ୍ତି। ଗତ ୧୦ଟି ODIରେ ମହମ୍ମଦ ଶାମିଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ଶାମି ହାରାହାରି ୩୯.୩୦ ରେଟ ସହ ୧୩ ୱିକେଟ୍ ନେଇଥିବାବେଳେ ଏହି ସମୟ ମଧ୍ୟରେ ତାଙ୍କ ଇକନୋମି ରେଟ ୬.୦୭ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।