ରୋହିତ-ଜାଡେଜା ଭାରତକୁ କଲେ ମଜବୁତ; ଏମିତି ଥିଲା ଦ୍ଵିତୀୟ ଦିନ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଟ୍ସମ୍ୟାନ ଦୃଢ଼ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୧୪୪ ରନ୍ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲା ।

ରୋହିତ-ଜାଡେଜା ଭାରତକୁ କଲେ ମଜବୁତ; ଏମିତି ଥିଲା ଦ୍ଵିତୀୟ ଦିନ

ରୋହିତ-ଜାଡେଜା ଭାରତକୁ କଲେ ମଜବୁତ; ଏମିତି ଥିଲା ଦ୍ଵିତୀୟ ଦିନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ (Rohit Sharma) ନେତୃତ୍ୱରେ ଭାରତୀୟ ବ୍ୟାଟ୍ସମ୍ୟାନ (Batsman )  ଦୃଢ଼ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୧୪୪ ରନ୍ ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଥିଲା । ଆଉ ଏଥିରେ ୩ ୱିକେଟ୍ ବାକି ଅଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ୫ମାସ ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ପାଳନ କରିଥିଲେ। ପ୍ରଥମେ ଏହି ବାମହାତୀ ସ୍ପିନର ୫ ୱିକେଟ୍ ନେଇଥିଲେ। ତା’ପରେ ୬୬ ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳର ସ୍କୋରକୁ ୩୦୦ ରନରେ ପହଞ୍ଚାଇଥିଲେ । ଦ୍ୱିତୀୟ ଦିନର ଖେଳ ଶେଷରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୭ ୱିକେଟରେ ୩୨୧ରନ୍ ସଂଗ୍ରହ କରିଛି। ଅକ୍ଷର ପଟେଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ୨୨ ବର୍ଷୀୟ ଅଫ୍ ସ୍ପିନର ଟଣ୍ଡ ମର୍ଫି ୫ ୱିକେଟ୍ ନେଇଥିଲେ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ୍ ସ୍କୋର କରିପାରିଥିଲା।

ଏହି ଖବର ପଢ଼ନ୍ତୁ- http://କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ

ଶୁକ୍ରବାର ଦ୍ୱିତୀୟ ଦିନରେ ଭାରତ ଏକ ୱିକେଟରେ ୭୭ ରନ୍ ଆଗୁଆ ଖେଳିବା ଆରମ୍ଭ କରିଥିଲା। ପ୍ରଥମ ଅଧିବେଶନରେ ଦଳକୁ ୨ଟି ଝଟକା ଲାଗିଥିଲା। ଦଳ ରବିଚନ୍ଦ୍ରନ ଅଶ୍ୱିନ (୨୩) ଏବଂ ଚେତେଶ୍ୱର ପୂଜାରା (୭) ଙ୍କ ୱିକେଟ ହରାଇଥିଲା। ଅଶ୍ୱିନ୍ ରୋହିତ ଶର୍ମାଙ୍କ ସହ ୪୨ ରନର ଭାଗିଦାରୀ କରିଥିଲେ। ଯୁବ ଅଫ୍ ସ୍ପିନର ଟଣ୍ଡ ମର୍ଫି ଭାରତୀୟ ଖେଳାଳିଙ୍କୁ ଚିନ୍ତାରେ ପକାଇଥିଲେ, କିନ୍ତୁ ରୋହିତ ଶର୍ମା ସଂଯମତା ରକ୍ଷା କରିଥିଲେ।

ବିରାଟ କୋହଲି (୧୨) ଓ ସୂର୍ଯ୍ୟକୁମାର ଯାଦବ (୮) ବଡ଼ ଇନିଂସ ଖେଳିପାରିନଥିଲେ। ଏହି କାରଣରୁ ସ୍କୋର ଏକ ସମୟରେ ୫ ୱିକେଟ୍ ପାଇଁ ୧୬୮ ରନ୍ ହୋଇଯାଇଥିଲା। ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ସହଭାଗୀତା କରି ସ୍କୋରକୁ ୨୨୦ ରନ୍ ଅତିକ୍ରମ କରାଇଥିଲେ।
Published by:Soubhagya Mishra
First published: