News18 Odia Digital
Roger Federer: ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳି ରୋଜର ଫେଡେରର ଅବସର ଘୋଷଣା କରିଛନ୍ତି। ଗ୍ରାଣ୍ଡସ୍ଲାମ ଓ ଏଟିପି ଟୁରରେ ଖେଳିବା ସମ୍ପର୍କରେ ରୋଜର ଫେଡେରର ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଟ୍ୱିଟ୍ କରି ରୋଜର ଫେଡେରର ତାଙ୍କ ଅବସର ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ରୋଜର ଫେଡେରର ୨୦ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି।
ଏହା ତାଙ୍କର ଶେଷ ମ୍ୟାଚ୍ ହେବଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲେଭର କପ୍ ହେଉଛି ଶେଷ ଏଟିପି ଇଭେଣ୍ଟ ଯେଉଁଥିରେ ରୋଜର ଫେଡେରର ଅଂଶଗ୍ରହଣ କରିବେ। ଫେଡେରର ତାଙ୍କ କ୍ୟାରିୟର ଯାତ୍ରାରେ ପ୍ରଶଂସକ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ କହିଛନ୍ତି ଯେ ୪୧ ବର୍ଷ ବୟସରେ, ସେ ଭାବୁଛନ୍ତି ଯେ ଏହା ଛାଡ଼ିବାର ସମୟ ଆସିଛି।
ପ୍ରକାଶ ଥାଉକି ଆସନ୍ତା ସପ୍ତାହରେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଲେଭର କପ୍ ଅନୁଷ୍ଠିତ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।