News 18 Odia Digital
Rishabh pant Post: ସଡ଼କ ଦୁର୍ଘଟଣା(Road Accident)ପରେ ପନ୍ତ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କ ଚିକିତ୍ସା ପ୍ରଥମେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ(Maxx Hospital) ହୋଇଥିଲେ। ତା’ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପରେ ସୁସ୍ଥ ହେଉଥିବା ପନ୍ତ(Rishabh Pant) ଏବେ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।
ସେ ତାଙ୍କ ପୋଷ୍ଟ ଦ୍ଵାରା ଦୁଇ ଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ପ୍ରଥମ ଇନଷ୍ଟା ପୋଷ୍ଟରେ(Instagram Post), ପନ୍ତ କହିଛନ୍ତି ଯେ ସେ ରଜତ କୁମାର ଏବଂ ନିଶୁ କୁମାରଙ୍କଠାରୁ ମିଳିଥିବା ସାହାଯ୍ୟ ପାଇଁ ସେ ସବୁଦିନ ପାଇଁ ରୁଣି ଏବଂ କୃତଜ୍ଞ ରହିବେ। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସ୍ପାଇଡରମ୍ୟାନର(Spiderman) ଏକ ଫଟୋ ମଧ୍ଯ ସେୟାର କରିଥିଲେ ଯେଉଁଥିରେ ସେ କ୍ୟାପସନରେ ଲେଖିଥିଲେ: “ଧନ୍ୟବାଦ, କୃତଜ୍ଞ ଏବଂ ଆଶୀର୍ବାଦ।"(thankful, grateful and blessed.”)।
ପନ୍ତ ଆହୁରି ଲେଖିଛନ୍ତି ଯେ, ‘ମୋ ହୃଦୟର ଗଭୀରତାର ମୁଁ ମୋର ସମସ୍ତ ପ୍ରଶଂସକ, ସାଥୀ ଖେଳାଳି, ଡାକ୍ତର ଏବଂ ଫିଜିଓମାନଙ୍କୁ ସେମାନଙ୍କର ପ୍ରେରଣା ଦେବା ପାଇଁ ଧନ୍ୟବାଦ ଦେବାକୁ ଚାହେଁ।ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ପାଇଥିବା ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ମୁଁ ଆଗାମୀ ଆହ୍ବାନ ପାଇଁ ପ୍ରସ୍ତୁତ ଅଛି। ଏଥିପାଇଁ ମୁଁ ବିସିସିଆଇ, ଜୟ ଶାହ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।
୩୦ ଡିସେମ୍ବର ଦିନ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା। ରାସ୍ତାରେ ଥିବା ଖାଲରୁ ଦୂରେଇ ଯାଇ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା କାର । ଦୁର୍ଘଟଣାର କିଛି ସମୟ ପରେ ଋଷଭଙ୍କ କାରରେ ନିଆଁ ଲାଗିଯାଇଥିଲା। ଋଷଭ ଭାଗ୍ୟବାନ ଥିଲେ ଯେ ହରିୟାଣା ରୋଡୱେ୍ର ଜଣେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରିଥିଲେ।
ଅଧିକ ଖବର ପଢ଼ନ୍ତୁ-
http://ଅନୁଗୋଳ ଏନଏଚ୍ -୫୩ ପାଇଁ ୧୭୪ କୋଟି ମଞ୍ଜୁର - ଧର୍ମେନ୍ଦ୍ର ପ୍ରଧାନPublished by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।