News18 Odia Digital
Rishabh Pant Accident: ସାମ୍ନାକୁ ଆସିଲା ବଡ଼ ଖବର। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଦିଲ୍ଲୀରୁ ଋଡକି ଯାଉଥିଲେ। ଋଷଭଙ୍କ କାର ରେଲିଂ ସହିତ ମୁହାଁମୁହିଁ ଧକ୍କା ହେବା ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପନ୍ତଙ୍କ ଗୋଡ ଏବଂ କପାଳରେ ଅଧିକ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ପଠାଯାଇଛି।
ଆଘାତ କାରଣରୁ ଟିମ୍ ଇଣ୍ଡିଆ ଦ୍ୱାରା ଋଷଭ ପନ୍ତଙ୍କୁ ବିରତି ଦିଆଯାଇଥିଲା। ଖବର ଅନୁଯାୟୀ ପନ୍ତ ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ କାର ସେଠାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ପଠାଯାଇଛି। ପନ୍ତଙ୍କ କପାଳ, ପିଠି ଏବଂ ଗୋଡରେ ଅଧିକ ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଋଷଭଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇପାରିବ।
ଋଷଭଙ୍କ କାର ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ କାରରେ ନିଆଁ ଲାଗିଯାଇଥିଲା। ତେବେ ଏହା ପୂର୍ବରୁ ଋଷଭ କାରରୁ ଓହ୍ଲାଇଯାଇଥିଲେ। ସେଠାରେ ଉପସ୍ଥିତ ଲୋକ କହିଛନ୍ତି ଯେ ନିଆଁକୁ ବହୁ କଷ୍ଟରେ ନିୟନ୍ତ୍ରଣ କରାଯାଇଥିଲା। ଏହା ପରେ ପନ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ଦିଲ୍ଲୀ ରାସ୍ତାରେ ଥିବା ସାକ୍ସାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଋଷଭ ପନ୍ତଙ୍କୁ ବିମାନରେ ନିଆଯିବ। ଆବଶ୍ୟକତା ଅନୁଯାୟୀ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସମସ୍ତ ସୁବିଧା ସେମାନଙ୍କୁ ଦିଆଯିବ।
ପ୍ରକାଶ ଥାଉକି ଋଷଭ ଟିମ୍ ଇଣ୍ଡିଆ ସହିତ ବାଂଲାଦେଶ ଗସ୍ତରେ ଯାଇଥିଲେ। କିନ୍ତୁ ଆଘାତ ହେତୁ ତାଙ୍କୁ ବ୍ରେକ୍ ଦିଆଯାଇଥିଲା। ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ODI ସିରିଜରୁ ମଧ୍ୟ ପନ୍ତଙ୍କୁ ବିରତି ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।