ନୀତିଶ ରାଣାଙ୍କ ସ୍ତ୍ରୀ ଓ ରିଙ୍କୁଙ୍କ ରୋମାଣ୍ଟିକ ଫଟୋ ! ମୁରଲୀ ବିଜୟ କାଣ୍ଡର ପୁନରାବୃତ୍ତି ?

Viral Photo: ଭାଇରାଲ ହେଉଛି ନୀତିଶ ରାଣାଙ୍କ ପତ୍ନୀଙ୍କ ସହ ରିଙ୍କୁ ସିଂହଙ୍କ ଫଟୋ। କ୍ରିକେଟର ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀଙ୍କ ସହ ମୁରଲୀ ବିଜୟଙ୍କ ଲଭ୍‌ ଲାଇଫକୁ ରିଙ୍କୁ-ସାଚି ଫଟୋ‌କୁ ଲିଙ୍କ୍‌ କରୁଛନ୍ତି ଲୋକ।

ନୀତିଶ ରାଣାଙ୍କ ସ୍ତ୍ରୀଙ୍କ ସହ ରିଙ୍କୁ ସିଂହଙ୍କ ରୋମାଣ୍ଟିକ ଫଟୋ ଭାଇରାଲ

ନୀତିଶ ରାଣାଙ୍କ ସ୍ତ୍ରୀଙ୍କ ସହ ରିଙ୍କୁ ସିଂହଙ୍କ ରୋମାଣ୍ଟିକ ଫଟୋ ଭାଇରାଲ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Viral Photo: ଭାରତୀୟ କ୍ରିକେଟ (Indian Cricket) ଜଗତରେ ପୁଣି ପରକୀୟା ପ୍ରୀତିକୁ ନେଇ ସୋସିଆଲ ମିଡ଼ିଆରେ (Social Media) ଚର୍ଚ୍ଚା। KKR କ୍ୟାପଟେନ ନୀତିଶ ରାଣାଙ୍କ (Nitish Rana) ସ୍ତ୍ରୀ ସାଚି ମାରୱାଙ୍କ ସହ କିଛି ଖାସ୍‌ ମୁହୂର୍ତ୍ତର ଫଟୋ ଶେୟାର କରି ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି ଚର୍ଚ୍ଚିତ କ୍ରିକେଟର ରିଙ୍କୁ ସିଂହ। ଏହା ପରେ ମୁରଲୀ ବିଜୟ ଓ ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ମଧ୍ୟରେ ପ୍ରେମ ଓ ତାପରେ ବିବାହ ଘଟଣାର ସମ୍ଭାବ୍ୟ ପୁନରାବୃତ୍ତିକୁ ନେଇ ସୋସିଆଲ ମିଡ଼ିଆ ସରଗରମ।

ରିଙ୍କୁ-ସାଚି ଫଟୋକୁ ନେଇ ବିବାଦ କାହିଁକି?

କ୍ରିକେଟର ନୀତିଶ ରାଣା (Nitish Rana)ଙ୍କ ପତ୍ନୀ ସାଚୀ ମାରାୱାଙ୍କ ସହ ନିଜର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି IPL 2023ର ହିରୋ ରିଙ୍କୁ ସିଂହ। ଲକ୍ଷ୍ନୌ ସୁପରଜାଏଣ୍ଟ ବିପକ୍ଷ ମ୍ୟାଚରେ ରିଙ୍କୁଙ୍କ ଚମତ୍କାର ଇନିଂସକୁ ସେଲିବ୍ରେଟ କରିବା ପାଇଁ ସାଚି ଆସିଥିବା ବେଳେ ଏହି ଫଟୋ ଉଠାଯାଇଥିବା ଜଣାପଡ଼ିଛି। ଫଟୋରେ ବେଶ୍‌ ଖୁସିରେ ଥିବା ସାଚି, ରିଙ୍କୁଙ୍କ କାନ୍ଧରେ ମୁଣ୍ଡ ରଖି ସ୍ମାଇଲିଂ ପୋଜ୍‌ ଦେଇଛନ୍ତି।

ଏହି ଫଟୋଟି ରିଙ୍କୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଥିବା ବେଳେ ସାଚି ଏହାକୁ ନିଜ ପେଜ୍‌ରେ ଶେୟାର କରିଛନ୍ତି। ଯାହାକୁ ନେଇ ଫ୍ୟାନ୍ସ ସାମାଜିକ ଗଣମାଧ୍ୟମରେ ମଜା ନେଉଥିବା ବେଳେ ଆଉ କିଛି ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ରିଙ୍କୁ ଏବଂ ସାଚିଙ୍କ ଫଟୋରେ ଅନେକ ୟୁଜର୍ସ ବିବାଦୀୟ କମେଣ୍ଟ ଦେବା ସହ ଅନେକ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି। କେହି କେହି ମୁରଲୀ ବିଜୟ କ୍ରିକେଟର ଦିନେଶ କାର୍ତ୍ତିକଙ୍କଠୁ ତାଙ୍କ ପତ୍ନୀଙ୍କୁ ଛଡ଼ାଇ ନେଇଥିବା ଘଟଣାକୁ ମଧ୍ୟ ମନେ ପକାଇ ଦେଇଛନ୍ତି।

ନୀତିଶ ରାଣାଙ୍କ ସ୍ତ୍ରୀଙ୍କ ସହ ରିଙ୍କୁ ସିଂହଙ୍କ ରୋମାଣ୍ଟିକ ଫଟୋ ଭାଇରାଲ


ଚଳିତ ଆଇପିଏଲରେ ଉଦୟମାନ ତାରକା ମଧ୍ୟରୁ ଅନ୍ୟତମ ରିଙ୍କୁ ସିଂହ। ଗୁଜରାଟ ବିପକ୍ଷ ମ୍ୟାଚରେ ଲଗାତର ୫ ଛକ୍କା ସହ ସ୍ମରଣୀୟ ବିଜୟ ଦେଇ କ୍ରିକେଟ ଇତିହାସରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ରିଙ୍କୁ ସିଂହ।

ନୀତିଶ ରାଣା ଓ ସ୍ତ୍ରୀ ସାଚି


କୋଲକାତା ନାଇଟ ରାଇଡର୍ସ ପାଇଁ ଜଣେ ପାୱାର ହିଟର୍‌ ଏବଂ ଫିନିସର୍‌ର ଭୂମିକା ତୁଲାଉଛନ୍ତି ଲେଫ୍ଟହ୍ୟାଣ୍ଡେଡ୍ ବ୍ୟାଟର୍‌ ରିଙ୍କୁ ସିଂହ। କେକେଆର୍‌ ତାର ଶେଷ ଲିଗ୍‌ ମ୍ୟାଚ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ୍‌ ଠାରୁ ହାରିଥିଲା। ହେଲେ ହାରିବି ଲୋକଙ୍କ ହୃଦୟ ଜିତିଥିଲେ KKRର ହିରୋ ରିଙ୍କୁ ସିଂହ।

ତାଙ୍କର ୩୯ ରନ୍‌ର ଇନିଂସରେ ବୋଲର୍‌ଙ୍କ ହୋସ୍‌ ଉଡାଇ ଦେଇଥିଲେ ରିଙ୍କୁ । ଟିମ୍‌ର କ୍ୟାପଟେନ୍ ନୀତିଶ ରାଣା ମଧ୍ୟ ରିଙ୍କୁଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସୂଚନା ଅନୁସାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ମ୍ୟାଚ୍ ପରେ କେକେଆର୍ ଅଧିନାୟକ ନୀତୀଶ ରାଣାଙ୍କ ପତ୍ନୀ ସାଚି ମାରୱା ରିଙ୍କୁ ସିଂହଙ୍କୁ ଭେଟିବାକୁ ଆସିଥିଲେ।

ପଢ଼ନ୍ତୁ ଏହି ଖବର:  Old Pension Scheme: ଲାଗୁ ହେବ ପୁରୁଣା ପେନସନ୍ ସ୍କିମ୍, ହଟିବ NPS!

ଏହି ସମୟରେ ରିଙ୍କୁଙ୍କ ସହ ସାଚି କିଛି ଫଟୋ ଉଠାଇଥିଲେ। ଯେଉଁଥିରେ ସାଚି ରିଙ୍କୁଙ୍କ କାନ୍ଧ ଉପରେ ମୁଣ୍ଡ ରଖିଥିବା ନଜର ଆସିଛନ୍ତି। ତେବେ ଉଭୟ ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେୋଉଛି। କିନ୍ତୁ ଏହି ଘଟଣା ଉପରେ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।
Published by:Lipina Das
First published: