News 18 Odia Digital
Team India T20 World Cup 2022: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି -20 ବିଶ୍ୱକପ ୨୦୨୨ ର ସେମିଫାଇନାଲରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ସେମିଫାଇନାଲର ଦ୍ୱାରସ୍ଥ ହୋଇଛି । ଶେଷ ମ୍ୟାଚ୍ ଜିତିବା ମାତ୍ରେ ହିଁ ସେମିଫାଇନାଲ ଟିକେଟ୍ ସୁରକ୍ଷିତ କରିବ ।
ଏଥର ଟି -20 ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହୋଇଛି । ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହା ମଧ୍ୟ ଏକ କାରଣ ହୋଇପାରେ କି ସମସ୍ତ ଦଳର ଶେଷ ମ୍ୟାଚ୍ ସରିଛି ଓ ଏପର୍ଯ୍ୟନ୍ତ କୌଣସି ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନାହାଁନ୍ତି । କିନ୍ତୁ ଏହା ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପୋଣ୍ଟିଙ୍ଗ ଦୁଇଟି ଫାଇନାଲିଷ୍ଟ ଟିମ୍ ଘୋଷଣା କରିଛନ୍ତି ।
ଅଷ୍ଟ୍ରେଲିଆ ପାଇଁ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକରପୋଣ୍ଟିଙ୍ଗ ଅନୁଭବ କରୁଛନ୍ତି ଯେ, ଏଥର ଟିମ୍ ଇଣ୍ଡିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଲଢେଇ ହୋଇପାରେ । କିନ୍ତୁ ଯଦି ବାସ୍ତବତାକୁ ଦେଖାଯାଏ, ତେବେ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ମନେହେଉଛି । ଯଦି ସେମାନଙ୍କୁ ଆଗକୁ ବଢ଼ିବାକୁ ଅଛି, ତେବେ ଆଜି ଆଫଗାନିସ୍ତାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।