MI ଏମିରେଟ୍ ଓ MI କେପ୍ ଟାଉନ୍: ୨ଟି ନୂଆ ଟି-୨୦ ଟିମର ବ୍ରାଣ୍ଡ ଲଞ୍ଚ କଲା ରିଲାଏନ୍ସ

ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ୱାନ ଫ୍ୟାମିଲିରେ ଯୋଗ ଦେଇଥିବା ଦୁଇଟି ନୁଆ ଫ୍ରାଞ୍ଚାଇଜର ନାମ ଓ ବ୍ରାଣ୍ଡ ପରିଚୟ ଲଞ୍ଚ କରିଛି।

ଟି ୨୦ ଟିମର ବ୍ରାଣ୍ଡ ଲଞ୍ଚ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ଟି ୨୦ ଟିମର ବ୍ରାଣ୍ଡ ଲଞ୍ଚ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

  • Share this:
News 18 Odia Digital

ମୁମ୍ବାଇ/ ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସର ପୃଷ୍ଠପୋଷକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ୱାନ୍ ପରିବାରରେ ସାମିଲ ହୋଇଥିବା ଦୁଇ ନୂଆ ଫ୍ରାଞ୍ଚାଇଜିର ନାମ ଓ ବ୍ରାଣ୍ଡ ପରିଚୟ ଘୋଷଣା କରାଯାଇଛି। ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି-୨୦ରେ ଏମ୍‌ଆଇ ଏମିରେଟ୍‌ସ ଓ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍ ପାଇଁ ଏମ୍‌ଆଇ କେପ୍ ଟାଉନ୍‌ ନାମ ଘୋଷଣା କରାଯାଇଛି ଯାହା ଟିମ୍‌ର ଚର୍ଚ୍ଚିତ ନୀଳ ଓ ସୁବର୍ଣ୍ଣ ରଙ୍ଗର ଜର୍ସି ପରିଧାନ କରିବେ।

ସମ୍ପୃକ୍ତ ଅଞ୍ଚଳର ସ୍ଥାନ ଆଧାରରେ ଏହି ଦୁଇ ଟିମ୍‌ର ନାମକୁ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ଭାବେ ଚୟନ କରାଯାଇଛି । ଏମ୍‌ଆଇ ଏମିରେଟ୍‌ସ (ମାଇଁ ଏମିରେଟ୍‌ସ) ଓ ମାଇଁ କେପ୍ ଟାଉନ୍ ଉଭୟ ଏମରିରେଟ୍‌ସ ଓ କେପ୍ ଟାଉନ୍‌ର କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ସମର୍ପିତ। ଏହି ଦୁଇ ନୂଆ ଫ୍ରାଞ୍ଚାଇଜି ପ୍ରସିଦ୍ଧ ମୁମ୍ବାଇ ଇଣ୍ଡିଆନ୍ସର ପରିଚୟକୁ ଗ୍ରହଣ କରିବେ ଓ ସ୍ଥାନୀୟ ଭାବ ସହ ଯୋଡ଼ି ହୋଇରହିବେ । ୱାନ୍ ପରିବାରର ବିଶ୍ୱସ୍ତରୀୟ ସମ୍ପ୍ରସାରଣ ସହିତ ଏହି ଲିଗ୍‌ଗୁଡ଼ିକ ପାଇଁ କ୍ରିକେଟ୍ ଫ୍ରାଞ୍ଚାଇଜିରେ ସବୁଠୁ ପସନ୍ଦର ଟିମ୍‌ରେ ହେବାରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସହାୟକ ହୋଇଥିବା ନୈତିକତା ଓ ମୂଲ୍ୟବୋଧ ଆଣିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ନୀତା ଏମ୍ ଅମ୍ବାନି କହିଛନ୍ତି, “ଆମ ୱାନ ପରିବାରରେ ନୂଆ ଭାବେ ଯୋଡ଼ି ହୋଇଥିବା ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍‌କୁ ସ୍ୱାଗତ କରି ମୁଁ ବେଶ ଆନନ୍ଦିତ। ଆମ ପାଇଁ ଏମ୍‌ଆଇ ହେଉଛି କ୍ରିକେଟ୍‌ଠାରୁ ଆହୁରି ବହୁତ କିଛି। ଏହା ସ୍ୱପ୍ନ ଦେଖିବାର ଦକ୍ଷତା, ନିର୍ଭିକ ରହିବା ଓ ଜୀବନରେ ସକାରାତ୍ମକ ଭାବ ରଖିବାର ପ୍ରତୀକ। ମୁଁ ନିଶ୍ଚିତ ଯେ ଉଭୟ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ସମାନ ନୈତିକତାକୁ ଗ୍ରହଣ କରିବେ ଏବଂ ଏମ୍‌ଆଇର ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରାକୁ ଆହୁରି ଉଚ୍ଚ ସୋପାନରେ ପହଞ୍ଚାଇବେ ।’’



ଭାରତରେ କ୍ରିକେଟ୍ ଫ୍ରାଞ୍ଚାଇଜି, ଫୁଟବଲ ଲିଗ୍‌ର ପୃଷ୍ଠପୋଷକତା, କ୍ରୀଡ଼ା ପ୍ରାଯୋଜନା, କନ୍‌ସଲ୍‌ଟାନ୍ସି ଓ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଶିଳ୍ପର ଶ୍ରେଷ୍ଠ ପରମ୍ପରା ଓ ବ୍ୟବସ୍ଥା ଆଣି କ୍ରୀଡ଼ା ପରିବ୍ୟବସ୍ଥାର ଅଭ୍ୟୁଦୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ବ୍ରାଣ୍ଡ ପରିଚୟ ଉନ୍ମୋଚନ କରିବା ସହିତ ଉଭୟ ଟିମ୍‌ର ସୋସିଆଲ ମିଡ଼ିଆ ହାଣ୍ଡେଲ୍ ମଧ୍ୟ ଆକ୍ଟିଭ ହୋଇଛି ।
Published by:Soumyashree Mishra
First published: