ରାଜ୍ୟରେ ଦକ୍ଷ ଆଥଲେଟ ତିଆରି ଉପରେ ଗୁରୁତ୍ୱ ଦେବ ରିଲାଏନ୍ସ ଫାଉଣ୍ଡେସନ

ବ୍ୟକ୍ତିଗତ ଇଭେଣ୍ଟରେ ଓଡ଼ିଶାର ଖେଳାଳି ବେଶ ଭଲ ପ୍ରଦର୍ଶନ କରିଛନ୍ତି ଓ କରୁଛନ୍ତି ମଧ୍ୟ। ଏହାର ଅନେକ ନଜିର ରହିଛି । କିନ୍ତୁ ରିଲେ ଇଭେଣ୍ଟରେ ଓଡ଼ିଶାର ଖେଳାଳିମାନଙ୍କ ପାଇଁ ଭରପୁର ସୁଯୋଗ ଥିଲେ ମଧ୍ୟ ସେ ଦିଗକୁ କେହି ଗୁରୁତ୍ୱ ଦେଉନାହାନ୍ତି।

ରାଜ୍ୟରେ ଦକ୍ଷ ଆଥଲେଟ ତିଆରି ଉପରେ ଗୁରୁତ୍ୱ ଦେବ ରିଲାଏନ୍ସ ଫାଉଣ୍ଡେସନ

ରାଜ୍ୟରେ ଦକ୍ଷ ଆଥଲେଟ ତିଆରି ଉପରେ ଗୁରୁତ୍ୱ ଦେବ ରିଲାଏନ୍ସ ଫାଉଣ୍ଡେସନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର : ରାଜ୍ୟରେ ପ୍ରତିଭାବାନ କ୍ରୀଡ଼ାବିତ ଚୟନ କରିବା ସହିତ ସେମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥିଲେଟିକ୍ସ ଏଚପିସି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ନୂଆ ଉଦ୍ୟମ । ୨୦୧୯ ମସିହାରେ ମାତ୍ର ତିନୋଟି ବିଭାଗରେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଏହି ଅନୁଷ୍ଠାନ ପରିବର୍ଦ୍ଧିତ ଦୃଶ୍ୟପଟରେ ଅଧିକ ତିନୋଟି  ବିଭାଗରେ କ୍ରୀଡ଼ାବିତଙ୍କୁ  ପ୍ରଶିକ୍ଷଣ ଦେବ । ସେ ଭିତରେ ପୋଲଭଲଟ ଓ ରିଲେ ଦୌଡ଼କୁ ଗୁରୁତ୍ୱ ଦିଆଯିବ ।

ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ପ୍ରୋଗ୍ରାମର ନିର୍ଦ୍ଦେଶକ ଜେମସ ହିଲାରଙ୍କ ସୂଚନା ଅନୁସାରେ, ବ୍ୟକ୍ତିଗତ ଇଭେଣ୍ଟରେ ଓଡ଼ିଶାର ଖେଳାଳିମାନେ ବେଶ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ରିଲେ ଇଭେଣ୍ଟରେ ଓଡ଼ିଶାର ଖେଳାଳିମାନଙ୍କ ପାଇଁ ଭରପୁର ସୁଯୋଗ ଥିଲେ ମଧ୍ୟ ସେ ଦିଗକୁ କେହି ଗୁରୁତ୍ୱ ଦେଉନାହାନ୍ତି।  ତେଣୁ ଆଗକୁ ସେ ଦିଗରେ ଗୁରୁତ୍ୱ ଦେବ ଫାଉଣ୍ଡେସନ। ଯଦି ଆମେ ଓଡ଼ିଆ ସ୍ପ୍ରିଂଟର ବା ଧାବକଙ୍କ ଟାଇମିଂ ଦେଖିବା ସେମାନଙ୍କ ପ୍ରଦର୍ଶନ ବେଶ ଭଲ। ସେଦୃଷ୍ଟ୍ରିରୁ  ରାଜ୍ୟର କ୍ରୀଡ଼ାବିତ ମାନେ ରିଲେରେ ଭଲ କରିବେ ନିଶ୍ଚିତ। ଏହାକୁ ଆଖିରେ ରଖି  ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ  ରିଲେ କୋଚିଂ ବିଶ୍ୱସ୍ତରୀୟ କରାଯିବ। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ,  ପୋଲଭଲଟ ଖେଳରେ ରାଜ୍ୟରେ ସୁଯୋଗ ଅଛି। ଏହା ଏଭଳି ଏକ ଖେଳ ଯେଉଁ ଥିରେ ଓଡ଼ିଆ ଆଥଲେଟ ମାନେ ଭଲ ପ୍ରଦର୍ଶନ କରିପାରିବେ। ଏହାର ମଧ୍ୟ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ବ୍ୟବସ୍ଥା ହେବ। ସେ ଦୃଷ୍ଟିରୁ ଜାତୀୟ ସ୍ତରରେ ନାମକରା ପୋଲଭଲଟ ଆଥଲେଟଙ୍କୁ ଭୁବନେଶ୍ୱର ଆମନ୍ତ୍ରଣ କରାଯିବା ସହିତ  ସେମାନଙ୍କ ଜରିଆରେ ପ୍ରଶିକ୍ଷଣ ଦିଆଯିବ।

୨୦୧୭ଠାରୁ ଆଥଲେଟିକ୍ସର ବିକାଶ ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଯୁବ କ୍ରୀଡା କାର୍ଯ୍ୟକ୍ରମ ଜରିଆରେ ନିବେଶ କରିଆସୁଛି ଏବଂ ସମଗ୍ର ଦେଶରେ ଏହା ୫୦ରୁ ଅଧିକ ଜିଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ପହଞ୍ଚିସାରିଛି । ୨୦୧୮ରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ସହିତ ସହଭାଗିତାରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚ୍‍ପିସି ସ୍ଥାପନ କରିଥିଲା, ଯାହା ଏକ ଉଚ୍ଚ ପ୍ରଦର୍ଶନକାରୀ ସେଣ୍ଟର ହୋଇଛି ଏବଂ ସେଠାରୁ ଅନେକ ଜାତୀୟ  ଓ ଅନ୍ତର୍ଜାତୀୟ ପଦକବିଜେତା ଏବଂ ଜାତୀୟ ରେକର୍ଡଧାରୀ ସୃଷ୍ଟି ହୋଇସାରିଛନ୍ତି । ସମ୍ପ୍ରତି ଏଚ୍‍ପିସିରୁ ଜ୍ୟୋତି ୟାରାଜୀ (୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରତିନିଧିତ୍ୱ କରୁଥିବା) ଏବଂ ଅମ୍ଳାନ ବୋରଗୋହେନ୍‍ ଦୀର୍ଘକାଳର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି ।

ଆରଏଫ୍‍ ମଧ୍ୟ କ୍ରୀଡା ବିଜ୍ଞାନ ଓ ମେଡିସିନ ସମର୍ଥନ ଯୋଗାଇଦେଇ ଏଏଫ୍‍ଆଇକୁ ସହାୟତା କରୁଛିରିଲାଏନ୍ସ ଫାଉଣ୍ଡେସନ୍‍ର ଫିଜିଓଥେରାପିଷ୍ଟମାନେ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଭାରତୀୟ ପ୍ରତିଯୋଗୀ ଦଳ ସହିତ ଯାତ୍ରା କରିଥିଲେ ।
Published by:Soubhagya Mishra
First published: