News18 Odia Digital
Ravindra Jadeja: ଆଗାମୀ ମାସରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସିରିଜର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହାରି ଭିତରେ ଏକ ଖୁସି ଖବର ଆସିଛି । ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କୁ ହଠାତ୍ ଏକ ଦଳର ଅଧିନାୟକ କରାଯାଇଛି ।
ପନ୍ତଙ୍କ ଆରୋଗ୍ୟ କାମନା ପାଇଁ ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ କ୍ରିକେଟ ଟିମ୍
ଜାନୁଆରୀ ୨୪ ରୁ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ପାଇଁ ଖେଳିବେ ଜାଡେଜା। ଏଥିରେ ରବୀନ୍ଦ୍ର ନିଜର ଫିଟନେସ୍ ପ୍ରମାଣ କରିବେ। ସ୍ପୋର୍ଟଷ୍ଟାର ସମ୍ବାଦ ଅନୁଯାୟୀ, ତାମିଲନାଡୁ ବିପକ୍ଷ ୪ ଦିନିଆ ମ୍ୟାଚ୍ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ସୌରାଷ୍ଟ୍ର ଦଳର ଅଧିନାୟକ କରାଯାଇଛି । ନିୟମିତ ଅଧିନାୟକ ଜୟଦେବ ଉନାଦକଟଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇପାରେ ।
IND vs NZ 2nd ODI: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ କ୍ୟାପଟେନ ରୋହିତ
୩୩ ବର୍ଷୀୟ ରବିନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା । ଏସିଆ କପ୍ ୨୦୨୨ରେ ସେ କେବଳ ୨ଟି ମ୍ୟାଚ୍ ଖେଳିବା ପରେ ବାହାର ହୋଇଯାଇଥିଲେ । ଏହା ପରେ ସେ ମଧ୍ୟ ଏହି ଆଘାତ ପାଇଁ ଅସ୍ତ୍ରୋପଚାର କରିଥିଲେ ଓ ସେବେଠାରୁ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।