ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ; ୧୨ ମାସ ପାଇଁ ହେବେ ବ୍ୟାନ!

Ravindra Jadeja Video: ରବିନ୍ଦ୍ର ଜାଡେଜାଙ୍କୁ ବଲ୍ ଟାମ୍ପରିଂ ଅଭିଯୋଗ କରାଯିବା ପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ହଠାତ୍ କାର୍ଯ୍ୟରେ ଯୋଗ ଦେଇ ଏକ ବଡ଼ ପଦକ୍ଷେପ ନେଇଥିଲେ।

ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Ravindra Jadeja Video: ନାଗପୁରରେ ଖେଳାଯାଉଥିବା ବର୍ଡର -ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର (Indian Cricket Team) ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ହଇଚଇ ସୃଷ୍ଟି କରି ଅଷ୍ଟ୍ରେଲିଆ ଦଳକୁ ପଛରେ ପକାଇଦେଇଥିଲେ।

ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା (Ravindra Jadeja) ୫ ୱିକେଟ୍ ନେଇ କଙ୍ଗାରୁ ଦଳକୁ ୧୭୭ ରନରେ ଅଟକାଇ ଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜାଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନକୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ହଜମ କରିପାରିନଥିଲା। ଯାହାପରେ ଖେଳାଳିଙ୍କ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଆଣିଥିଲା।

ଜାଡେଜାଙ୍କୁ ବଲ୍ ଟାମ୍ପରିଂ ଅଭିଯୋଗ କରାଯିବା ପରେ ମ୍ୟାଚ୍ ରେଫରି ଏହି ବଡ଼ ପଦକ୍ଷେପ ନେଇଥିଲେ।

ରବିନ୍ଦ୍ର ଜାଡେଜାଙ୍କୁ ବଲ୍ ଟାମ୍ପରିଂ ଅଭିଯୋଗ କରାଯିବା ପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ହଠାତ୍ କାର୍ଯ୍ୟରେ ଯୋଗ ଦେଇ ଏକ ବଡ଼ ପଦକ୍ଷେପ ନେଇଥିଲେ।

ନାଗପୁରରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଆଣ୍ଡି ପାଇକ୍ରଫ୍ଟ ମ୍ୟାଚ୍ ରେଫରି। ତେଣୁ ରବିନ୍ଦ୍ର ଜାଡେଜାଙ୍କ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ ଲାଗିବା ପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ହଠାତ୍ ଏକ ବଡ଼ ପଦକ୍ଷେପ ନେଇ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ମ୍ୟାନେଜରଙ୍କୁ ଡକାଇଥିଲେ।

ଏହି ଭିଡିଓ ରୋହିତ ଏବଂ ଟିମ୍ ମ୍ୟାନେଜରଙ୍କୁ ଦେଖିବାକୁ ମିଳୁଛି

ରବିନ୍ଦ୍ର ଜାଡେଜାଙ୍କ (Ravindra Jadeja) ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କ ସାଥୀ ଖେଳାଳି ମହମ୍ମଦ ସିରାଜଙ୍କ (Mohammad Siraj) ଠାରୁ କିଛି ନେଇ ଆଙ୍ଗୁଠିରେ ଘଷୁଥିବାର ଦେଖାଯାଉଛନ୍ତି।



ଅଷ୍ଟ୍ରେଲିଆ ଗଣମାଧ୍ୟମ ତଥା ପୂର୍ବତନ ଖେଳାଳିମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଯେତେବେଳେ ଜଣେ କ୍ରିକେଟ୍ ପ୍ରଶଂସକ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଫୁଟେଜ୍ ସେୟାର କରିଥିଲେ ସେତେବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ (Tim Paine) ଏହାର ଜବାବ ଦେଇଥିଲେ।

ହେଲେ ସେପଟେ ଅଷ୍ଟ୍ରେଲିଆ ଦଳ ଏପର୍ଯ୍ୟନ୍ତ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ନିକଟରେ କୌଣସି ଅଭିଯୋଗ କରିନାହାଁନ୍ତି। ଅଷ୍ଟ୍ରେଲିଆ ଗଣମାଧ୍ୟମ ତଥା ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ରବିନ୍ଦ୍ର ଜାଡେଜାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି।
Published by:Lipina Das
First published: