ରବିଚନ୍ଦ୍ରନ ଅଶ୍ବିନଙ୍କ ନାଁରେ ଆଉ ଏକ ରେକର୍ଡ; ଘରୋଇ ମାଟିରେ କୁମ୍ବଲେଙ୍କୁ ଟପିଲେ

Ravichandran Ashwin New Record: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଅଷ୍ଟ୍ରେଲିଆ ପ୍ରଥମ ପାଳିର ୬ ୱିକେଟ୍‌ ଅକ୍ତିଆର କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ରବିଚନ୍ଦ୍ରନ ଅଶ୍ବିନଙ୍କ ନାଁରେ ଆଉ ଏକ ରେକର୍ଡ

ରବିଚନ୍ଦ୍ରନ ଅଶ୍ବିନଙ୍କ ନାଁରେ ଆଉ ଏକ ରେକର୍ଡ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Ravichandran Ashwin New Record: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ (Ravichandran Ashwin) ନାଁରେ ଆଉ ଏକ ରେକର୍ଡ। ଘରୋଇ ଟେଷ୍ଟରେ ସର୍ବାଧିକ ୱିକେଟ୍‌ ହାସଲ କରିବାର ରେକର୍ଡ କରିଛନ୍ତି ସେ। ଏ କ୍ଷେତ୍ରରେ ଅଶ୍ବିନ, ଅନ୍ୟତମ ମହାନ ଲେଗ୍ ସ୍ପିନର ଅନୀଲ କୁମ୍ବଲେଙ୍କୁ (Anil Kumble) ଟପି ଯାଇଛନ୍ତି।

ବର୍ଡର-ଗାଭାସ୍କର ଟ୍ରଫି ସିରିଜର (Border Gavaskar Trophy) ଶେଷ ଟେଷ୍ଟ୍‌ରେ ଅଶ୍ବିନ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୬ ୱିକେଟ ନେଇଛନ୍ତି। ଟ୍ରାଭିସ ହେଡ୍‌, କା‌ମେରନ ଗ୍ରିନ୍‌, ଆଲେକ୍ସ କାରି, ମିଚେଲ ଷ୍ଟାର୍କ ଓ ଟଡ୍‌ ମର୍ଫିଙ୍କୁ ଆଉଟ୍‌ କରି ୫ ୱିକେଟ୍‌ ପୂରଣ କରିଥିବା ଅଶ୍ବିନ ନାଥନ ଲାୟନଙ୍କୁ ଶିକାର କରି ଷଷ୍ଠ ୱିକେଟ୍‌ ଦଖଲ କରିଥିଲେ।

ଚଳିତ ଶୃଙ୍ଖଳାରେ ଅଶ୍ବିନଙ୍କର ଥିଲା ଦ୍ବିତୀୟ ୫ ୱିକେଟ୍‌ ସଫଳତା। ପୂର୍ବରୁ ସେ ପ୍ରଥମ ଟେ‌ଷ୍ଟରେ ମଧ୍ୟ ୫ ୱିକେଟ୍‌ ହାସଲ କରିଥିଲେ। ଆଉ ଏହି କ୍ରମରେ ଅଶ୍ବିନ ଘରୋଇ ଟେଷ୍ଟରେ ସର୍ବାଧିକ ୫ ୱିକେଟ୍‌ ସଫଳତା ହାସଲ କରିବାରେ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କୁ ଟପି ଯାଇଛନ୍ତି। ପୂର୍ବରୁ କୁମ୍ବଲେ ଘରୋଇ ମାଟିରେ ୬୩ଟି ମ୍ୟାଚରୁ ୨୫ଥର ପାଇଁ ୫ ୱିକେଟ ନେବାର ଗୌରବ ହାସଲ କରିଥିଲେ।

ହେଲେ ଅଶ୍ବିନ ୮ ମ୍ୟାଚ୍‌ କମ୍‌ ଖେଳି ୨୬ ଥର ୫ ୱିକେଟ୍‌ ହାସଲ କରିଛନ୍ତି। ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଏକ ନମ୍ବର ବୋଲର ଅଶ୍ବିନ ୯୨ଟି ଟେଷ୍ଟରୁ ଏଯାଏ ୩୨ ଏବଂ ଘରୋଇ ମାଟିରେ ୨୬ ଥର ପାଇଁ ୫ ୱିକେଟ୍‌ ସଫଳତା ହାତେଇଛନ୍ତି।

ହେଲେ ଘରୋଇ ଟେଷ୍ଟ୍‌‌ରେ ସର୍ବାଧିକ ୫ ୱିକେଟ୍‌ ସଫଳତା ହାସଲ କରିବାର ରେକର୍ଡ ସିଂହଳୀ କିମ୍ବଦନ୍ତୀ ସ୍ପିନର ମୁଥେୟା ମୁରଲୀଧରନଙ୍କ ନାଁରେ ରହିଛି। ମୁଥେୟା ୪୫ ଥର ୫ ୱିକେଟ ଘରୋଇ ମାଟିରେ ହାସଲ କରିଛନ୍ତି। ଅଶ୍ବିନ ଏବେ ମୁରଲୀଧରନଙ୍କ ପଛ‌କୁ ରଙ୍ଗନା ହେରାଥ (୨୬)ଙ୍କ ସହ ମିଳିତ ଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

କେବଳ ସେତିକି ନୁହେଁ, ଅନ୍ୟପକ୍ଷରେ ଟେଷ୍ଟ କ୍ୟାରିୟରରେ ସର୍ବାଧିକ ୫ ୱିକେଟ୍‌ (୩୨ ଥର) ସଫଳତା ପାଇବାରେ ଅଶ୍ବିନ ମଧ୍ୟ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଅଶ୍ବିନ ଏବଂ ଆଣ୍ଡରସନ ଏବେ ଯୁଗ୍ମ ଭାବେ ଟେ‌ଷ୍ଟରେ ସର୍ବାଧିକ ୫ ୱିକେଟ୍‌ ଅକ୍ତିଆର କରିବା ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି। ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୱିକେଟ ନେବାରେ ଅଗ୍ରଣୀ ଭାରତୀୟ ବୋଲର ହୋଇଥିବା ଅଶ୍ବିନ ମଧ୍ୟ ଏକ୍ଷେତ୍ରରେ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି।

କୁମ୍ବଲେ ସର୍ବାଧିକ ୧୧୧ଟି ୱିକେଟ ଘରୋଇ ମାଟିରେ ନେଇଛନ୍ତି। ଇଂଲଣ୍ଡର ଆଣ୍ଡରସନଙ୍କ ୧୧୨ ୱିକେଟ ରେକର୍ଡକୁ ବି ପଛରେ ପକାଇଛନ୍ତି। ସେହିପରି ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ୱିକେଟ୍‌ ଦଖଲ କରିବାରେ ଅଶ୍ବିନ, ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନଙ୍କ ସହ ଯୁଗ୍ମ ଭାବେ ରହିଛନ୍ତି। ଉଭୟ ୧୧୩ଟି ଲେଖାଏଁ ୱିକେଟ ନେଇଛନ୍ତି।

ଏବେ ଆସନ୍ତୁ ଜାଣିବା ଆର୍. ଅଶ୍ବିନ ଆନ୍ତର୍ଜାତିକ ରେକର୍ଡ ଉପରେ

୧୯୮୬ ମସିହାରେ ଜନ୍ମିତ ରବିଚନ୍ଦ୍ରନ ଅଶ୍ବିନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ। ଆଉ ଏଯାଏ ୯୨ଟି ଟେଷ୍ଟ ଖେଳି ୪୭୩ ୱିକେଟ ହାସଲ କରିସାରିଲେଣି। ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ଅଶ୍ବିନ ଏଯାଏ ଟେଷ୍ଟରେ ୩ ହଜାର ୧୨୨ ରନ୍ ସଂଗ୍ରହ କରିସାରିଲେଣି।

ପଢ଼ନ୍ତୁ ଏହି ଖବର:  ଗାଧୋଇବା ସମୟରେ କରୁଛନ୍ତି କି ଏହି ଭୁଲ: ଆଜି ହି ଛାଡ଼ନ୍ତୁ ଏହି ଅଭ୍ୟାସ; ନଚେତ୍ ଭୋଗିବେ ସମସ୍ୟା

ଯେଉଁଥିରେ ୫ଟି ଶତକ ରହିଛି। ନିୟମିତ ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳୁ ନଥିବା ଅଶ୍ବିନ ODIରେ ୧୫୧ ୱିକେଟ ନେଇଛନ୍ତି। ସେହିପରି ଟି-୨୦ରେ ୭୨ଟି ୱିକେଟ ହାସଲ କରିଛନ୍ତି। ମୋଟରେ ଅଶ୍ବିନ ପ୍ରଥମ ଶ୍ରେଣୀ ମୁକାବିଲାରେ ୭୧୫, ଲିଷ୍ଟ-A ମ୍ୟାଚରେ ୨୩୧ ଏବଂ ଟି-୨୦ରେ ୨୮୭ ୱିକେଟ ହାସଲ କରିସାରିଲେଣି।

ରାଧାକାନ୍ତ ଦାସଙ୍କ ରିପୋର୍ଡ, ନ୍ୟୁଜ୧୮ ଓଡ଼ିଆ ଡେସ୍କ
Published by:Lipina Das
First published: