News18 Odia Digital
Ravi Shastri and Virat Kohli: ବିରାଟ କୋହଲି (Virat Kohli) ନିଜର ପୁରୁଣା ଫର୍ମକୁ ଫେରିଛନ୍ତି। ଗତ ୧୫ ଦିନ ଭିତରେ କୋହଲି ୩ ଶତକ ହାତେଇଛନ୍ତି। ସେ ବାଂଲାଦେଶ(Bangladesh) ବିପକ୍ଷରେ ଦୁଇ ଶତକ ଓ ଶ୍ରୀଲଙ୍କା (Srilanka) ବିପକ୍ଷରେ ଗୋଟିଏ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ସେ ସବୁ ଫର୍ମରେ ଆସିଛନ୍ତି, ତେଣୁ ତାଙ୍କୁ ଏକ ଚମତ୍କାର ପରାମର୍ଶ ମିଳିଛି। ତାଙ୍କୁ ଟିମ୍ ଇଣ୍ଡିଆ ଛାଡି ରଣଜୀ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ (Ravi Shastri)।
ବାସ୍ତବରେ ଆସନ୍ତା ମାସରେ ଅଷ୍ଟ୍ରେଲିଆ (Australia) ବିପକ୍ଷରେ ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଶାସ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ୪ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଫେବୃଆରୀ ୯ ରୁ ନାଗପୁରରେ ଖେଳାଯିବ ଯେଉଁଠାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଟିକେଟ୍ ପାଇବା ପାଇଁ ଭାରତର ଶେଷ ସୁଯୋଗ ରହିଛି।
କାଙ୍ଗାଳ ହୋଇଗଲେ ଏହି ଧନୀ ଆଥଲେଟ୍; ଆକାଉଣ୍ଟରୁ ଉଡ଼ିଗଲା ୧୦୧ କୋଟି ଟଙ୍କା
ଶାସ୍ତ୍ରୀ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ODI ଖେଳିବା ଉଚିତ୍ ନୁହେଁ ଓ ବୋର୍ଡ଼ର ଗାଭାସ୍କର ଟ୍ରଫି ପାଇଁ ସେ ଫାଷ୍ଟ କ୍ଲାସ କ୍ରିକେଟ୍ ଖେଳିବା ଉଚିତ୍। ହାଇଦ୍ରାବାଦରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ODI ମ୍ୟାଚ୍ ସମୟରେ ସେ ଷ୍ଟାର ସ୍ପୋର୍ଟସରେ କହିଛନ୍ତି ଯେ ମୁଁ ସର୍ବଦା ଅନୁଭବ କରେ ଯେ ତୁମେ ସର୍ବାଧିକ ଫାଷ୍ଟ କ୍ଲାସ କ୍ରିକେଟ୍ ଖେଳିବା ଉଚିତ୍। ବିଶେଷକରି ଯେତେବେଳେ ତମକୁ ଭାରତରେ ବହୁତ କ୍ରିକେଟ୍ ଖେଳିବାକୁ ପଡିବ। ଏଥିରୁ ଜଣାପଡୁଛି ଯେ ଶ୍ରେଷ୍ଠ ଖେଳାଳିମାନେ ଫାଷ୍ଟ କ୍ଲାସ କ୍ରିକେଟ୍ ଖେଳନ୍ତି ନାହିଁ।
ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏଠାରେ ଅନେକ କ୍ରିକେଟ୍ ପଡିଆ ଅଛି। ବୋଧହୁଏ ଆପଣ ରିସ୍କ ନେବାକୁ ଚାହୁଁନାହାଁନ୍ତି, କିନ୍ତୁ ଗୋଟିଏ ସମୟରେ ଆପଣଙ୍କୁ ସ୍ମାର୍ଟ ହେବାକୁ ପଡିବ ଓ ବଡ ମ୍ୟାଚ୍ ଦେଖି ଆପଣଙ୍କୁ କିଛି ତ୍ୟାଗ କରିବାକୁ ପଡିବ।
IND vs NZ: ହାଇକୋର୍ଟରେ ପହଞ୍ଚିଲା ବିବାଦ; ବାତିଲ ହେବ ନା ବଦଳିବ ଭେନ୍ୟୁ?
ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ୨୫ ବର୍ଷ ପୂର୍ବେ ସଚିନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ CCI ଯାଇଥିଲେ ଏବଂ ସେ ଏକ ଶତକ ହାସଲ କରିଥିଲେ। କେବଳ ୨ ମାସ ପରେ ସେ ସମସ୍ତ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ହଜାରରୁ ଅଧିକ ରନ୍ ସ୍କୋର କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।