News 18 Odia Digital
କଟକ: ବାରବାଟୀରେ ରଣବୀରଙ୍କ ଯାଦୁ। ଉପରୁ ମାରିଲେ ଏଣ୍ଟ୍ରି, ଅନେଇ ରହିଲେ ଦର୍ଶକ । ହକି ବିଶ୍ୱ କପ(Hockey World Cup) ଉଦଘାଟନୀ ଉତ୍ସବରେ ବଲିଉଡ ହ୍ଯାଣ୍ଡସମଙ୍କ ଜଲୱା ଦେଖି ଉତ୍ସାହିତ ହେଲେ କ୍ରୀଡ଼ାବିତ ଓ ଦର୍ଶକ ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଦ୍ଘାଟନୀ ସମାରୋହରେ ରଣବୀର ସିଂ(Ranveer Singh)ଙ୍କ ଉପସ୍ଥିତ ନେଇ ଦର୍ଶକ ଅନେକ ଦିନ ହେବ ଅପେକ୍ଷା କରିଥିଲେ । ଅପେକ୍ଷାର ଅନ୍ତ ଘଟାଇ କଟକବାସୀଙ୍କ ଗହଣରେ ଉପସ୍ଥିତ ହେଲେ ରଣବୀର । ତାଙ୍କର ଝଲକ ଦେଖି ଦୁଲୁକିଥିଲା ବାରବାଟୀ (Barabati Stadium) । ଉପସ୍ଥିତ ଜନତାଙ୍କ ମଝିରେ ଶାନଦାର ଏଣ୍ଟ୍ରି ମାରିଥିଲେ ରଣବୀର। ବଲିଉଡ ଗୀତ ସାଙ୍ଗକୁ ତାଙ୍କୁ ଦେଖି ଖୁସି ହୋଇଯାଇଥିଲା ପୁରା ଷ୍ଟାଡିୟମ ।
https://odia.news18.com/news/sport/barbaati-stadium-will-rock-on-bollywood-star-night-in-hockey-world-cup-3ssd-11012023-ssd-147351.htmlମନୀଷ ପୌଲ (Manish Paul) ଓ ଗୌହର ଖାନ୍ (Gauhar Khan)ରଣବୀରଙ୍କୁ ଖୁବ୍ ପ୍ରଶଂସା କରି ତାଙ୍କୁ ଷ୍ଟେଜ ଉପରକୁ ଡାକିଥିଲେ। ଏହା ପରେ ରଣବୀର ଅନେକ ଗୀତରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ଜୟ ହୋ, ଲେହରା ଦୋ ଗୀତରେ ନାଚି ଅନେକ ଲୋକଙ୍କ ମନ ଜିତିଥିଲେ। ରଣବୀରଙ୍କ ଗୀତ ଓ ଭିନ୍ନ ଶୈଳୀରେ ଝୁମି ଉଠିଥିଲା ପୂରା ଷ୍ଟାଡି଼ୟମ । ଭରପୁର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ତାଙ୍କ ପରିବେଷଣକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।