'ସାଂସଦ ହେବା ପରଠୁ ହେଉଛି ଅତ୍ୟାଚାର'; ଦୌଡ଼ ରାଣୀ ପିଟି ଉଷାଙ୍କ ବଡ଼ ଅଭିଯୋଗ

Pt Usha: ସାଂସଦ ହେବା ପରଠୁ ଲଗାତାର ସମସ୍ଯାରେ ଶିକାର ହେଉଛନ୍ତି ଦୌଡ଼ରାଣୀ । ନିଜ ଅସୁବିଧା ଜଣାଇବା ବେଳେ କାନ୍ଦିପକାଇଲେ ପିଟି ଉଷା ।

ପିଟି ଉଷାଙ୍କ ବଡ଼ ଅଭିଯୋଗ

ପିଟି ଉଷାଙ୍କ ବଡ଼ ଅଭିଯୋଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କିମ୍ବଦନ୍ତୀ ଆଥଲେଟ୍ ତଥା ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ (IOA) ର ସଭାପତି ପି.ଟି ଉଷା(PT Usha)ଶନିବାର ଗଣମାଧ୍ୟମ ସମ୍ମୁଖରେ ଭାଙ୍ଗିପଡିଛନ୍ତି। କୋଝିକୋଡେ ଜିଲ୍ଲାର ତାଙ୍କ ଏକାଡେମୀ କ୍ୟାମ୍ପସରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଛି ଓ ଅପରିଚିତ ବ୍ୟକ୍ତିମାନେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଦୌଡ଼ରାଣୀ।

ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଷା କହିଛନ୍ତି ଯେ ତାଙ୍କ ଆଥଲେଟିକ୍ସର ଖେଳାଳିମାନେ କିଛି ସମୟ ଧରି ଏପରି ହଇରାଣ ତଥା ସୁରକ୍ଷା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ସେ ରାଜ୍ୟସଭା ସାଂସଦ ହେବା ପରେ ଏହା ଆହୁରି ତୀବ୍ର ହୋଇଛି। ଜୁଲାଇ ୨୦୨୨ ରେ ଉଷାଙ୍କୁ ଉପର ଗୃହକୁ ମନୋନୀତ କରାଯାଇଥିଲା। କେରଳର ବାମ ସରକାର ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ତଥା କ୍ୟାମ୍ପସରେ ହୋଇଥିବା ବେଆଇନ ଅନୁପ୍ରବେଶକୁ ରୋକିବା ଏବଂ ସେଠାରେ ମହିଳା ଆଥଲେଟଙ୍କୁ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

MAGH PURNIMA: ସନ୍ତାନ ଓ ଧନ ପାଇଁ କରନ୍ତୁ ଏହି କାମ; ଖୁସି ସହ ଘରକୁ ଆସିବ ଶାନ୍ତି

ସେ କହିଛନ୍ତି, "ଉଷା ବିଦ୍ୟାଳୟର 25 ଜଣ ମହିଳା ଆଥଲେଟଙ୍କ ମଧ୍ୟରୁ 11 ଜଣ ଉତ୍ତର ଭାରତର। ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ଦାୟିତ୍ୱ। ମୁଁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛି।"  ଉଷା ଏହା ମଧ୍ୟ କହିଛନ୍ତି ଯେ କ୍ୟାମ୍ପସରେ ବହୁ ପରିମାଣରେ ଅଳିଆ ଆବର୍ଜନା ପକାଯାଉଛି । ଡ୍ରଗ୍ ମାଫିଆ ପ୍ରତି ବିପଦରେ ମଧ୍ୟ ରହିଛି, କିନ୍ତୁ ସ୍ଥାନୀୟ ପଞ୍ଚାୟତ ଏକାଡେମୀକୁ ପାଚେରୀ ନିର୍ମାଣ କରିବାକୁ ଅନୁମତି ଦେଉନାହିଁ।

ପିଟି ଉଷା ଆହୁରି ମଧ୍ୟ କହିଛନ୍ତି, "କ୍ୟାମ୍ପସ ମଝିରେ କେହି ଜଣେ ବେଆଇନ ନିର୍ମାଣ କରିଥିଲେ ଓ ଯେତେବେଳେ ଆମେ ପଚାରିଥିଲୁ, ସେମାନେ କହିଥିଲେ ଯେ ଏଥିପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅନୁମତି ରହିଛି। ପ୍ରଶ୍ନ ଉଠାଇବା ପରେ ସ୍କୁଲ ମ୍ୟାନେଜମେଣ୍ଟ ମଧ୍ୟ ଅଭଦ୍ର ବ୍ୟବହାରର ସମ୍ମୁଖୀନ ହୋଇଥିଲା।" ଉଷା ସ୍କୁଲ ଅଫ୍ ଆଥଲେଟିକ୍ସ ଥିବା ୩୦ ଏକର ଜମି ତାଙ୍କୁ ରାଜ୍ୟର ପୂର୍ବ ଓମୋନ୍ ଚଣ୍ଡି ନେତୃତ୍ୱାଧୀନ କଂଗ୍ରେସ ସରକାର ୩୦ ବର୍ଷ ପାଇଁ ଲିଜ୍ ପ୍ରଦାନ କରିଥିଲେ।

କ୍ରିକେଟରଙ୍କ ପତ୍ନୀଙ୍କୁ ହତ୍ୟା ଧମକ; ଥାନାରେ ଦ୍ୱାରସ୍ଥ ହେଲେ ଶ୍ବଶୁର ଘର ଲୋକ

ବିଜେପି ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବା ପରେ ତାଙ୍କ ଏକାଡେମୀର ଲୋକମାନେ ନିର୍ଯ୍ୟାତନା ତଥା ଅସଦାଚରଣର ସମ୍ମୁଖୀନ ହେଉଛନ୍ତି ବୋଲି ଉଷା କହିଛନ୍ତି।
Published by:Soumya Das
First published: