ରଣଜୀ ଟ୍ରଫିରେ ପୃଥ୍ୱୀ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ଏଲିଟ୍ ଗ୍ରୁପ୍-ବି(Group B) ମ୍ୟାଚ୍ ରେ ୩୭୯ ରନ୍ ସ୍କୋର କରିଛନ୍ତି।
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ପୃଥ୍ବୀ ଶ (prithivi Shaw) ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ଏଲିଟ୍ ଗ୍ରୁପ୍-ବି(Group B) ମ୍ୟାଚ୍ ରେ ୩୭୯ ରନ୍ ସ୍କୋର କରିଛନ୍ତି। ମୁମ୍ବାଇ ପାଇଁ ଖେଳି ସେ ଆସାମ ବିପକ୍ଷରେ ଏହି ରେକର୍ଡ ସ୍କୋର କରିଥିଲେ। ରଣଜୀ ଟ୍ରଫି ଇତିହାସରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର।
ପାଖାପାଖି ପ୍ରାୟ ୧୦୦ ଷ୍ଟ୍ରାଇକ ହାରରେ ସେ ୩୭୯ ରନ ସ୍କୋର କରିଛନ୍ତି। ଏହି ଇନିଂସ ଯୋଗୁଁ ସେ ରଣଜୀ ଟ୍ରଫିରେ ଦ୍ୱିତୀୟ ସର୍ବାଧିକ ଇନିଂସ ଖେଳିଥିବା ସଞ୍ଜୟ ମଞ୍ଜରେକରଙ୍କ ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ୧୯୯୧ ରେ ହାଇଦ୍ରାବାଦ ବିପକ୍ଷରେ ମଞ୍ଜରେକର ୩୭୭ ସ୍କୋର କରିଥିଲେ।
ତାଙ୍କ ଦମଦାର ଇନିଂସ କାରଣରୁ ଘରୋଇ କ୍ରିକେଟରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଖେଳାଳି ଯିଏକିସୟଦ ମୁସ୍ତାକ ଅଲି ଟ୍ରଫିରେ ଶତକ, ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ଏବଂ ରଣଜୀ ଟ୍ରଫିରେ ତ୍ରିଶତକ ହାସଲ କରିଛନ୍ତି। ବର୍ତ୍ତମାନ, ଗତ ଏକ ବର୍ଷ ଧରି ସେ ଘରୋଇ କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରିଆସୁଥିବା ସତ୍ତ୍ଵେ ସେ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।