News 18 Odia Digital
ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଓପନର ପୃଥ୍ୱୀ ଶଙ୍କୁ ଟିମ୍ରେ ସ୍ଥାନ ମିଳିଛି। ଘରୋଇ କ୍ରିକେଟ୍ରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ପୁଣିଥରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ନିକଟରେ ରଣଜୀ ଟ୍ରଫିରେ ୩୭୯ ରନ୍ କରିବା ପରେ ସେ ସମସ୍ତଙ୍କ ମନ ଜିତିଥିଲେ।
ଚୟନକର୍ତ୍ତା ମୁଖ୍ୟ ଚେତନ ଶର୍ମା ପୂର୍ବରୁ ଟି-୨୦ ବିଶ୍ୱକପ୍ରେ ପୃଥ୍ୱୀ ଶଙ୍କ ଫେରିବା ନେଇ ସଂକେତ ଦେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ଦେଖିବାକୁ ମିଳିବ। ଟିମ୍ ସାଉଦୀ ଓ କାନେ ୱିଲିୟମସନଙ୍କ ଅନୁପସ୍ଥିତିରେ ସ୍ପିନର ମିଚେଲ ସନ୍ତନର ନ୍ୟୁଜିଲାଣ୍ଡ ଟିମ୍ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପୁଣିଥରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ଦାୟିତ୍ୱ ରହିବ।
ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ରୋହିତ ଓ ବିରାଟଙ୍କ ସ୍ଥାନରେ ପାଣ୍ଡ୍ୟା ଓ ସୂର୍ଯ୍ୟଙ୍କ ଯୋଡ଼ିକୁ ଟି-୨୦ ଭାର ସମ୍ବାଳିବାକୁ ଦାୟିତ୍ୱ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ମଧ୍ୟ ରୋହିତ ଓ ବିରାଟ କୋହଲିଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଟି-୨୦ ସିରିଜରେ ପାଣ୍ଡ୍ୟା ଓ ଯାଦବଙ୍କୁ କ୍ୟାପ୍ଟେନ୍ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି।
ନ୍ୟୁଜିଲାଣ୍ଡ ପାଇଁ ଭାରତୀୟ ଟିମ୍- ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପ୍ଟେନ୍), ସୂର୍ଯ୍ୟକୁମାର ଯାଦବ(ଉପଅଧିନାୟକ), ଇଶାନ କିଶନ(ୱିକେଟ କିପର), ଋତୁରାଜ ଗାୟକ୍ୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା(ୱିକେଟ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲୀକ, ଶିବମ ମାଭି, ପ୍ରଥୃୀ ଶହ, ମୁକେଶ କୁମାର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।