ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ
News 18 Digital
ଭୁବନେଶ୍ୱର: ସାରା ବିଶ୍ୱରେ ହକି ପ୍ରେମୀଙ୍କ ମଧ୍ୟରେ ବହୁତ ଉତ୍ସାହ।ଜାନୁଆରୀ ୧୩ ରୁ ରାଉରକେଲା ଓ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସମ୍ମାନଜନକ ପୁରୁଷ ହକି ବିଶ୍ୱକପକୁ ମାତ୍ର ୨୦୦ଦିନ ବାକି ରହିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ଚତୁର୍ଦ୍ଦଶ ହକି ଟୁର୍ନାମେଣ୍ଟ ଆୟୋଜନ କରୁଛି, ଯାହାକି ବ୍ୟାକ୍ ଟୁ ବ୍ୟାକ୍ ଏଫ୍ଆଇ ହକି ପୁରୁଷ ବିଶ୍ୱକପ୍ ଆୟୋଜନ କରିବାର ଏକମାତ୍ର ରାଜ୍ୟ ଅଟେ।
ଚମ୍ପିଅନ୍ ଟ୍ରଫି ହକିଠାରୁ ଆରମ୍ଭ କରି ପୁରୁଷ ହକି ବିଶ୍ୱକପ୍, ପ୍ରୋ-ଲିଗ୍ ହକି, ଜୁନିଅର ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥ୍ଲେଟିକ୍ସ ମିଟ୍, ଓଡ଼ିଶା ଓପନ୍ ଅନ୍ତର୍ଜାତୀୟ ବ୍ୟାଡ଼୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ରାଜ୍ୟଗୋଷ୍ଠୀ ଟିଟି ଚମ୍ପିଅନ୍ସିପ୍, ଜାତୀୟ ପାରା ଆଥ୍ଲେଟିକ୍ସ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ ଆଦି ଆହୁରି ଅନେକ କ୍ରୀଡ଼ା ଇଭେଣ୍ଟକୁ କ୍ରୀଡ଼ା ଓ ଯୁବସେବା ବିଭାଗ ସଫଳତାର ସହ ଆୟୋଜନ କରି ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ନିକଟରେ ସମସ୍ତ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ନେଇ ଗୁଜୁରାଟରେ ଜାତୀୟ ସ୍ତରର କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯେଉଁ ପାରଦର୍ଶିତା ଅର୍ଜନ କରିଛି ସେଥିପାଇଁ ଏହି କର୍ମଶାଳାରେ ଓଡ଼ିଶାକୁ ଢେର ପ୍ରଶଂସା ମିଳିଥିଲା ।
ବିଧାନସଭା ଯୋଗୁଁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ୧୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି I ଅନ୍ୟ ସଦସ୍ୟମାନେ ପୂରା ୧୦ ଦିନ ସେଠାରେ ରହି ସେଠାକାର ବିଶ୍ୱକପ ହକି ପରିଚାଳନା ଅନୁଧ୍ୟାନ କରିବେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।