ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO

ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO

PM Modi speaks with Olympics gold medal winner Neeraj Chopra video | ‘‘ମୁଁ ସ୍ୱର୍ଣ୍ଣ ପଦକ ଜିତିବା ବିଷୟରେ ଭାବି ତ ନ ଥିଲି, କିନ୍ତୁ କିଛି ଅଲଗା କରିବି ବୋଲି ଜାଣିଥିଲି । ମୁଁ ଜାଣିଥିଲି ନିଜ ସର୍ବୋତ୍ତମ ପ୍ରଦର୍ଶନ କରିବି । ମୁଁ ଅଲିମ୍ପିକ୍ ଗେମ୍ସର ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି । ବୋଧହୁଏ କେବଳ ସେହି କାରଣରୁ…,’’ କହିଥିଲେ ନୀରଜ ଚୋପ୍ରା ।

ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ; (ଡାହାଣ) ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା
  • News18 Odia
  • Last Updated: August 7, 2021, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସର (Tokyo Olympics) ଆରମ୍ଭ ଯେତିକି ଚମତ୍କାର ଥିଲା, ଫଳାଫଳ ତା’ଠାରୁ ଭଲ ରହିଲା । ଜାଭେଲିନ୍ ଥ୍ରୋରେ (Neeraj Chopra Gold Medal) ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା (Neeraj Chopra) ଇତିହାସ ସୃଷ୍ଟି କରିଛନ୍ତି । ଶନିବାର ଦିନର ଇଭେଣ୍ଟର ଫାଇନାଲରେ ସେ ୮୭.୫୮ ମିଟର ଦୂରକୁ ଜାଭେଲିନ୍‌ (javelin) ଫିଙ୍ଗିଥିଲେ ଓ ଟ୍ରାକ ଆଣ୍ଡ୍‌ ଫିଲ୍ଡ ଆଥଲେଟିକ୍ସରେ (track and field athletics) ଦେଶ ପାଇଁ ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଆଣିଥିଲେ ।

ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ନିଜେ ତାଙ୍କ ସହ ଫୋନରେ କଥା ହୋଇଥିଲେ । ମୋଦି ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମୋଦୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନୀରଜ ଚୋପ୍ରାଙ୍କ ସହ କଥାବାର୍ତ୍ତା ହେଉଛନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ପାରଳା ରାଜମହଲର ୫ଟିଆତ୍ମହତ୍ୟାପରି ଅସମାହିତ ରହିଯିବ?

‘‘ଅନେକ ଅଭିନନ୍ଦନ, ନୀରଜ ଜୀ । ଆପଣ ଆଘାତ ପାଇଥିଲେ, ତଥାପି ଆପଣ ବହୁତ ବଡ଼ କାମ କଲେ । କଠିନ ପରିଶ୍ରମ ଯୋଗୁଁ ଏମିତି ସଫଳତା ସମ୍ଭବ ହୁଏ । ଯେତେବେଳେ ଆପଣ ଖେଳିବା ପାଇଁ ଯାଉଥିଲେ, ମୁଁ ଦେଖୁଥିଲି ଆପଣଙ୍କ ଚେହେରାରେ ଆତ୍ମବିଶ୍ୱାସ ଅଛି, ଚାପ ନାହିଁ । ଆପଣ ଏମିତି କାର୍ଯ୍ୟ କରିଛନ୍ତି ଯେ ଏହା ଦ୍ୱାରା ଆମ ଦେଶର ପିଲାମାନଙ୍କର ମନ କ୍ରୀଡ଼ାରେ କରିୟର କରିବା ପାଇଁ ସାହାଯ୍ୟ କରିବ । ଆପଣଙ୍କ ମା’ ଓ ବାପାଙ୍କୁ ମୋ’ର ନମସ୍କାର କହିବେ । ରାଧାକୃଷ୍ଣଜୀଙ୍କୁ ଅଭିନନ୍ଦନ କହିବେ । ତାହେଲେ ଆମର ସାକ୍ଷାତ ଅଗଷ୍ଟ ୧୫ରେ ହେଉଛି, ଭାଇ । ଅନେକ ଅଭିନନ୍ଦନ,’’ ଏହି ଭିଡିଓରେ ମୋଦୀ ନୀରଜ ଚୋପ୍ରାଙ୍କୁ କହୁଛନ୍ତି ।

ନୀରଜ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୋଦିଙ୍କର ଗୋଟିଏ ଟ୍ୱିଟ୍‌


ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ

ପ୍ରଧାନ ମନ୍ତ୍ରୀ ମୋଦୀ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ‘‘ସ୍ୱର୍ଣ୍ଣ ପଦକ (gold medal) ଜିତିବା ପରେ ମୁଁ ନୀରଜଙ୍କ ସହ କଥା ହୋଇ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛି । ଟୋକିଓ ୨୦୨୦ ପାଇଁ ସେ କଠିନ ପରିଶ୍ରମ ଓ ତପସ୍ୟା କରିଥିଲେ । ସେ ଉତ୍କୃଷ୍ଟ କ୍ରୀଡ଼ା ପ୍ରତିଭା ଓ କ୍ରୀଡ଼ାବିତର ଭାବନା ପ୍ରଦର୍ଶନ କରିଛନ୍ତି । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ।’’



ଏଇଠି ଦେଖନ୍ତୁ ମୋଦୀ ଓ ନୀରଜଙ୍କ କଥାବାର୍ତ୍ତାର ଭିଡିଓ:



ଏହା ପୂର୍ବରୁ ବି ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନ ମନ୍ତ୍ରୀ ମୋଦୀ ଏକ ଟ୍ୱିଟ୍ କରିଥିଲେ । ସେଥିରେ ସେ ଲେଖିଥିଲେ, ‘‘ଟୋକିଓରେ ଇତିହାସ ସୃଷ୍ଟି ହୋଇଛି । ଆଜି ନୀରଜ ଚୋପ୍ରା ଯାହା ହାସଲ କରିଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ । ୟଙ୍ଗ୍‌ ନୀରଜ ଅତି ଭଲ ପ୍ରଦର୍ଶନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ।’’

ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ

ନୀରଜ ଚୋପ୍ରା ନିଜ ସ୍ୱର୍ଣ୍ଣ ପଦକକୁ ‘ଫ୍ଲାଇଙ୍ଗ ଶିଖ୍‌’ ଆଖ୍ୟା ପାଇଥିବା ପ୍ରସିଦ୍ଧ ଦୌଡ଼ାଳୀ ମିଲଖା ସିଂଙ୍କୁ (Milkha) ଉତ୍ସର୍ଗ କରିଛନ୍ତି । କରୋନା ଭାଇରସ୍‌ ସଂକ୍ରମିତ ହେବା ପରେ ନିକଟରେ ମିଲଖା ସିଂଙ୍କର ଦେହାନ୍ତ ହୋଇଥିଲା ।



ହରିୟାଣାର ପାନିପତରେ ବାସିନ୍ଦା ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପରେ କହିଥିଲେ ଯେ ସେ ଏହି ସ୍ୱର୍ଣ୍ଣ ପଦକକୁ ମହାନ ମିଲଖା ସିଂଙ୍କୁ ଉତ୍ସର୍ଗ କରିଥିଲେ । ‘‘ସେ ବୋଧହୁଏ ମୋତେ ସ୍ୱର୍ଗରୁ ଦେଖୁନ୍ତି । ମୁଁ ସ୍ୱର୍ଣ୍ଣ ପଦକ ଜିତିବା ବିଷୟରେ ଭାବି ତ ନ ଥିଲି, କିନ୍ତୁ କିଛି ଅଲଗା କରିବି ବୋଲି ଜାଣିଥିଲି । ମୁଁ ଜାଣିଥିଲି ଆଜି ମୁଁ ମୋ’ର ସର୍ବୋତ୍ତମ ପ୍ରଦର୍ଶନ କରିବି । ମୁଁ ଅଲିମ୍ପିକ୍ ଗେମ୍ସ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲି । ବୋଧହୁଏ କେବଳ ସେହି କାରଣରୁ (ମୋତେ ସ୍ୱର୍ଣ୍ଣ ପଦକ ମିଳିଲା),’’ କହିଥିଲେ ନୀରଜ ଚୋପ୍ରା ।
Published by: Anand ST Das
First published: August 7, 2021, 11:42 PM IST