ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ଭାରତୀୟ ଅଲିମ୍ପିକ ଖେଳାଳିଙ୍କୁ ସ୍ବାଧୀନତା ଦିବସରେ ଭେଟିବେ PM Modi; ଲାଲ କିଲା ଦୁର୍ଗରେ ଅତିଥି ରୂପେ ଯୋଗ ଦେବେ ସମସ୍ତେ

ଭାରତୀୟ ଅଲିମ୍ପିକ ଖେଳାଳିଙ୍କୁ ସ୍ବାଧୀନତା ଦିବସରେ ଭେଟିବେ PM Modi; ଲାଲ କିଲା ଦୁର୍ଗରେ ଅତିଥି ରୂପେ ଯୋଗ ଦେବେ ସମସ୍ତେ

ଅଲିମ୍ପିକ୍ସରେ ଭାରତର ୨୨୮ ସଦସ୍ୟ ବିଶିଷ୍ଟ ଦଳ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ୧୯୯ ଖେଳାଳି ଖେଳୁଛନ୍ତି। ଭାରତୀୟ ଅଲିମ୍ପିକ୍ ଦଳରେ ପି.ଭି. ସିନ୍ଧୁ, ମନୁ ଭାକର, ଏମସି ମେରି କମ, ମୀରାବାଇ ଚାନୁ, ବିନେଶ ଫୋଗାଟ, ଦୀପିକା କୁମାର ସାମିଲ ଅଛନ୍ତି ।

ଭାରତୀୟ ଅଲିମ୍ପିକ ଖେଳାଳିଙ୍କୁ ସ୍ବାଧୀନତା ଦିବସରେ ଭେଟିବେ PM Modi; ଲାଲ କିଲା ଦୁର୍ଗରେ ଅତିଥି ରୂପେ ଯୋଗ ଦେବେ ସମସ୍ତେ
ଭାରତୀୟ ଅଲିମ୍ପିକ ଖେଳାଳିଙ୍କୁ ସ୍ବାଧୀନତା ଦିବସରେ ଭେଟିବେ ମୋଦି
  • News18 Odia
  • Last Updated: August 7, 2021, 9:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ଭାରତୀୟ ଅଲିମ୍ପିକ ଦଳକୁ ସ୍ବାଧୀନତା ଦିବସରେ ଲାଲ କିଲା ଦୁର୍ଗକୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ସେ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ବ୍ୟକ୍ତିଗତ ଭାବରେ ସମସ୍ତ ଖେଳାଳିଙ୍କୁ ଭେଟିବେ ଓ କଥାବାର୍ତ୍ତା କରିବେ।

ଅଲିମ୍ପିକ୍ସରେ ଭାରତର ୨୨୮ ସଦସ୍ୟ ବିଶିଷ୍ଟ ଦଳ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ୧୯୯ ଖେଳାଳି ଖେଳୁଛନ୍ତି। ଭାରତୀୟ ଅଲିମ୍ପିକ୍ ଦଳରେ ପି.ଭି. ସିନ୍ଧୁ, ମନୁ ଭାକର, ଏମସି ମେରି କମ, ମୀରାବାଇ ଚାନୁ, ବିନେଶ ଫୋଗାଟ, ଦୀପିକା କୁମାର ସାମିଲ ଅଛନ୍ତି ।

ଏହା ପୂର୍ବରୁ ଅଲିମ୍ପିକ୍ସରେ ଖେଳୁଥିବା ଭାରତୀୟ ଖେଳାଳିଙ୍କ ପାଇଁ ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ଉପଯୁକ୍ତ ପ୍ରତିଭାକୁ ଉତ୍ସାହିତ ମିଳେ । ଭାରତୀୟ ଖେଳାଳିମାନେ ଏପରି ଉତ୍ସାହ ପାଇନ୍ତି । ଆମ ଖେଳାଳିମାନେ ପ୍ରତ୍ୟେକ ଖେଳରେ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଏହି ଅଲିମ୍ପିକ୍ସରେ ନୂଆ ଭାରତର ଉଚ୍ଚ ଆତ୍ମବିଶ୍ବାସ ପ୍ରତ୍ୟେକ କ୍ରୀଡ଼ାରେ ଦୃଶ୍ୟମାନ ହେଉଛି । ଆମର ଖେଳାଳି ଅନ୍ୟ ଦଳକୁ ଭଲ ଚ୍ୟାଲେଞ୍ଜ କରୁଛନ୍ତି ବୋଲି କହିଥିଲେ ମୋଦି ।

ଭାରତ ବର୍ତ୍ତମାନ ଟୋକିଓ ଅଲିମ୍ପକ୍ସରେ ୬୩ ନମ୍ବରରେ ଅଛି

ମୀରବାଇ ଚାନୁ ଭାରୋତ୍ତୋଳନରେ ରୌପ୍ୟ ଓ ବ୍ୟାଡମିଣ୍ଟନରେ ପି.ଭି. ସିନ୍ଧୁ ବ୍ରୋଞ୍ଜ ଜିତିଛନ୍ତି। ବର୍ତ୍ତମାନ ଦୁଇଟି ପଦକ ସହ ଦେଶ ତାଲିକାରେ ଭାରତ ୬୩ ନମ୍ବରରେ ରହିଛି। ଟୋକିଓ ଅଲିମ୍ପିକ୍ ଗେମ୍ସର ପୁରୁଷ ହକି ଇଭେଣ୍ଟରେ ଭାରତର ପରାଜୟ ପରେ ମୋଦି କହିଥିଲେ ଯେ ପରାଜୟ ଓ ବିଜୟ ଜୀବନର ଏକ ଅଂଶ। ଭବିଷ୍ୟତ ପାଇଁ ଦଳକୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ଭାରତୀୟ ଦଳ ଯଥା ସମ୍ଭବ ଉଦ୍ୟମ କରିଛନ୍ତି ଓ ତାହା ହିଁ ଗୁରୁତ୍ୱପୂର୍ଣ୍ଣ।
Published by: Lipina Das
First published: August 3, 2021, 3:59 PM IST