News18 Odia Digital
କଟକ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆରମ୍ଭ ହୋଇଛି ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ (Hockey World Cup)। କଟକ ବାରବାଟୀ ଷ୍ଟାଡ଼ୟମ (Barabati Stadium)ରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ, ଓଡିଶାରେ ୨୦୨୩ ହକି ବିଶ୍ୱକପ୍ ଆରମ୍ଭ ହେଉଛି । ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମୋର ଶୁଭେଚ୍ଛା । ଏହି ଟୁର୍ନାମେଣ୍ଟ କ୍ରୀଡ଼ାବିତଙ୍କ ଆତ୍ମାକୁ ଆହୁରି ମଜବୁତ କରିବ । ହକି ଭଳି ସୁନ୍ଦର ଖେଳକୁ ଅଧିକ ଲୋକପ୍ରିୟ କରନ୍ତୁ । ଏହି ଟୁର୍ନାମେଣ୍ଟ ଆୟୋଜନ କରି ଭାରତ ଗର୍ବିତ ।
ଉଦଘାଟନୀ ଉତ୍ସବରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାମମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆୟୋଜନର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଛନ୍ତି ।
ହକି ବିଶ୍ୱ କପର ମୁଖ୍ୟ ଆକର୍ଷଣ ବ୍ଲାକ ସ୍ୱାନ ଗୀତ (Black Swan) ଓ ନୃତ୍ୟ ପରିବେଷଣ କରିବେ। ବଲିଉଡ ଅଭିନେତ୍ରୀ ଦିଶା ପଟାନୀ (Disha Patani) ମଞ୍ଚ ଉପରେ ଦେଖାଇବେ ନିଜର ଯାଦୁ । ପରେ ବାରବାଟୀ ଷ୍ଟାଡିୟମର ପାରା ବଢ଼ିବାକୁ ମଞ୍ଚରେ ଉପସ୍ଥିତ ରହିବେ ପ୍ରୀତମ, ନୀତି ମୋହନ, ବେନି ଦୟାଲ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।