ଜାନୁଆରୀ ୫ପରେ ହକି ବିଶ୍ୱକପ ପାଇଁ ଆସିବେ ୧୬ ଦେଶର ଖେଳାଳି; ୯ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା

ଆସନ୍ତା ୫ତାରିଖ ପରେ ଭୁବନେଶ୍ୱରରେ ପହଞ୍ଚିବେ ୧୬ ଦେଶର ହକି ଖେଳାଳି । ଜାଣନ୍ତୁ କେଉଁ ହୋଟେଲରେ ରହିବେ କେଉଁ ଟିମ୍ । ଏଥିସହ କିପରି କରାଯାଇଛି ବ୍ୟବସ୍ଥା ।

ଜାନୁଆରୀ ୫ପରେ ହକି ବିଶ୍ୱକପ ପାଇଁ ଆସିବେ ୧୬ ଦେଶର ଖେଳାଳି; ୯ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା

ଜାନୁଆରୀ ୫ପରେ ହକି ବିଶ୍ୱକପ ପାଇଁ ଆସିବେ ୧୬ ଦେଶର ଖେଳାଳି; ୯ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଜାନୁଆରୀ ୫ ପରେ ବିଶ୍ୱକପ ହକିରେ ଭାଗ ନେବାପାଇଁ ଆସିବେ ବିଦେଶୀ ଖଳାଳି । ସମୁଦାୟ ୧୬ଟି ଦେଶର ଖେଳାଳି ଚଳିତଥର ଅଶଂଗ୍ରହଣ କରିବେ । ଖେଳାଳି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ପରେ କେଉଁଠି ରହିବେ ସେନେଇ ୯ଟି ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ହୋଟେଲ ପରିସରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ପାଇଁ ଯୋଜନା କରିଛି କମିଶନରେଟ ପୋଲିସ।

ସଜେଇ ହେଉଛି ବିଭିନ୍ନ ହୋଟେଲ । ବିଶ୍ୱକପ ହକିରେ ସମସ୍ତ ଟିମ ରହିବା ପାଇଁ ଭୁବନେଶ୍ୱରରେ ୯ଟି ହୋଟେଲକୁ ଚୟନ କରାଯାଇଛି । ଆସନ୍ତା ୫ ତାରିଖରୁ ଭୁବନେଶ୍ୱରକୁ ବିଦେଶୀ ଟିମଙ୍କ ଆଗମନ ଆରମ୍ଭ ହୋଇଯିବ । ରାଜଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି । ଭୁବନେଶ୍ୱର ଆସିବା ପରେ ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିମାନ ବନ୍ଦରରୁ ହୋଟେଲକୁ ନିଆଯିବ। ସୂଚନା ଅନୁଯାୟୀ ମେ’ଫେୟାର ହୋଟେଲରେ ସ୍ପେନ, ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନା  ଟିମ୍ ରହିବେ। ଟ୍ରାଇଡେଣ୍ଟରେ- ଜର୍ମାନୀ, ତାଜ୍ ଭିବନ୍ତ ହୋଟଲରେ- ଫ୍ରାନ୍ସ ଓ ଇଣ୍ଡିଆ ଏଚଏଚଆଇରେ- ଚିଲ୍ଲୀ ଓ ଜାପାନ, ଲେମନ ଟ୍ରି ହୋଟଲରେ- ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ, ସାଣ୍ଡି ଟାଓ୍ୱାର ହୋଟେଲରେ ବେଲଜିୟମ ଓ ଅଷ୍ଟ୍ରେଲିଆ, ହୋଟେଲ ସ୍ୱସ୍ତି ପ୍ରିମିୟମରେ ମାଲେସିଆ ଓ କୋରିଆ ଟିମ, ସ୍ୱସ୍ତି ଗ୍ରାଣ୍ଡରେ ସାଉଥ ଆଫ୍ରିକା ଆଇଟିସି ଓ୍ୱେଲକମରେ ଓ୍ୱେଲ୍ସ ଟିମ୍ ରହିବେ ।

ସ୍ୱସ୍ତି ପ୍ରିମିୟମ ହୋଟେଲରେ ୨ଟି ଓ ସ୍ୱାସ୍ତି ଗ୍ରାଣ୍ଡରେ ଗୋଟିଏ ଟିମ ରହିବା ପାଇଁ ସ୍ୱସ୍ତି ଗ୍ରୁପ ପକ୍ଷକୁ ଖେଳାଳିଙ୍କ ରହିବା ଖାଇବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱସ୍ତି ପ୍ରିମିୟମ ହୋଟଲର ୨ଟି ଫ୍ଲୋରକୁ ଖେଳାଳିଙ୍କ ପାଇଁ ଡେଡିକେଟେଡ୍ ଭାବେ ରଖାଯାଇଛି। ଯେଉଁ ଫ୍ଲୋରକୁ ବାହାର ଲୋକଙ୍କୁ ଯିବା ଆସିବା କରିବାକୁ ଅନୁମତି ଦିଆଯିବନାହିଁ । ଏହାସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ, ସୁଇମିଂ ପୁଲ, ସେଲୁନ ଓ ଜିମର ବ୍ୟବସ୍ଥା କରାଯାଇଥିବା ସ୍ୱସ୍ତି ପ୍ରିମିୟମ ହୋଟେଲ୍ ପକ୍ଷରୁ କୁହାଯାଇଛି। ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯିବ । ବିଦେଶୀ ଖେଳାଳିଙ୍କ ନିଜ ଦେଶର ଖାଇବା ମେନ୍ୟୁ ଅନୁସାରେ ହୋଟେଲ ପକ୍ଷରୁ ମେନ୍ୟୁ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ହୋଟେଲ ମେ' ଫେୟାରରେ ଖେଳାଳିଙ୍କ ସ୍ୱାଗତ ପାଇଁ ପାରମ୍ପରିକ ପୋଷାକରେ ସ୍ୱାଗତ କରିବା ଵ୍ୟବସ୍ଥା କରାଯାଇଛି ।  ସାଣ୍ଡି ଟାୱାରରେ ଖେଳାଳିଙ୍କ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ସହିତ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଛି । ଏଚଏଚଆଇ ମଧ୍ୟ ସ୍ୱତନ୍ତ୍ର ଫ୍ଲୋରରେ ଖେଳାଳୀଙ୍କ ପାଇଁ ବ୍ୟବସ୍ଥା କରିବା ସହିତ ସୁଇମିଂ ପୁଲ , ଖାଦ୍ୟ ,ପାନୀୟ ଆଦି ବ୍ୟାପକ ବ୍ୟବସ୍ଥା କରୁଛି । ତେବେ ଯେଉଁ ଦେଶର ଖେଳାଳି ଆସିବେ ସେହି ଦେଶ ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଵ୍ୟଵସ୍ଥା କରିବା ନେଇ ସମସ୍ତ ହୋଟେଲ ଯୋଜନା କରୁଥିବା କହିଛନ୍ତି।  କେବଳ ଖାଦ୍ୟପେୟ ନୁହେଁ ଖେଳାଳିଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।
Published by:Soubhagya Mishra
First published: