T20 World Cup 2022: ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇପାରେ ଟିମ୍ ଇଣ୍ଡିଆ

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଁ ୯ ଜଣ ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ଏହାର ଶୀର୍ଷରେ ବିରାଟ କୋହଲିଙ୍କ ନାମ ରହିଛି।

ଟି20 ବିଶ୍ୱ କପ (ପ୍ରତୀକାତ୍ମକ ଛବି)

ଟି20 ବିଶ୍ୱ କପ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏଥର ଟି ୨୦ ବିଶ୍ୱକପ ୨୦୨୨ରେ ଭଲ ପ୍ରଦର୍ଶନ କରିନଥିଲା। ସେମିଫାଇନାଲରେ ହାରିବା ପରେ ଭାରତୀୟ ଦଳ ଫାଇନାଲ ଲଢେଇରେ ପହଞ୍ଚିପାରିନଥିଲା।ଏହି ଟପ୍ ୪ ମ୍ୟାଚ୍ ରେ ଇଂଲଣ୍ଡ ଭାରତୀୟ ଦଳକୁ ୧୦ ୱିକେଟ୍ ରେ ପରାସ୍ତ କରିଛି। ଏହି ବିଶ୍ୱକପରୁ ବାହାରିବା ପରେ ମଧ୍ୟ ଭାରତୀୟ ଖେଳାଳିମାନେ ଟୁର୍ନାମେଣ୍ଟରେ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଁ ନିଜ ସ୍ଥାନ ବଜାୟ ରଖିଛନ୍ତି।

ବାସ୍ତବରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଁ ୯ ଜଣ ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ଏହାର ଶୀର୍ଷରେ ବିରାଟ କୋହଲିଙ୍କ ନାମ ରହିଛି। ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦ୍ୱିତୀୟ ନମ୍ବରରେ ଅଛନ୍ତି। ବର୍ତ୍ତମାନ ଭୋଟ୍ ଆଧାରରେ ଏହି ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଁ କେବଳ ଗୋଟିଏ ଚୟନ କରାଯିବ। ଅର୍ଥାତ୍ ଟିମ୍ ଇଣ୍ଡିଆ ପାଇଁ ଏହି ପୁରସ୍କାର ପାଇବା ଆଶା ସର୍ବାଧିକ।

କୋହଲି ଏହି ଟୁରରେ ୬ଟି ମ୍ୟାଚ୍ ଖେଳି ୨୯୬ ରନ୍ ସ୍କୋର କରିଥିଲେ ଏବଂ ସେ ୪ଟି ଅର୍ଦ୍ଧଶତକ ମାରିଥିଲେ। ଦୁଇ ନମ୍ବର ସୂର୍ଯ୍ୟ ମଧ୍ୟ ଏହି ବିଶ୍ୱକପରେ ୬ଟି ମ୍ୟାଚ୍ ଖେଳି ୨୩୯ ରନ୍ ସ୍କୋର କରିଥିଲେ। ଭାରତ ଏବଂ ପାକିସ୍ତାନ ବ୍ୟତୀତ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଁ ଆଇସିସି ତାଲିକାରେ ଇଂଲଣ୍ଡର ସର୍ବାଧିକ ତିନି ଖେଳାଳି ଅଛନ୍ତି। ଏହି ଖେଳାଳିମାନେ ହେଉଛନ୍ତି ସାମ୍ କୁରାନ୍, ଜୋସ୍ ବଟଲର୍ ଏବଂ ଆଲେକ୍ସ ହାଲ୍ସ। ଏହି ତାଲିକାର ନିମ୍ନରେ ଜିମ୍ବାୱେର ସିକନ୍ଦର ରଜା ଏବଂ ଶ୍ରୀଲଙ୍କାର ୱାନିନ୍ଦୁ ହାସରାଙ୍ଗା ମଧ୍ୟ ଅଛନ୍ତି।
Published by:Soumyashree Mishra
First published: