- News18 Odia
- Last Updated :
- New Delhi, India
News 18 Odia Digital
India vs Newzeland: ଭାରତୀୟ ଦଳ ଦ୍ଵିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍ରେ ହରାଇଛି। ପ୍ରଥମ ମ୍ୟାଚ୍ର ଓଲଟା ଦ୍ଵିତୀୟ ମ୍ୟାଚ୍ରେ ଭାରତୀୟ ଦଳର ଅଲରାଉଣ୍ଡର ପ୍ରଦର୍ଶନ ଦେଖିବାକୁ ମିଳିଛି। ବୋଲରଙ୍କ ପରେ ବ୍ୟାଟର ବି ଭଲ ପ୍ରଦର୍ଶନ କରି ଦଳକୁ ସହଜ ବିଜୟ ଦେଇଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି। ପୁଣି କ୍ରିଜରେ ବ୍ୟାଟିଂ ସମୟରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ଭେଟିବାକୁ ପଡିଆ ଭିତରକୁ ପଶି ଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଭାରତୀୟ ପାଳିର ୧୦ମ ଓଭରରେ ରୋହିତ ଶର୍ମା ଟିକନରଙ୍କ ବଲ୍ରେ ଲଗାତାର ଦୁଇ ଛକା ମାରିଥିଲେ। ତେବେ ପଞ୍ଚମ ବଲ୍ ପଡିବା ପୂର୍ବରୁ ଜଣେ ପ୍ରଶଂସକ ଅଚାନକ ପଡିଆ ଭିତରକୁ ପଶି ଆସି ରୋହିତ ଶର୍ମାଙ୍କ ନିକଟକୁ ଦୌଡି ଆସିଥିଲେ। ସୁରକ୍ଷାକର୍ମୀ ତୁରନ୍ତ ପ୍ରଶଂସକଙ୍କୁ ରୋହିତଙ୍କଠୁ ଅଲଗା କରିଥିଲେ। ଏହି ସମୟରେ ପ୍ରଶଂସକ ଖସି ପଡିବା ପୂର୍ବରୁ ରୋହିତ ତାଙ୍କୁ ସମ୍ଭାଳି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସୁରକ୍ଷାକର୍ମୀଙ୍କ ଏମିତି ଆଚରଣରେ ରୋହିତ ଅସନ୍ତୋଷ ନଜର ଆସିଥିଲେ। ଏହି କାରଣରୁ ରୋହିତ ପିଲାଙ୍କୁ ଯିବାକୁ ଦିଅ ବୋଲି ସୁରକ୍ଷାକର୍ମୀଙ୍କୁ କହିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।