News 18 Odia Digital
ନୂଆଦିଲ୍ଲୀ; ଏସିଆ କପ୍ ୨୦୨୩ କୁ ନେଇ ଅନେକ କଥା ଆଲୋଚନା ହେଉଛି । ବିସିସିଆଇ ସଚିବ ଜୟ ଶାହା ଗତ ମାସରେ ଏକ ବଡ଼ ବିବୃତ୍ତି ଦେଇ କହିଥିଲେ ଯେ ଏସିଆ କପ୍ର ପରବର୍ତ୍ତୀ ସଂସ୍କରଣ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ଜୟ ଶାହାଙ୍କ ଏହି ବିବୃତ୍ତିଟି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ (ରମିଜ ରାଜା) ଙ୍କୁ ଭାରି ବାଧିଥିଲା । ରାଜା କିଛି ଦିନ ପୂର୍ବରୁ କହିଥିଲେ ଯେ ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରେ ନାହିଁ, ତେବେ ପାକିସ୍ତାନ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ କୁ ବହିଷ୍କାର କରିବୁ ।
ପିସିବିର ଏତେ ସାହସ ନାହିଁ : କାନେରିଆବର୍ତ୍ତମାନ ରମିଜ ରାଜାଙ୍କୁ ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଡାନିଶ କାନେରିଆ ଟାର୍ଗେଟ କରିଛନ୍ତି । ଡେନିସ୍ କାନେରିଆ ଭାବୁଛନ୍ତି ଯେ ଆଇସିସି ଟୁର୍ଣ୍ଣାମେଣ୍ଟକୁ ବଏକଟ କରିବା ପାଇଁ PCB ର ସାହସ ନାହିଁ। ଏହି ପୂର୍ବତନ କ୍ରିକେଟର କହିଛନ୍ତି ଯେ, ଏସିଆ କପରେ ଅଂଶଗ୍ରହଣ ନକଲେ ଭାରତ ପ୍ରଭାବିତ ହେବ ନାହିଁ, କିନ୍ତୁ ବିଶ୍ୱ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ନକଲେ ପାକିସ୍ତାନ ଉପରେ ନିଶ୍ଚିତ ଭାବେ ପ୍ରତିକୂଳ ପ୍ରଭାବ ପଡ଼ିବ ।
ଦାନିଶ କାନେରିଆ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, 'ଆଇସିସି ଇଭେଣ୍ଟକୁ ବଏକଟ କରିବାକୁ PCB ର ସାହସ ନାହିଁ । ଅନ୍ୟପକ୍ଷରେ ପାକିସ୍ତାନ ନ ଆସିଲେ ଭାରତ ଉପରେ କୌଣସି ପ୍ରଭାବ ପଡ଼ିବା ନାହିଁ । ଭାରତର ପାଖରେ ଏକ ବିଶାଳ ବଜାର ଅଛି ଯାହା ବିପୁଳ ରାଜସ୍ୱ ଉତ୍ପନ୍ନ କରେ । ବିଶ୍ୱକପ ପାଇଁ ଭାରତ ନ ଆସିବା ପାକିସ୍ତାନ ଉପରେ ବଡ ପ୍ରଭାବ ପକାଇବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।