News18 Odia Digital
ମୁମ୍ବାଇ: ଭାରତୀୟ ଆଥଲେଟମାନଙ୍କର ସାମଗ୍ରିକ ବିକାଶ ତଥା ଦେଶର ଅଲମ୍ପିକ୍ ଆନ୍ଦୋଳନକୁ ଆଗେଇ ନେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ହାତ ମିଳାଇଛି।
ରିଲାଏନ୍ସ ଓ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ମଧ୍ୟରେ ଏହି ସହଭାଗୀତାର ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ସ୍ଥାନରୁ ଭାରତୀୟ ଆଥଲେଟମାନଙ୍କୁ ଆବିଷ୍କାର, ପୋଷଣ ଓ ବିକାଶ କରିବା ସହ ସେମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇବା।
ଏହି ଅବସରରେ ଆଇଓସି ସଦସ୍ୟ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶିକା ନୀତା ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଫାଉଣ୍ଡେସନ୍ ଓ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ସହଭାଗିତା ବିସ୍ତାର ହୋଇଥିବାରୁ ଆମେ ଖୁସି। ଆଥଲେଟିକ୍ସ ସର୍ବଭାରତୀୟ ସ୍ତରରେ ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ମଧ୍ୟରୁ ଅନ୍ୟତମ ଓ ଏହି ଆସୋସିଏସନର ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇ ଆମର ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଓ ବିଶ୍ୱ ସ୍ତରୀୟ ସୁବିଧା ଯୋଗାଇ ଭାରତୀୟ ଆଥଲେଟିକର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା।

ଭାରତ ଅଲମ୍ପିକ ଆନ୍ଦୋଳନକୁ ଆଗକୁ ନେବା ଲକ୍ଷ୍ୟ
ଭାରତୀୟ ଅଲିମ୍ପିକ୍ ଆନ୍ଦୋଳନକୁ ଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ନୀତା ଅମ୍ବାନୀ
ନୀତା ଅମ୍ବାନୀ କହିଛନ୍ତି, ‘‘ଯଦି କ୍ରୀଡ଼ାବିତମାନେ ଉନ୍ନତ ଭିତ୍ତିଭୂମି, ତାଲିମ ଓ ସହାୟତା ପାଇପାରିବେ, ମୁଁ ନିଶ୍ଚିତ ଯେ ଆମେ ବିଶ୍ବର ଆହୁରି ଅନେକ ଯୁବ ଆଥଲେଟଙ୍କୁ ଖେଳ ପଡ଼ିଆରେ ଜିତିବା ଦେଖିବାକୁ ମିଳିବ। ଭାରତରେ ଅଲମ୍ପିକ୍ ଆନ୍ଦୋଳନକୁ ମଜବୁତ କରିବାର ସ୍ୱପ୍ନ ପାଇଁ ଏହି ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।’’
ସହଭାଗୀତାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକଏହି ସହଭାଗୀତା ହେଉଛି ଦେଶର ବିଭିନ୍ନ ସ୍ଥାନରୁ ଭାରତୀୟ ଆଥଲେଟମାନଙ୍କୁ ଆବିଷ୍କାର, ପୋଷଣ ଓ ବିକାଶ ସହ ସେମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା, କୋଚିଂ ଓ କ୍ରୀଡା ବିଜ୍ଞାନ ଓ ଚିକିତ୍ସା ସହାୟତା ଯୋଗାଇବା।
ଏଥିପାଇଁ ରିଲାଏନ୍ସ ଫାଉଣ୍ଡେସନ ଇକୋ-ସିଷ୍ଟମର ଫାଇଦା ନିଆଯିବ। ଏଥିମଧ୍ୟରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଉଚ୍ଚ-ପ୍ରଦର୍ଶନ କେନ୍ଦ୍ର ଓ ସାର୍ ସହିତ HN ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଅନ୍ତର୍ଭୁକ୍ତ। ସଙ୍ଗଠନର ଦୃଷ୍ଟିକୋଣ ସହିତ, ଏହି ସହଭାଗୀତା ମହିଳା ଆଥଲେଟମାନଙ୍କ ଉପରେ ଏକ ବିଶେଷ ଧ୍ୟାନ ଦେବ।
ଲିଙ୍ଗଗତ ବିଭେଦକୁ ଦୂର କରିବା ଓ ମହିଳା ଆଥଲେଟମାନଙ୍କ ସ୍ୱପ୍ନକୁ ସାକାର କରିବା ଏହାର ଲକ୍ଷ୍ୟ। AFIର ପ୍ରମୁଖ ପ୍ରଯୋଜକ ଭାବରେ ରିଲାଏନ୍ସ ବ୍ରାଣ୍ଡ ଜାତୀୟ ଦଳର ଜର୍ସି ଓ ପ୍ରମୁଖ ଜାତୀୟ, ଆନ୍ତର୍ଜାତୀୟ ପ୍ରତିଯୋଗିତା ଓ ତାଲିମ ଶିବିରରେ ଟ୍ରେନିଂ କିଟରେ ଦେଖାଯିବ।
ରିଲାଏନ୍ସ ଫାଉଣ୍ଡେସନର ଆଥଲେଟିକ ଯାତ୍ରାଆଥଲେଟିକ ବିକାଶ ପାଇଁ ରିଲାଏନ୍ସ ଫାଉଣ୍ଡେସନ ୨୦୧୭ ଠାରୁ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟ୍ସ ପ୍ରୋଗ୍ରାମ ଚଳାଇ ଦେଶର ୫୦ ରୁ ଅଧିକ ଜିଲ୍ଲାର ୫,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ପହଞ୍ଚିଛି। ରିଲାଏନ୍ସ ଫାଉଣ୍ଡେସନ ଆନନ୍ଦ, ସ୍ୱାସ୍ଥ୍ୟ, ଧୌର୍ଯ୍ୟ, ନିଷ୍ଠା, ବିଜୟ ଓ ପରାଜୟକୁ ପାଳନ କରେ। ସମାଜର ସମସ୍ତ ବର୍ଗର ଅଧିକରୁ ଅଧିକ ଶିଶୁ ଓ ଯୁବକ କ୍ରୀଡା ଖେଳିପାରିବେ ବୋଲି ନିଶ୍ଚିତ କରିବାକୁ ଚେଷ୍ଟା କରେ।
ଭାରତର ପରବର୍ତ୍ତୀ ଚାମ୍ପିଆନ୍ ଗଠନ, ଉତ୍ସାହିତ ଓ ସକ୍ଷମ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ AFI ସହିତ ଏକାଧିକ ଅଂଶୀଦାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଭବିଷ୍ୟତର ଚାମ୍ପିଆନଙ୍କ ପାଇଁ ଭିତ୍ତିଭୂମି ଉନ୍ନତି, ଦକ୍ଷତା ବିକାଶ, ଡିଜିଟାଲ୍ ସଶକ୍ତିକରଣ ମାଧ୍ୟମରେ ଏକ ଦୃଢ଼ ଇକୋ-ସିଷ୍ଟମ୍ ନିର୍ମାଣ କରୁଛି। ଭାରତର ଅଲମ୍ପିକ୍ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ନୀତା।
ଆଥଲେଟିକ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଆଦିଲ ସୁମାରିୱାଲା କହିଛନ୍ତି, “ନୀତା ଅମ୍ବାନୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏକ ପ୍ରମୁଖ ଅଂଶୀଦାର ଭାବରେ ସେମାନଙ୍କ ସମର୍ଥନ ପାଇଁ ଆମେ ଗଭୀର କୃତଜ୍ଞ। AFI ଗତ କିଛି ବର୍ଷ ଧରି ତାଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଆସୁଛି। ଆମେ ଦେଖିଛୁ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାରତୀୟ ଆଥଲେଟିକ୍ସ କଣ୍ଟିଜେଣ୍ଟ ବଢୁଛି। ଆମେ ନିଶ୍ଚିତ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପରି ଏକ ପ୍ରତିବଦ୍ଧ ଅଂଶୀଦାର ସହିତ, ଆମେ ଶୀଘ୍ର ଆଥଲେଟିକ୍ସର ଅନେକ କ୍ରୀଡ଼ାରେ ଅଂଶଗ୍ରହଣ ସହିତ ଆନ୍ତର୍ଜାତୀୟ ସଫଳତାର ତୀବ୍ର ବୃଦ୍ଧି ଦେଖିବା।
(Disclaimer: ନେଟୱାର୍କ ୧୮ ଓ TV18 କମ୍ପାନୀଗୁଡିକ ସ୍ବାଧୀନ ମିଡ଼ିଆ ଟ୍ରଷ୍ଟ ଦ୍ୱାରା ନିୟନ୍ତ୍ରିତ ଚ୍ୟାନେଲ / ୱେବସାଇଟ୍ ପରିଚାଳନା କରନ୍ତି ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏକମାତ୍ର ହିତାଧିକାରୀ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।