‘‘ହେ ଭଗବାନ! କାହିଁକି ମୋ’ ବାହାଘର କରେଇଲ… ମୋ’ ସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ ମହିଳା

Paragliding woman says in viral video she would kill her husband | ଭିଡିଓରେ ଦେଖାଯାଇଛି ଯେ ଭୟଭୀତ ହୋଇଯାଇଥିବା ମହିଳା ବାରମ୍ବାର ନିଜ ପାରାଗ୍ଲାଇଡିଂ ପ୍ରଶିକ୍ଷକଙ୍କୁ କହୁଛନ୍ତି ଯେ ସେ ତଳକୁ ଅନେଇ ପାରିବେ ନାହିଁ । ମହିଳା କହୁଛନ୍ତି ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଦେବେ ।

ନିଜ ସ୍ୱାମୀଙ୍କ ଉପରେ ରାଗି ତାଙ୍କୁ ନେଇ ମହିଳା ଅନେକ କଥା କହୁଥିବା ଏହି ଭିଡିଓରେ ଦେଖାଯାଇଛି ।

ନିଜ ସ୍ୱାମୀଙ୍କ ଉପରେ ରାଗି ତାଙ୍କୁ ନେଇ ମହିଳା ଅନେକ କଥା କହୁଥିବା ଏହି ଭିଡିଓରେ ଦେଖାଯାଇଛି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଲୋକେ ସବୁବେଳେ ଦୁଃସାହସିକ ଖେଳ (adventure sports) ଖେଳିବାକୁ ଓ ଦୁଃସାହସିକ କାମ କରିବାକୁ ଭଲ ପାଆନ୍ତି । କୌଣସି ଦୁଃସାହସିକ କାର୍ଯ୍ୟ କରୁଥିବା ବେଳେ ଲୋକେ ସେହି ସମୟର ଫଟୋ ଓ ଭିଡିଓ ଉଠାଇ ପରବର୍ତ୍ତୀ ସମୟରେ ପ୍ରିୟ ସ୍ମୃତି ହିସାବରେ ରଖିଥା’ନ୍ତି । ହେଲେ ଜଣେ ମହିଳାଙ୍କର ଦୁଃସାହସିକ ଖେଳ ପ୍ରତି ଥିବା ଇଚ୍ଛା ତାଙ୍କ ପାଇଁ ଏକ ଦୁଃସ୍ୱପ୍ନରେ ପରିଣତ ହୋଇଛି । ସେହି ମହିଳାଙ୍କର ପାରାଗ୍ଲାଇଡିଂ (paragliding) କରୁଥିବା ସମୟର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି ।

ଦୁଇ ବର୍ଷ ପୂର୍ବେ ବିପିନ୍ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାରାଗ୍ଲାଇଡ୍ କରୁଥିବା ସମୟର ଭିଡିଓ ଆପଣଙ୍କର ମନେ ଅଛି କି? ସେହି ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ଏବେ ଇଣ୍ଟରନେଟ୍ ତାଙ୍କର 'ମହିଳା ସଂସ୍କରଣ' ପାଇଯାଇଛି । ଏବେ ଏହି ମହିଳାଙ୍କ ଭିଡିଓ ସୋସିଆଲ ମିଡି଼ଆରେ ବହୁତ ବହୁତ ଭାଇରାଲ୍‌ ହେଉଛି । ଏଥିରେ ଜଣେ ମହିଳା ପାରାଗ୍ଲାଇଡିଂ କରିବାକୁ ଚେଷ୍ଟା କରୁଥିବା ବେଳେ ତାହା କରିବାକୁ ତାଙ୍କୁ ବାଧ୍ୟ କରିଥିବା ତାଙ୍କ ସ୍ୱାମୀଙ୍କ ବିଷୟରେ ରାଗି ଅନେକ କଥା କହୁଥିବା ଦେଖାଯାଇଛି (paragliding video)।

ଏହା ବି ପଢ଼ନ୍ତୁ | ରାଉରକେଲା ବିଶ୍ୱର ୧୫ଟି ସହର ମଧ୍ୟରେ ଭାରତରୁ ଏକ ମାତ୍ର ସହର; ପାଇବ ୧ ନିୟୁତ ଆମେରିକୀୟ ଡଲାର୍

ଏହି ମଜାଳିଆ ଭିଡିଓ (viral video) ମହିଳାଙ୍କ ଚିତ୍କାରରୁ ଆରମ୍ଭ ହୋଇଛି । ସେ ପାରାଗ୍ଲାଇଡିଂ କରିବାକୁ ଆରମ୍ଭ କରିବା ସମୟରୁ ହିଁ ଭୟରେ ଚିତ୍କାର କରିବା ଆରମ୍ଭ କରୁଛନ୍ତି । ସେ ଆକାଶରେ ଉଚ୍ଚରେ ଉଡ଼ିବା ବେଳେ ନିଜ ସ୍ୱାମୀଙ୍କୁ କେତେ ଘୃଣା କରନ୍ତି ଓ ତାଙ୍କୁ ଜୀବନରୁ ମାରିଦେବାବାକୁ ଚାହାଁନ୍ତି ସେ ବିଷୟରେ କହିବା ଆରମ୍ଭ କରିଛନ୍ତି ।

ଏହା ବି ପଢ଼ନ୍ତୁ | ବଢ଼ିଲା ଓଡ଼ିଶାରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା; ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଲା

‘‘ମୁଁ ତୁମକୁ ବ୍ରିଜେଶ୍ (ତାଙ୍କ ସ୍ୱାମୀ) ମାରିଦେବି,’’ ମହିଳା କହୁଛନ୍ତି । ‘‘ମେରୀ ଶାଦି କ୍ୟୋଁ କରାଇ, ଭଗବାନ୍?’’ (ମୋ’ ବିବାହ କାହିଁକି କଲ, ଭଗବାନ?)" (marriage) ବି ଚିତ୍କାର କରି କହୁଛନ୍ତି ଏହି ମହିଳା । ତାଙ୍କର ବିବାହକୁ ନେଇ ଏମିତି ଅନେକ କଥା ଯୋଗୁଁ ସେହି ପାରାଗ୍ଲାଇଡିଂ ଭିଡିଓଟି ଇଣ୍ଟରନେଟରେ ଖୁବ୍‌ ଭାଇରାଲ୍‌ ହେଉଛି । ଟ୍ୱିଟରରେ ଲକ୍ଷ ଲକ୍ଷ ଲୋକ ତାହା ଦେଖୁଛନ୍ତି ଓ ଏହା ଉପରେ ଲୋକଙ୍କ ମତାମତ ବିଭାଜିତ ହୋଇଛି (woman viral video) ।

ଏହା ବି ପଢ଼ନ୍ତୁ | ‘‘୨୦୨୪ରେ ମୋଦି ନବୀନ ଆଉ ସରକାରକୁ ଫେରିବେ ନାହିଁ,’’ କହିଲେ କଂଗ୍ରେସ ନେତା ଅନିଲ ଶର୍ମା

ମହିଳା ବାରମ୍ବାର ନିଜ ପାରାଗ୍ଲାଇଡିଂ ପ୍ରଶିକ୍ଷକଙ୍କୁ (paragliding instructor) କହୁଛନ୍ତି ଯେ ସେ ବହୁତ ଭୟଭୀତ, ସେ ତଳକୁ ଅନେଇ ପାରିବେ ନାହିଁ ଓ ତାଙ୍କୁ ତଳକୁ ଦେଖିବାକୁ ଦିଆ ନ ଯାଉ । ସେହି ସମୟରେ ତାଙ୍କ ସହ ଥିବା ତାଙ୍କ ପ୍ରଶିକ୍ଷକ ତାଙ୍କୁ ବାରମ୍ବାର ବୁଝାଉଛନ୍ତି ଯେ ତାଙ୍କର ତଳକୁ ଅନେଇବା ଆବଶ୍ୟକ ନାହିଁ ଓ ସେ କେବଳ ଆରାମରେ ବସି ରହନ୍ତୁ ଓ ସାମନାକୁ ଅନାନ୍ତୁ । ପ୍ରଶ୍?କ ମହିଳାଙ୍କୁ ଏହା ବି କହୁଛନ୍ତି ଯେ ତାଙ୍କର ଏହି କଥାଗୁଡ଼ିକ ରେକର୍ଡ କରାଯାଉଛି ଓ ତାଙ୍କର ଏହି ଭିଡିଓ ‘ଲ୍ୟାଣ୍ଡ୍‌ କରା ଦେ’ (land kara de) ଭିଡିଓ ପରି ଭାଇରାଲ୍‌ ହେବ ।

ଏଇଠି ଦେଖନ୍ତୁ ସେହି ଭିଡିଓ:



ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟର୍‌ ବ୍ୟବହାରକାରୀମାନେ ମହିଳାଙ୍କୁ ଅନେକ କଥା ଶୁଣାଇଛନ୍ତି । ଜଣେ ଟ୍ୱିଟର୍‌ ବୟବହାରକାରୀ ତ ମହିଳାଙ୍କ ଏହି ଭିଡିଓ ଦେଖି ତାଙ୍କୁ କହିଛନ୍ତି ଯେ ଏହି 'ନିର୍ଯାତନା' ପାଇଁ ତାଙ୍କ ସ୍ୱାମୀଙ୍କୁ ନିଶ୍ଚୟ ମାଡ଼ ମାରିଥିବେ ଓ ସେହି ଭିଡିଓ ସେ ଶେୟାର୍‌ କରିବା ଉଚିତ ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରରେ ଥାନା ବାବୁଙ୍କୁ ମହଙ୍ଗା ପଡ଼ିଲା ନୂଆ ବର୍ଷ ଭୋଜି; ଗାଁ ଲୋକର ଛେଳି କାଟି ଖାଇଥିଲେ

ଅନ୍ୟ ଜଣେ ଟୁଇଟ୍ କରି କହିଛନ୍ତି, ‘‘ଭଗବାନ୍, ମେରୀ ଶାଦୀ କ୍ୟୋଁ କରାଇ ବୋଲି କହୁଥିବା ମହିଳା ପରବର୍ତ୍ତୀ ଲାଇନରେ ମେରା ପତି ଟିକ୍ ହୈ ନା ବୋଲି ପଚାରୁଛନ୍ତି… ଏହା ବିବାହିତ ମହିଳା ଓ ସେମାନଙ୍କର ଚିନ୍ତା ପ୍ରକ୍ରିୟାକୁ ଦର୍ଶାଉଛି ।’’
Published by:Anand S.T. Das
First published: