News18 Odia Digital
ନୂଆଦିଲ୍ଲୀ : ଦୀର୍ଘଦିନ ପରେ କ୍ରିକେଟ ମଇଦାନରେ ନଜର ଆସିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଓ ୱିକେଟକିପର ବ୍ୟାଟ୍ର ଋଷଭ ପନ୍ତ ( Rishabh Pant )। ଡିସିକୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ପହଁଞ୍ଚି ଯାଇଥିଲେ ଋଷଭ ପନ୍ତ । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ( Arun Jaitely Stadium) ଖେଳାଯାଇଉଥିଲା । ଏହି ସମୟରେ ଦିଲ୍ଲୀ କ୍ୟାପିଟାଲର ପୂର୍ବତନ ଅଧିନାୟକ ରିଷଭ ପନ୍ତ ମ୍ୟାଚ୍ ଦେଖିବାକୁ ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚି ଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଇପିଏଲ ୨୦୨୩ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲକୁ ବଡ଼ ଝଟକା ଲାଗିଥିଲା । ନିକଟରେ ଏହି ଦଳର ଅଧିନାୟକ ରିଷଭ ପନ୍ତ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାପରେ ରିଷଭଙ୍କ ସର୍ଜରୀ କରାଯାଇଥିଲା। ତେବେ ସର୍ଜରୀ ପରେ ରିଷଭ ଏବେ ସୁସ୍ଥ ହୋଉଥିବା ଜଣାପଡିଛି।
ପଢନ୍ତୁ ଏହି ଖବର :
PhonePe ଗ୍ରାହକଙ୍କ ପାଇଁ ଆଣିଲା ଖୁସି ଖବର; ଟଙ୍କା କାରବାର ସହ ଏଣିକି କରିପାରିବେ ସପିଂଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମଧ୍ୟ ରିଷଭ ପନ୍ତଙ୍କୁ ଦିଲ୍ଲୀର ହୋମ ମ୍ୟାଚ୍ ରେ କ୍ୟାମ୍ପରେ ଦେଖିବାକୁ ଚାହାନ୍ତି ବୋଲି ଇଚ୍ଛା ଜାହିର କରିଥିଲେ । ପଣ୍ଟିଂ କହିଛନ୍ତି, ରିଷଭଙ୍କ ସହ କଥା ହୋଇଛି, ଚଳିତ ସଂସ୍କରଣରେ ତାଙ୍କୁ ଟିମ ସହ ଯୋଡ଼ି ରଖିବାପାଇଁ ଆମେ ଯୋଜନା କରୁଛୁ । ସମସ୍ତ ହୋମ ମ୍ୟାଚରେ ତାଙ୍କୁ ସାଥିରେ ଦେଖିବାକୁ ଚାହୁଁଛୁ । ଦିଲ୍ଲୀ କ୍ୟାପିଟାଲ୍ସର ଡ୍ରେସିଂ ରୁମରେ ପନ୍ତଙ୍କ ଉପସ୍ଥିତି ଜରୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।