ଦିନେ ଗୁପଚୁପ୍ ବିକ୍ରି କରୁଥିଲେ: ଏବେ IPLର କୋଟିପତି ଖେଳାଳି

ଭାଗ୍ୟ ବଦଳାଇ ଦେଲା ଆଇପିଏଲ । ରାତାରାତି ବନି ଗଲେ ଷ୍ଟାର । କ୍ରିକେଟ ସ୍ୱପ୍ନ ପୂରଣ କରିବାକୁ ଦିନେ ସେ ଟେଣ୍ଟରେ ରହୁଥିଲେ । ରାସ୍ତା କଡ଼ରେ ବିକୁଥିଲେ ଗୁପଚୁପ ।

ଦିନେ ଗୁପଚୁପ୍ ବିକ୍ରି କରୁଥିଲେ: ଏବେ IPLର କୋଟିପତି ଖେଳାଳି

ଦିନେ ଗୁପଚୁପ୍ ବିକ୍ରି କରୁଥିଲେ: ଏବେ IPLର କୋଟିପତି ଖେଳାଳି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ:  ଗୁପଚୁପ ବିକୁଥିବା ପିଲା ଚଳିତ ଆଇପିଏଲ୍‌ର ଅରେଞ୍ଜ କ୍ୟାପ ହୋଲଡ୍‌ର । ଗତକାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୧୦୦୦ତମ ମ୍ୟାଚ୍‌ରେ ଛାଇ ଯାଇଥିଲେ ଯଶସ୍ୱୀ ଜୟସ୍ୱାଲ (yashasvi jaiswal) । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୟସ୍ୱାଲ ୬୨ ବଲ୍‌ରୁ ୧୨୪ ରନ୍ କରିଥିଲେ । ଯେଉଁଥିଲେ ସାମିଲ ଥିଲା ୧୬ ଚୌକା ଓ ୮ ଛକା । ତେବେ ଜୟସ୍ୱାଲଙ୍କ ଏହି ସଫଳତାର ଯାତ୍ରା ପଛରେ ଅନେକ ସଂଘର୍ଷ ଲୁଚି ରହିଛି ।

ଭାଗ୍ୟ ବଦଳାଇ ଦେଲା ଆଇପିଏଲ । ରାତାରାତି ବନିଗଲେ ଷ୍ଟାର । କ୍ରିକେଟ ସ୍ୱପ୍ନ ପୂରଣ କରିବାକୁ ଦିନେ ସେ ଟେଣ୍ଟରେ ରହୁଥିଲେ । ରାସ୍ତା କଡ଼ରେ ବିକୁଥିଲେ ଗୁପଚୁପ । ନିଜର ଖର୍ଚ୍ଚ ଉଠାଇବାକୁ କ୍ରିକେଟ ଅଭ୍ୟାସ ପରେ ସେହି ଷ୍ଟାଡିୟମ ବାହାରେ ବିକୁଥିଲେ ଗୁପଚୁପ । ଏବେ ଚଳିତ ଆଇପିଏଲ୍‌ର ଅରେଞ୍ଜ କ୍ୟାପ ହୋଲଡ୍‌ର ଯଶସ୍ୱୀ ଜୈସୱାଲ । ୨୧ ବର୍ଷୀୟ ଯଶସ୍ୱୀ ରବିବାର IPLର ୧୦୦୦ତମ ମ୍ୟାଚ୍‌ରେ ଦେଖାଇଛନ୍ତି ଜଲୱା । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ IPL କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଯେଉଁ ମୁମ୍ବାଇରେ ସେ ଟେଣ୍ଟରେ ରହି ରାସ୍ତା କଡ଼ରେ ଗୁପଚୁପ ବିକୁ ଥିଲେ, ସେହି ମୁମ୍ବାଇବାସୀଙ୍କ ଆଗରେ ୬୨ ବଲରେ ୧୨୪ ରନର ଇନିଂସ ଖେଳିଛନ୍ତି ।

IPLରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ଯଶସ୍ୱୀ ଉତ୍ତର ପ୍ରଦେଶର ଗରିବ ପରିବାରରେ ଜନ୍ମ । କ୍ରିକେଟ କ୍ୟାରିୟରର ସ୍ୱପ୍ନ ପୂରା କରିବାକୁ ମାତ୍ର ୧୧ ବର୍ଷ ବୟସରେ ମୁମ୍ବାଇ ଚାଲି ଆସିଥିଲେ । ପ୍ରଥମେ କ୍ଷୀର ଦୋକାନରେ ଶୋଉଥିଲେ । ପରେ ଜଣେ ସମ୍ପର୍କୀୟଙ୍କ ଘରେ ରହିବା ଆରମ୍ଭ କଲେ । ହେଲେ ଉକ୍ତ ସ୍ଥାନଟି ବହୁତ ଛୋଟ ଥିବାରୁ ଅଲଗା ସ୍ଥାନ ଦେଖିବାକୁ ପଡ଼ିଥିଲା । ସେଠାରୁ ଆସିବା ପରେ ଆଜାଦ ମୈଦାନ ବାହାରେ ଥିବା ଗୋଟିଏ ଟେଣ୍ଟରେ ରହିବା ଆରମ୍ଭ କରିଥିଲେ ଯଶସ୍ୱୀ । ଦିନ ବେଳା କ୍ରିକେଟ ଖେଳୁଥିଲେ, ରାତିରେ ଗୁପଚୁପ ବିକ୍ରି କରି କିଛି ଟଙ୍କା ଖାଇବା ପାଇଁ ଯୋଗାଡ଼ କରୁଥିଲେ । ତାଙ୍କ କ୍ରିକେଟ ଦକ୍ଷତାକୁ କୋଚ ଜ୍ୱାଲା ସିଂହ ଦେଖିବା ପୂର୍ବରୁ ଯଶସ୍ୱୀ ଟଙ୍କା ପାଇଁ ବିଭିନ୍ନ କ୍ଲବରେ ସ୍କୋରିଂ ସହ ବଲ ଗୋଟାଇବା କାମରେ ରହିଥିଲେ । କିନ୍ତୁ ଜ୍ୱାଲା ସିଂହ ତାଙ୍କ ଦକ୍ଷତାକୁ ଚିହ୍ନବା ସହ ଆଇନଗତ ଅଭିଭାବକ ମଧ୍ୟ ବନିଥିଲେ।

୨୦୧୯ରେ ବ୍ୟାଟିଂ ଟ୍ୟାଲେଣ୍ଟ ବଳରେ ମୁମ୍ବାଇ ଟିମର ସଦସ୍ୟ ହୋଇଥିଲେ । ମାତ୍ର ୧୭ ବର୍ଷ ୨୯୨ ଦିନରେ ମୁମ୍ବାଇ ଟିମର ସବୁଠାରୁ କନିଷ୍ଠ ବ୍ୟାଟର ଭାବେ ଦିନିକିଆରେ ଦୁଇ ଶତକ ହାସଲ କରିଥିଲେ । ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ସହ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଖେଳିଥିଲେ। ୨୦୨୦ ଅଣ୍ଡର ୧୯ ଟିମରେ ସର୍ବାଧିକ ସ୍କୋରର କ୍ରିକେଟର ହେବା ସହ ମ୍ୟାଚ୍‌ ଅଫ ଦି ସିରିଜ ହୋଇଥିଲେ । ୨୦୧୯ରେ ରାଜସ୍ଥାନ ତାଙ୍କୁ କିଣିଥିଲା । ପ୍ରଥମ ଆଇପିଏଲ ସିଜିନ ସେତେଟା ଭଲ ନଥିଲା । ଆଇପିଏଲ ୨୦୨୨ ପୂର୍ବରୁ ଭାରତୀୟ ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଥିଲା ରାଜସ୍ଥାନ ରୟାଲ୍ସ । ଏଥର ଇଂଲିଶ ବ୍ୟାଟର ଜୋସ ବଟଲରଙ୍କ ସହ ଦମଦାର ଖେଳ ପ୍ରଦର୍ଶନ ଜାରି ରଖିଛନ୍ତି ।

ଏହି ଖବର ପଢ଼ନ୍ତୁ -  ଗୋଟିଏ ଗଛରେ ଫଳିଛି ଆଳୁ, ବାଇଗଣ, ଟମାଟୋ ! ଭିନ୍ନ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ କୃଷକ
Published by:Soubhagya Mishra
First published: