କ୍ରିକେଟର ଅର୍ଶଦୀପ ସିଂଙ୍କୁ ଖଲିସ୍ତାନୀ ଡାକିବା ପଛରେ ପାକିସ୍ତାନର ହାତ !

କ୍ରିକେଟର ଅର୍ଶଦୀପ ସିଂଙ୍କୁ ଖଲିସ୍ତାନୀ ଡାକିବା ପଛରେ ପାକିସ୍ତାନର ଷଡଯନ୍ତ୍ର । ତାଙ୍କୁ ଖଲିସ୍ତାନୀ ବୋଲି ବର୍ଣ୍ଣନା କରୁଥିବା ଶହ ଶହ ଟ୍ୱିଟ୍ ପାକିସ୍ତାନୀ ଟ୍ୱିଟର ହ୍ୟାଣ୍ଡେଲରୁ ହୋଇଛି ।

କ୍ରିକେଟର ଅର୍ଶଦୀପ ସିଂଙ୍କୁ ଖଲିସ୍ତାନୀ ଡାକିବା ପଛରେ ପାକିସ୍ତାନର ହାତ

କ୍ରିକେଟର ଅର୍ଶଦୀପ ସିଂଙ୍କୁ ଖଲିସ୍ତାନୀ ଡାକିବା ପଛରେ ପାକିସ୍ତାନର ହାତ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : କ୍ରିକେଟର ଅର୍ଶଦୀପ ସିଂଙ୍କୁ ଖଲିସ୍ତାନୀ ଡାକିବା ପଛରେ ପାକିସ୍ତାନର ଷଡଯନ୍ତ୍ରର ବଡ ଖୁଲାସା ହୋଇଛି । ତଥ୍ୟ ଅନୁଯାୟୀ, ଅର୍ଶଦୀପ ସିଂଙ୍କୁ ଖଲିସ୍ତାନୀ ବୋଲି ବର୍ଣ୍ଣନା କରୁଥିବା ଶହ ଶହ ଟ୍ୱିଟ୍ ପାକିସ୍ତାନୀ ଟ୍ୱିଟର ହ୍ୟାଣ୍ଡେଲରୁ ହୋଇଛି ବୋଲି ଜଣା ପଡ଼ିଛି ।





କୁହାଯାଉଛି ଯେ ଏହି ଟ୍ୱିଟ୍ ମାଧ୍ୟମରେ ପଞ୍ଜାବରେ ଶିଖ ଲୋକଙ୍କୁ ଭାରତ ବିରୁଦ୍ଧରେ ଉତ୍ସାହିତ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ରବିବାର ଦିନ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୫ ୱିକେଟରେ ହାରିଛି । ମ୍ୟାଚ ଶେଷ ହେବା ପରେ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଟ୍ରୋଲ କରାଯାଇଥିଲା, କାରଣ ସେ ଏକ କ୍ୟାଚ୍ ଛାଡି ଦେଇଥିଲେ । ମ୍ୟାଚଟି ଏକ ଗୁରୁତ୍ଵପୂର୍ଣ୍ଣ ସମୟରେ ଥିବାବେଳେ ସେ କ୍ୟାଚଟି ଛାଡି ଦେଇଥିଲେ ।

ଅର୍ଶଦୀପ ସିଂ ୧୮ତମ ଓଭରରେ ଅସିଫ୍ ଅଲିଙ୍କ କ୍ୟାଚ୍ ଛାଡିଥିଲେ, ଏହା ପରେ ଅସିଫ୍ ୮ଟି ବଲରେ ୧୬ ରନ୍ ସ୍କୋର କରି ମ୍ୟାଚ୍ ଜିତାଇ ଥିଲେ । ଏହି ମ୍ୟାଚ୍ ପରେ ଉଇକିପିଡ଼ିଆ ହଠାତ୍ ଲୋକଲୋଚନକୁ ଆସିଥିଲା, କାରଣ ଅର୍ଶଦୀପ ସିଂଙ୍କ ଉପରେ ଉଇକିପିଡ଼ିଆରେ ଭାରତ ବଦଳରେ ଖଲିସ୍ତାନୀ ବୋଲି ଲେଖାଯାଇଥିଲା, ଯାହା ଏକ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଭାରତ ବଦଳରେ ଖଲିସ୍ତାନୀ ଲେଖାଯାଇଥିଲା

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରି ସହରର ଜଣେ କେହି ଏହାକୁ ବଦଳାଇଥିଲେ । ଯିଏ ଅର୍ଶଦୀପ ସିଂଙ୍କୁ ଉଇକିପିଡ଼ିଆରେ ଭାରତ ବଦଳରେ ଖଲିସ୍ତାନ ଲେଖିଥିଲେ । ଏହା ବ୍ୟତୀତ ଅନେକ ସ୍ଥାନରେ ତାଙ୍କର ପରିଚୟ ସହିତ ଖଲିସ୍ତାନୀ ଲେଖାଯାଇଥିଲା ଭାରତ ବଦଳରେ । ଏହି ପ୍ରସଙ୍ଗରେ ଭାରତ ସରକାର କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି । ଆଇଟି ମନ୍ତ୍ରଣାଳୟ ଉଇକିପିଡ଼ିଆକୁ ନୋଟିସ ପଠାଇଛି ।
Published by:Sujit Swain
First published: