BCCIକୁ ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ, ବିଶ୍ବକପ୍‌ ବର୍ଜନ କରିବ PCB !

ଭାରତ-ପାକିସ୍ତାନ କ୍ରିକେଟ ଫାଟ ବଢୁଛି ! ଭାରତରେ ହେବାକୁ ଥିବା ବିଶ୍ବକପ୍‌ ଖେଳିବନି PCB

BCCIକୁ ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ, ବିଶ୍ବକପ୍‌ ବର୍ଜନ କରିବ PCB !

BCCIକୁ ପୁଣି ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ, ବିଶ୍ବକପ୍‌ ବର୍ଜନ କରିବ PCB !

  • News18 Odia
  • Last Updated :
  • Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପୁଣି ଭାରତୀୟ କ୍ରିକେଟ ବୋର୍ଡ BCCI ଓ ପାକିସ୍ତାନ କ୍ରିକେଟ ବୋର୍ଡ PCB ମୁହାଁମୁହିଁ ।  ପୁଣି ମ୍ୟାଚ୍‌ ବର୍ଜନ ନେଇ ଧମକ ଦେଇଛି ପାକିସ୍ତାନ  । ଭାରତ ଏସିଆ କପ୍ ଖେଳିବାକୁ ନଆସିଲେ ପାକିସ୍ତାନ ବିଶ୍ବକପ୍‌ ବର୍ଜନ କରିବ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅନ୍ୟତମ ଚୟନକର୍ତା କାମରାନ୍ ଅକମଲ ।

ଚଳିତ ବର୍ଷ ପାକିସ୍ତାନ ଏସିଆ କପ୍ (Asia Cup Cricket) ଆୟୋଜନ ଅଧିକାର ପାଇଥିବା ବେଳେ, ଏମିତି କିଛି ବୟାନ୍ ଦେଇ ପୁଣି ଚର୍ଚ୍ଚା ସୃଷ୍ଟି କରିଛନ୍ତି PCBର ଚୟନକର୍ତ୍ତା କାମରାନ୍ ଅକମଲ (Kamran Akmal) । ଗତ ଅକ୍ଟୋବରରେ ବିସିସିଆଇ ସଚିବ ଜୟ ଶାହା (Jay Shah)ଙ୍କ ବୟାନ ପରେ ଆରମ୍ଭ ହୋଇଥିଲା ଏହି ବିତର୍କ ।  ଏସିଆନ କ୍ରିକେଟ କାଉନସିରର ଅଧ୍ୟକ୍ଷ ଥିବା ଜୟ ଶାହ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆ ସାମିଲ ହେବନି ବୋଲି କହିଥିଲେ । କେବଳ ଏତିକି ନୁହଁ ସେ ପାକିସ୍ତାନ ଛାଡ଼ି ଅନ୍ୟ କେଉଁ ଦେଶରେ ମ୍ୟାଚ ଆୟୋଜନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।

ଭାରତର ଏହି ନିଷ୍ପତ୍ତି ପ୍ରତିବାଦରେ ପୁରା ଚିହିଁକି ଉଠିଛି ପାକିସ୍ତାନ । ପ୍ରଥମେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପୂର୍ବତନ ସଭାପତି ରମିଜ ରାଜା (Ramij Raja) ଏହାକୁ ନେଇ ଧମକ ଦେବାକୁ ପଛାଇ ନଥିଲେ । ରମିଜ୍ ରାଜା ମଧ୍ୟ ସେହି ସମାନ ସ୍ବରରେ ଧମକ ଦେଇଥିଲେ । ତମେ ଏସିଆ କପକୁ ନଆସିଲେ, ଆମେ ବିଶ୍ବକପ ଖେଳିବାକୁ ଭାରତ ଯିବୁନାହିଁ ବୋଲି କହିଥିଲେ ରମିଜ ରାଜା । ଏବେ ବିସିସିଆଇକୁ ଧମକ ଦେବା ତାଲିକାରେ ନିଜ ନାଁ ଯୋଡିଛନ୍ତି କାମରାନ ଅକମଲ । ପାକିସ୍ତାନର ପୂର୍ବତନ ଓ୍ବିକେଟ କିପର କାମରାନ ଭାରତର ଆଭିମୁଖ୍ୟକୁ ଦେହକୁ ନେଇ କହିଛନ୍ତି ଆମର ବି କିଛି ଇଜ୍ଜତ ଅଛି । ଆମେ ବିଶ୍ବକପ ଚାମ୍ପିଅନ ହୋଇଛୁ । ଆମେ ବି ଚାମ୍ପିଅନସ ଟ୍ରଫି ଜିତିଛୁ । ଯଦି ଏମିତିରେ ଭାରତ ଏସିଆ କପ୍‌ରୁ ବାହାର ହୋଇ ଯାଉଛି, ତେବେ ଆମକୁ ନିଜ ସମ୍ମାନ ରକ୍ଷା ପାଇଁ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ବକପରୁ ଓହରିବା ଆବଶ୍ୟକ । ବିସିସିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଏସିଆ କପ୍ ଟୁର ପାଇଁ ଭାରତୀୟ ଦଳକୁ ଭାରତ ସରକାରଙ୍କ ଠାରୁ ଅନୁମତି ମିଳିବ ନାହିଁ । ତେବେ ପାକିସ୍ତାନ ଯୁକ୍ତି କିଛି ଅଲଗା । ଆମେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପରି ଟିମ୍ ଆସିଥିବା ବେଳେ ସେମାନଙ୍କ ଟୁର୍ ସଫଳତାର ସହ ଆୟୋଜନ କରିଛୁ । ତେଣୁ ଭାରତ ପାକିସ୍ତାନକୁ ଏସିଆ କପକୁ ଖେଳିବାକୁ ଆସିବା ଦରକାର ।

https://www.youtube.com/watch?v=QW2Ui1ln5cQ

ଏସିଆ କପ୍‌ ଆସନ୍ତା ସେପ୍ଟେମ୍ବର ମାସରେ ଖେଳାଯିବ। ଏସିଆ କପରେ ଭାଗ ନେବାକୁ ଥିବା ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ ଓ ଯୋଗ୍ୟତା ଅର୍ଜନ କରିବାକୁ ଥିବା ଦଳ ରହିଛନ୍ତି।

ଏହି ଖବର ପଢ଼ନ୍ତୁ - http://ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’

ସେହିପରି ଦ୍ୱିତୀୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ। ତେବେ ଭାରତ ଏଥିରୁ ଓହରି ଗଲେ ଟୁର୍ଣ୍ଣାମେଣ୍ଟର ଫର୍ମାଟ ଓ ଫିକ୍ସଚର କଣ ହେବ ତାକୁ ନେଇ କୌଣସି ସୂଚନା ମିଳିନି ।
Published by:nihar panda
First published: