ପାକିସ୍ତାନ ଅଧିନାୟକ ବାବର ଆଜମ
- News18 Odia
- Last Updated :
- New Delhi, India
News 18 Odia Digital Digital
Babar Azam: ବିବାଦରେ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପ୍ଟେନ୍ ବାବର ଆଜମ୍ । ପାକିସ୍ତାନ କ୍ରିକେଟ୍ ଟିମ୍ର ଖରାପ ପ୍ରଦର୍ଶନ ଏବଂ ଅଧିନାୟକତ୍ବକୁ ନେଇ ପ୍ରଶ୍ନ କରାଯାଉଛି। ସୂଚନା ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂଆ ଅଧ୍ୟକ୍ଷ ନଜମ ସେଠୀ ତଥା ମ୍ୟାନେଜମେଣ୍ଟ ତାଙ୍କୁ ତିନି ଫର୍ମାଟରୁ ବାହାର କରିପାରେ।
ତେବେ ଏହି ସବୁ ବିବାଦ ମଧ୍ୟରେ ବାବର ଆଜମଙ୍କ ପାଇଁ ଆଉ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ କିଛି ଗୋପନୀୟ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏଥିରେ ବାବର ଆଜମଙ୍କ ହନି ଟ୍ରାପ୍ରେ ଫସିବା ନେଇ ମଧ୍ୟ ଦାବି କରାଯାଉଛି। ଟ୍ବିଟରରେ ସେୟାର ହୋଇଥିବା ଫଟୋକୁ ନେଇ ଦାବିକରାଯାଇଛି ଯେ ଏଥିରେ ଥିବା ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ବାବର ଆଜମ ଏବଂ ସେ ଏକ ଯୁବତୀଙ୍କ ସହ ଭିଡିଓ ଚାଟ୍ କରୁଛନ୍ତି। ଏକ ଇନଷ୍ଟାଗ୍ରାମ୍ ପୋଷ୍ଟର ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି।
ସୂଚନା ଅନୁଯାୟୀ ବାବର ଆଜମ ବର୍ତ୍ତମାନ ପାକିସ୍ତାନ ଟିମ୍ର ତିନି ଫର୍ମାଟ୍ରେ କ୍ୟାପ୍ଟେନ ଅଛନ୍ତି। ନିକଟରେ ତାଙ୍କ ନେତୃତ୍ବରେ ପାକିସ୍ତାନ ଟିମ୍କୁ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ୦-୩ ରେ ହାର୍ର ସାମ୍ନା କରିବାକୁ ପଡ଼ିଥିଲା। ଏହା ପରେ ନ୍ୟୁଜିଲାଣ୍ଡ ଟିମ୍ ପାକିସ୍ତାନ ଗସ୍ତ କରିଥିଲା। ଏହି ସମୟରେ କିଓ୍ବି ଟିମ୍ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜ୍ ଖେଳିଥିଲା। ଯେଉଁଥିରେ ପାକିସ୍ତାନ ଦୁଇ ଦୁଇ ଥର ମ୍ୟାଚ୍ ଡ୍ର କରିଥିଲା। କିନ୍ତୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆରେ ନ୍ୟୁଜିଲାଣ୍ଡ ଠାରୁ ୨-୧ ରେ ହାରିଥିଲା। ଆଉ ଏହିଭଳି ଖରାପ ପ୍ରଦର୍ଶନକୁ ନେଇ ବାବରଙ୍କ ଅଧିନାୟକ ପଦରୁ ହଟାଯିବା ନେଇ ଚର୍ଚ୍ଚା ହେଉଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।