News18 Odia Digital
ନୂଆ ଦିଲ୍ଲୀ: ଟି-୨୦ ବିଶ୍ୱ କପ୍ ସେମିଫାଇନାଲରେ ୪୯ ରନ୍ ସଂଗ୍ରହ କରି ଡ୍ୟାଭିଡ୍ ୱାର୍ଣ୍ଣର୍ (David Warner) ଅଷ୍ଟ୍ରେଲିଆର ଆଶାକୁ ବଞ୍ଚାଇ ରଖିଥିଲେ । କିନ୍ତୁ ଏକାଦଶ ଓଭରର ପ୍ରଥମ ବଲରେ ଶାଦବ ଖାନଙ୍କ (Shadab Khan) ଓଭରରେ ଅମ୍ପାୟାର୍ ତାଙ୍କୁ ୱିକେଟ୍ ପଛରେ ଆଉଟ୍ ବୋଲି ଘୋଷଣା କରିଦେଲେ । ତେବେ ବଲ୍ ବ୍ୟାଟକୁ ଛୁଇଁ ନ ଥିଲା । ଅଷ୍ଟ୍ରେଲିଆ ପାଖରେ ଦୁଇଟି ସମୀକ୍ଷା (review) ବାକି ଥିଲା, କିନ୍ତୁ ୱାର୍ଣ୍ଣର୍ ତାକୁ ବ୍ୟବହାର କଲେ ନାହିଁ । ସେ ପାଭିଲିୟନକୁ ଫେରିଗଲେ । ତା’ ପରେ ବି ପାକିସ୍ତାନ ଦଳ ବିଜୟ ହାସଲ କରିପାରିଲା ନାହିଁ (T20 World Cup) ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଚାରି ୱିକେଟରେ ୧୭୬ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ ପାଞ୍ଚ ୱିକେଟ୍ ନେଇ ସେହି ଲକ୍ଷ୍ୟ ହାସଲ କରିନେଇଥିଲା (New Zealand vs Pakistan) ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋ’ ଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’
ଡ୍ୟାଭିଡ୍ ୱାର୍ଣ୍ଣର୍ ୩୦ଟି ବଲରେ ୪୯ ରନ୍ ସଂଗ୍ରହ କରିଥିଲେ । ସେ ତିନିଟି ଚୌକା ଓ ଚିନିଟି ଛକ୍କା ମାରିଥିଲେ । ୧୦ ଓଭର୍ ପରେ ଅଷ୍ଟ୍ରେଲିଆର ସ୍କୋର୍ ତିନି ୱିକେଟ୍ ହରାଇ ୮୯ ରନ୍ ଥିଲା । ଏହି ସମୟରେ ଏହି ମ୍ୟାଚ୍ ସମାନ ସ୍ତରରେ ଥିଲା । କିନ୍ତୁ ୱାର୍ଣ୍ଣରଙ୍କୁ ଆଉଟ୍ କରାଯିବା ମାତ୍ରେ ପାକିସ୍ତାନ୍ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା । ରିପ୍ଲେରେ ଏହା ସ୍ପଷ୍ଟ ହୋଇଥିଲା ଯେ ବଲ୍ ଓ ବ୍ୟାଟ୍ ମଧ୍ୟରେ ବହୁତ ଦୂରତା ଅଛି ।

ରିପ୍ଲେରେ ଜଣା ପଡ଼ିଥିଲା ଯେ ୱାର୍ଣ୍ଣର୍ ଆଉଟ୍ ହେବା କଥା ନୁହେଁ, ହେଲେ ସେ ପ୍ୟାଭିଲିଅନକୁ ଚାଲିଯାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’
ପୂର୍ବତନ ଭାରତୀୟ କ୍ରିକେଟର୍ ଗୌତମ ଗମ୍ଭୀର ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦିଓ ରିପ୍ଲେ ଦର୍ଶାଇଥିଲା ଯେ ବଲ୍ ବ୍ୟାଟକୁ ସ୍ପର୍ଶ କରି ନାହିଁ, ବ୍ୟାଟ୍ସମ୍ୟାନ୍ ଜାଣିଥିଲେ ବାସ୍ତବରେ କ’ଣ ହୋଇଛି । ୱାର୍ଣ୍ଣର୍ ଜାଣିଥିବେ ଯେ ବଲ୍ ବ୍ୟାଟରେ ଲାଗିଛି । ସେହି କାରଣରୁ ସେ ଡି.ଆର୍.ଏସ୍. (DRS) ବ୍ୟବହାର କରି ନ ଥିଲେ । ରିପ୍ଲେ ଦେଖିବା ପରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଆଉ କିଛି କରିପାରି ନ ଥିଲେ ।
ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା
ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଥର ପାଇଁ ଫାଇନାଲରେ (T20 World Cup Final) ପ୍ରବେଶ କରିଛି । ନଭେମ୍ବର ୧୪ରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏହି ଟାଇଟଲ୍ ମ୍ୟାଚ୍ ଦୁବାଇରେ ଖେଳାଯିବ । ଅଷ୍ଟ୍ରେଲିଆ ଦଳ ୨୦୧୦ରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ସେଥିରେ ସେ ଇଂଲଣ୍ଡ ଦ୍ୱାରା ପରାସ୍ତ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ୍ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱ କପ୍ ଫାଇନାଲରେ ପ୍ରବେଶ କରିଛି ।
ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତା’ପରେ…
ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ (Australia vs New Zealand) ଦଳ କେହି ଏ ପର୍ଯ୍ୟନ୍ତ ଟି-୨୦ ବିଶ୍ୱ କପ୍ ଟାଇଟଲ୍ ଜିତି ନାହାଁନ୍ତି । ଏହାର ଅର୍ଥ ଏ ଥର ଆମେ ଏକ ନୂଆ ଚ୍ୟାମ୍ପିଅନ୍ ଦେଖିବାକୁ ପାଇବୁ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।