News 18 Odia Digital
ନୂଆଦିଲ୍ଲୀ: ପାକିସ୍ତାନ ବୋଲର ସୋହେଲ ଖାନଙ୍କ(Sohail Khan) ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। "କୋହଲିଙ୍କ ଅପେକ୍ଷା ରୋହିତ ବହୁତ ଭଲ ବ୍ୟାଟ୍ସମ୍ୟାନ୍"। ଏଭଳି ବୟାନ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ।ବର୍ତ୍ତମାନ ବିରାଟ କୋହଲି(Virat Kohli) ଏବଂ ରୋହିତ ଶର୍ମା(Rohit Sharma) ଭାରତୀୟ କ୍ରିକେଟର ହେଉଛନ୍ତି ସର୍ବୋତ୍ତମ ଖେଳାଳି। ଦୁହେଁ ନିଜ ନିଜର କ୍ରିକେଟ ଖେଳିବାର ଶୈଳୀ ପାଇଁ ଜଣାଶୁଣା। ଭାରତକୁ ଦୁହେଁ ଅନେକ ଥର ମ୍ୟାଚ୍ ଜିତେଇଥିବା ବେଳେ ଏବେ ପାକିସ୍ତାନୀ ବୋଲର ସୋହେଲ ଖାନ୍ ଦୁହିଁଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ସୋହେଲ ଅଷ୍ଟ୍ରେଲିଆରେ ୨୦୧୫ ହୋଇଥିବା ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିଥିଲେ। ସେ ସମୟର କଥା ମନେ ପକାଇ ‘ନାଦିର ଅଲି ପୋଡକାଷ୍ଟ’ରେ ସୋହେଲ କହିଛନ୍ତି, ରୋହିତଙ୍କ କୌଶଳକୁ ମୁଁ ଖୁବ ପସନ୍ଦ କରେ। ଏହା ସହ କୋହଲିଙ୍କ ପ୍ରତି ମଧ୍ୟ ମୋର ସମ୍ମାନ ରହିଛି। ମୁଁ କୋହଲିଙ୍କୁ ସମ୍ମାନ କରେ କାରଣ ସେ ବହୁତ ଭଲ ବ୍ୟାଟ୍ସମ୍ୟାନ୍। କିନ୍ତୁ ଜଣେ ବୋଲର ଭାବରେ ମୁଁ ଅନୁଭବ କରୁଛି ଯେ ରୋହିତ ଶର୍ମା ତାଙ୍କ ଅପେକ୍ଷା ବହୁତ ଭଲ ବ୍ୟାଟ୍ସମ୍ୟାନ୍। ତାଙ୍କର କୌଶଳ ଅତ୍ୟନ୍ତ ଭଲ।
ଫେବୃଆରୀ ୯ ରୁ ଆରମ୍ଭ ହେବାକୁ ଥିବା ସୀମା-ଗାଭାସ୍କର ଟ୍ରଫିରେ(Border-Gavaskar Trophy)ରୋହିତ ଶର୍ମାଙ୍କ ଟିମ୍ ପାଟ କମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ।
https://odia.news18.com/news/entertainment/bollywood-actor-nawazuddin-siddiqui-leaves-home-for-family-dispute-6ssm-070223-ssm-153051.htmlସ୍କ୍ବାଡ୍: ଭାରତ: ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର୍ (ଆହତ ଏବଂ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାଁନ୍ତି), କେ.ଏସ୍ ଭରତ (wk), ଇଶାନ୍ କିଶାନ୍ (wk), ଆର ଅଶ୍ୱିନ୍ , ଆକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମୋହଦ୍ ଶାମି, ମୋହଦ୍ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ
ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (କ୍ୟାପ୍ଟ), ଆଷ୍ଟନ୍ ଅଗର, ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରେ, କ୍ୟାମେରନ୍ ଗ୍ରୀନ୍ (ଆହତ), ପିଟର ହ୍ୟାଣ୍ଡସକମ୍ବ, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ଲାନ୍ସ ମୋରିସ୍, ଟଡ୍ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ (ଆହତ), ମିଚେଲ ସ୍ୱିପ୍ସନ୍, ଡେଭିଡ୍ ୱାର୍ଣ୍ଣର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।