News18 Odia Digital
ନୂଆ ଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର୍ (Shoaib Akhtar) ଷ୍ଟାର୍ ହେବା ପୂର୍ବରୁ ନିଜ ଜୀବନରେ ବହୁତ ସଙ୍ଘର୍ଷ କରିଛନ୍ତି । ରାୱଲପିଣ୍ଡିରେ ଏକ ଗରିବ ଘରେ ଜନ୍ମ ହୋଇଥିବା ଅଖତର୍ ବହୁତ ପରିଶ୍ରମ କରିଥିଲେ ଓ ଜାତୀୟ କ୍ରିକେଟରେ ଡେବ୍ୟୁ ସଙ୍ଗେ ସଙ୍ଗେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ । କ୍ରିକେଟ୍ ଇତିହାସରେ ଦ୍ରୁତତମ ବଲ୍ ବୋଲିଂ କରିବାରେ ଶୋଏବ୍ ଅଖତର୍ ରେକର୍ଡ଼ର ଅଧିକାରୀ ଅଛନ୍ତି । କେବଳ ଏତିକି ନୁହେଁ, ସେ ପାକିସ୍ତାନ ପାଇଁ ଟେଷ୍ଟ ମ୍ୟାଚରେ ୧୭୮ଟି ୱିକେଟ୍ ଓ ODIରେ ୨୪୭ ୱିକେଟ୍ ନେଇଥିଲେ । ସେ ନିଜ ବୋଲିଂ ଦ୍ୱାରା ସଚିନ ତେନ୍ଦୁଲକର, ରିକି ପୋଣ୍ଟିଙ୍ଗ ଓ ମାଥ୍ୟୁ ହେଡେନଙ୍କ ଭଳି ବ୍ୟାଟ୍ସମ୍ୟାନମାନଙ୍କୁ ମଧ୍ୟ ବଡ଼ ଅଡୁଆରେ ପକାଇଥିଲେ । ତେବେ ଅଖତର୍ ଜଣେ ବଡ଼ କ୍ରିକେଟର୍ ହେବା ପୂର୍ବରୁ ତାଙ୍କୁ ଅପମାନିତ କରିଥିବା ଲୋକଙ୍କର କୌଣସି ଅଭାବ ନ ଥିଲା । ପାକିସ୍ତାନର ଏହି ପୂର୍ବତନ ଦ୍ରୁତ ବୋଲର୍ ନିଜ ପ୍ରଶଂସକମାନଙ୍କୁ ଏହି ପରି ଦୁଇ ଜଣ ମହିଳାଙ୍କ ବିଷୟରେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଖୋର୍ଦ୍ଧାରେ ‘ମାନବବାଦ ସଙ୍ଗଠନ’ର ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍ ହେଲାଶୋଏବ୍ ଅଖତର ‘ସ୍ପୋର୍ଟସକୀଡ଼ା’ ସହିତ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି ଯେ ଦୁଇ ଜଣ ମହିଳା ତାଙ୍କ ଅଞ୍ଚଳରେ ରହୁଥିଲେ ଯେଉଁମାନେ ତାଙ୍କୁ ଅନେକ ସମୟରେ ଅପମାନିତ କରୁଥିଲେ । ଅଖତର୍ କହିଛନ୍ତି ଯେ ତାଙ୍କ କଥା ଶୁଣିବା ପରେ ହିଁ ସେ ଜଣେ ବଡ଼ କ୍ରିକେଟର ହୋଇପାରିଥିଲେ । ଅଖତର କହିଛନ୍ତି, ‘‘ଏହି କାହାଣୀ ମୋ’ କରିୟରର ପ୍ରଥମ ଦିନର କଥା, ଯେତେବେଳେ ମୁଁ ରାୱଲପିଣ୍ଡିରେ ଟ୍ରାଏଲ୍ ଦେଉଥିଲି । ମୁଁ ବହୁତ ଆକ୍ରମଣାତ୍ମକ ଥିଲି । ଲୋକେ ପ୍ରାୟତଃ ମୋ’ ପ୍ରତିଭା ଉପରେ ପ୍ରଶ୍ନ ଉଠାଇଥିଲେ । ମୁଁ ସବୁବେଳେ ଲୋକଙ୍କୁ ପଚାରୁଥିଲି ଯେ ସେମାନେ କାହିଁକି ଏମିତି କହୁଛନ୍ତି । ଲୋକେ ମୋତେ ଉତ୍ତରରେ କହୁଥିଲେ ଯେ ସେମାନେ ଏମିତି ଚମତ୍କାର ଘଟଣା କେବେ ଦେଖିନାହାନ୍ତି ।’’
ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା‘‘ମୋ’ ଅଞ୍ଚଳରେ ଦୁଇ ଜଣ ମହିଳା ରହୁଥିଲେ ଯେଉଁମାନେ ଅଧିକାଂଶ ସମୟରେ ମୋତେ ଅପମାନିତ କରି କଥା କହୁଥିଲେ । ସେମାନେ ମୋତେ ପଚାରୁଥିଲେ ମୁଁ କୁଆଡେ ଯାଉଛି । ମୁଁ ଉତ୍ତରରେ କହୁଥିଲି ଯେ ମୁଁ ଏକ ଷ୍ଟାର୍ ହେବାକୁ ଯାଉଛି । ସେମାନେ ସବୁବେଳେ ମୋତେ ଅପମାନିତ କରୁଥିଲେ ଓ କହୁଥିଲେ ଯେ ମୁଁ କିଛି ହୋଇପାରିବି ନାହିଁ । ମୁଁ ସେମାନଙ୍କୁ କହୁଥିଲି ‘ଟିକେ ଅପେକ୍ଷା କର, ମୁଁ ପାକିସ୍ତାନର ପରବର୍ତ୍ତୀ ବଡ଼ ତାରକା ହେବି’,’’ ସେହି ସାକ୍ଷାତକାରରେ କହିଥିଲେ ଶୋଏବ ଅଖତର୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତଖୁବ୍ ଶୀଘ୍ର ଶୋଏବ ଅଖତରଙ୍କ କଠିନ ପରିଶ୍ରମ ଫଳ ଦେଇଥିଲା ଓ ସେ ୧୯୯୭ ମସିହାରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ । ଅଖତର୍ ନିଜ କରିୟରର ପ୍ରଥମ ଦିନଠାରୁ ବହୁତ ସଙ୍ଘର୍ଷ କରିଥିଲେ । କିନ୍ତୁ ସମୟ ଗଡି଼ବା ସହିତ ଏହି ଖେଳାଳିଙ୍କ ନାମ କ୍ରିକେଟ୍ ଦୁନିଆରେ ବ୍ୟାପିଯାଇଥିଲା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।