ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»Olympics: ହକି ମ୍ୟାଚ୍ କ’ଣ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

Olympics: ହକି ମ୍ୟାଚ୍ କ’ଣ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

Olympics Hockey win had Punjab and Odisha players’ contribution | ପୁରୁଷ ହକି ଦଳର ବିଜୟ ପଞ୍ଜାବର ତିନି ଜଣ ଖେଳାଳିଙ୍କ ଗୋଲ୍ ଯୋଗୁଁ ସମ୍ଭବ ହୋଇଛି ବୋଲି ପଞ୍ଜାବର CM କ୍ୟାପଟେନ୍ ଅମରିନ୍ଦର ସିଂ କହିବା ପରେ ଆରମ୍ଭ ହୋଇଛି ବିତର୍କ । ଏଥିରେ ଓଡ଼ିଆ ଖେଳାଳିଙ୍କ ଯୋଗଦାନ ବି ଅଛି ।

Olympics: ହକି ମ୍ୟାଚ୍ କ’ଣ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?
(ବାମରୁ ଡାହାଣ) ଅମରିନ୍ଦର ସିଂ, ହକିର ବିଜୟୀ ଟିମର ଖେଳାଳିମାନେ ଓ ନବୀନ ପଟ୍ଟନାୟକ
  • News18 Odia
  • Last Updated: August 2, 2021, 9:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ (Tokyo Olympics 2021) ଭାରତୀୟ ପୁରୁଷ ହକି ଦଳ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରି ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିବା ପରେ ଏହି ବିଜୟରେ ଟିମରେ ଥିବା ଖେଳାଳିମାନଙ୍କ ଯୋଗଦାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଓ ବିତର୍କ ।

ଟୋକିଓର ଓଇ ହକି ଷ୍ଟାଡିୟମରେ ଗ୍ରେଟ ବ୍ରିଟେନ ସହ ଖେଳାଯାଇଥିବା ପୁରୁଷ ହକି କ୍ୱାର୍ଟର-ଫାଇନାଲରେ ସେମିଫାଇନାଲ ମ୍ୟାଚରେ ଭାରତ ବ୍ରିଟେନକୁ ହରାଇବା ପରେ ଦେଶର ଦୁଇ ଜଣ ମୁଖ୍ୟ ମନ୍ତ୍ରୀଙ୍କ ଅଭିନନ୍ଦନ ଓ ବକ୍ତବ୍ୟ ଚର୍ଚ୍ଚାକୁ ଆସିଛି । ଜଣେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଉ ଜଣେ ପଞ୍ଜାବର ମୁଖ୍ୟ ମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ।

ଏହା ବି ପଢ଼ନ୍ତୁ | ଦାଦା ଚାଲିଗଲେ; ବାଲେଶ୍ୱରରୁ ୫ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

ଖୁସିରେ ଉତ୍ଫୁଲ୍ଲିତ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଦେଇ ଆଗକୁ ଆହୁରି ଭଲ କରନ୍ତୁ ବୋଲି କହିଥିବା ବେଳେ ଅମରିନ୍ଦର ସିଂ କହିଛନ୍ତି ଯେ ପୁରୁଷ ହକି ଦଳର ବିଜୟ ପଞ୍ଜାବର ତିନି ଜଣ ଖେଳାଳିଙ୍କ ଯୋଗୁଁ ସମ୍ଭବ ହୋଇଥିଲା । ଏହାକୁ ନେଇ ଇଣ୍ଟରନେଟରେ ବିତର୍କ ଆରମ୍ଭ ହୋଇଛି ।

‘‘ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନ ଚିତ୍ତାକର୍ଷକ ରହିଛି । ଗ୍ରେଟ୍‌ ବ୍ରିଟେନକୁ ୩-୧ରେ ହରାଇ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଶୀର୍ଷ ୪ ଟିମ୍‌ ମଧ୍ୟରେ ଭାରତ ରହିଛି । ଦେଖି ଖୁସି ଲାଗୁଛି ଯେ ସବୁ ତିନୋଟି ଯାକ ଗୋଲ୍‌ ପଞ୍ଜାବର ଖେଳାଳିମାନେ କରିଛନ୍ତି – ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ ଓ ହାର୍ଦ୍ଦିକ ସିଂ । ଶୁଭକାମନା… ସ୍ୱର୍ଣ୍ଣ ପଦକ ଆଣ!’’ ଏକ ଟ୍ୱିଟ୍‌ କରି ଲେଖିଥିଲେ କ୍ୟାପଟେନ୍‌ ଅମରିନ୍ଦର ସିଂ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | TVରେ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍ଜିତିବା ଦେଖି ଖୁସିରେ ତାଳିମାରିଲେ CM ନବୀନ ପଟ୍ଟନାୟକ

ପଞ୍ଜାବ ମୁଖ୍ୟ ମନ୍ତ୍ରୀଙ୍କ ଏହି ଟ୍ୱିଟ୍‌ ପରେ ଦେଶର ବିଭିନ୍ନ ରାଜ୍ୟରେ ଦବା ସ୍ୱରରେ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା । ହକି ଗୋଟିଏ ଟିମ୍‌ ଖେଳ ହୋଇଥିବାରୁ ଦଳର ବିଜୟ ଓ ପରାଜୟରେ ସବୁ ଖେଳାଳିମାନଙ୍କ ଯୋଗଦାନ ଥିବା ସମସ୍ତେ ଜାଣନ୍ତି । ଗୋଲ୍‌ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଶ୍ରେୟ ମିଳିଲେ ବି ସେଥିରେ ଅନ୍ୟ ଖେଳାଳିମାନଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ଥାଏ । ହେଲେ ପଞ୍ଜାବର ତିନି ଜଣ ଖେଳାଳିଙ୍କୁ ଏଥି ପାଇଁ କ୍ୟାପଟେନ୍‌ ଅମରିନ୍ଦର ସିଂ ଶ୍ରେୟ ଦେଇଥିବାରୁ ଅନେକ ଲୋକ ଅସହଜ ମନେକରିଛନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ଶୀଘ୍ର ଜେରା ହେବ

ଅମରିନ୍ଦରଙ୍କ ଟ୍ୱିଟ୍‌ ଉପରେ ଏକ ସୁନ୍ଦର ଜବାବ ଦେଇଛନ୍ତି ଲେଖକ ଆନନ୍ଦ ରଙ୍ଗନାଥନ । ସେଥିରେ ସେ ସେହି ମ୍ୟାଚରେ ଗୋଲ୍‌ ହେବା ପୂର୍ବର ସ୍ଥିତିକୁ ଦର୍ଶେଇ ଜଣେଇବାକୁ ଭରପୂର ଚେଷ୍ଟା କରିଛନ୍ତି ଯେ ଗୋଲଗୁଡ଼ିକ କେମିତି ସାମୁହିକ ପ୍ରୟାସ ଯୋଗୁଁ ସମ୍ବବ ହୋଇଥିଲା ।

ଏହା ବି ପଢ଼ନ୍ତୁ | Plus 2 Results: ବିଜ୍ଞାନ ବାଣିଜ୍ୟ ପରୀକ୍ଷା ଫଳ ଆସିଲା; ବିଜ୍ଞାନରେ ୯୫%, ବାଣିଜ୍ୟରେ ୯୪% ପାସ୍ ହାର

‘‘ହଁ, କ୍ୟାପଟେନ୍‌, ଆମେ ଓଡିଶାର ରୋହିଦାସଙ୍କ ପାଇଁ ଗର୍ବିତ ଯିଏ ବଲକୁ ଉତ୍ତର ପ୍ରଦେଶର ଲଲିତଙ୍କ ନିକଟକୁ ଠେଲିଦେଇଥିଲେ, ଯିଏ ଏହାକୁ ମଣିପୁରର ସାଙ୍ଗଲକପାମଙ୍କ ପାଖକୁ ଡ୍ରାଗ୍ କରିଥିଲେ, ଯିଏ ଏହି ବଲକୁ ମଧ୍ୟ ପ୍ରଦେଶର ପ୍ରସାଦଙ୍କ ପାଖକୁ ଡ୍ରିବଲ୍ କରିଥିଲେ, ଯିଏ ଏହାକୁ କେରଳର ଶ୍ରୀଜେଶଙ୍କ ପାଖକୁ ପଠାଇଥିଲେ, ଯିଏ ଏହାକୁ ପଞ୍ଜାବର ଖେଳାଳି ଦିଲପ୍ରୀତ, ଗୁରୁଜନ୍ତ ଓ ହାର୍ଦ୍ଦିକଙ୍କ ପାଖକୁ ଦେଇଥିଲେ ଓ ସେମାନେ ଗୋଲ୍‌ ସ୍କୋର କରିଥିଲେ । ଜୟ ହିନ୍ଦ,’’ ନିଜ ଟ୍ୱିଟରେ ଲେଖିଛନ୍ତି ଆନନ୍ଦ ରଙ୍ଗନାଥନ ।

ଅମରିନ୍ଦର ସିଂଙ୍କ ଟ୍ୱିଟ୍ ଉପରେ ଆନନ୍ଦ ରଙ୍ଗନାଥନଙ୍କ ଜବାବ


ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୬-ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି – ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ପାଞ୍ଚ ବର୍ଷ ପରେ ଏହି ବଡ଼ ସୁଯୋଗ ଆସିଛି । ସେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ମଧ୍ୟ ଆଣ୍ଠୁରେ ଆଘାତ ଲାଗିଥିବାରୁ ସୁଯୋଗ ହାତ ଛଡ଼ା କରିଥିଲେ । ଅମିତ ରୋହିଦାସଙ୍କ ପାଇଁ ଟୋକିଓ ଟିକେଟ୍‌ ଅଲିମ୍ପିକ୍ସରେ ପ୍ରଥମ ପଦାର୍ପଣ ସୁଯୋଗ ।



ଅଲିମ୍ପିକ୍ସରେ ଭାରତର ଶେଷ ପଦକ ୧୯୮୦ରେ ମସ୍କୋରେ ମିଳିଥିଲା । ସେତେବେଳେ ବାସୁଦେବ ଭାସ୍କରନଙ୍କ ଅଧିନାୟକତ୍ୱରେ ଦଳ ଏହି ସ୍ୱର୍ଣ୍ଣ ପଦକ ଜିତିଥିଲା । ସେବେଠାରୁ ଭାରତୀୟ ହକି ଦଳର ପ୍ରଦର୍ଶନ କ୍ରମାଗତ ଭାବେ ହ୍ରାସ ପାଇଥିଲା ଓ ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନ ହାସଲ କରିବା ପରେ ଦଳ ଆଉ ଭଲ କରିପାରି ନ ଥିଲା । ଦଳ ବେଜିଂରେ ୨୦୦୮ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଅନ୍ତିମରେ ରହିଥିଲା ।
Published by: Anand ST Das
First published: August 2, 2021, 9:43 PM IST